Advertisment

Operation Sindoor: ୧୯ ବାହାଦୂର: କେମିତି ପାକିସ୍ତାନର ଉରି ହାଇଡ୍ରୋ ପ୍ଲାଣ୍ଟ ଆକ୍ରମଣକୁ ପଣ୍ଡ କରିଥିଲା ସିଆଇଏସଏଫ?

ପାକିସ୍ତାନ ମାଡ଼ କରୁଥିବା ଗୁଳି ଓ ମୋର୍ଟାର ସ୍ଥାନୀୟ ଆବସିକ ଅଞ୍ଚଳକୁ ହିଟ କରିବାରୁ ଆକ୍ସନ ମୋଡକୁ ଆସିଥିଲେ ସିଆଇଏସଏଫ କର୍ମଚାରୀ। ସେମାନେ ଘର ଘର ବୁଲି ୨୫୦ ଜଣ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ।

CISF

ଅପରେସନ ସିନ୍ଦୂର ବେଳେ ଜନବସତିକୁ ଟାର୍ଗେଟ କରିଥିଲା ପାକିସ୍ତାନ

Advertisment

ଭାରତ-ପାକିସ୍ତାନ ସାମରିକ ବିବାଦକୁ ଇତି ମଧ୍ୟରେ ୬ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଭାରତୀୟ ସଶସ୍ତ୍ର ବଳ ଦେଖାଇଥିବା ପରାକ୍ରମର ଗୋଟିଏ ପରେ ଗୋଟିଏ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ପହଲଗାମ ନରସଂହାର ପାଇଁ ମେ’ ୭ରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର ଏକାଧିକ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦେଇଥିଲା। 

Advertisment

ଭାରତୀୟ ସେନାର ଅପରେସନ ସିନ୍ଦୂରର ବଦଲା ନେବାକୁ ଏହାର କିଛି ଘଣ୍ଟା ପରେ ଜମ୍ମୁ-କଶ୍ମୀରରେ ଥିବା ଉରି ହାଇଡ୍ରୋଇଲେକ୍ଟ୍ରିକ ପାୱାର ପ୍ଲାଣ୍ଟକୁ ଟାର୍ଗେଟ କରିଥିଲା ପାକିସ୍ତାନ। କିନ୍ତୁ ସିଆଇଏସଏଫର ୧୯ ଜଣ ବାହାଦୂର ବା ସାହାସୀ ଯବାନଙ୍କ ଟିମ ପାକିସ୍ତାନ ପକ୍ଷରୁ ଥିବା ସମ୍ଭାବ୍ୟ ବିପଦକୁ ବେଶ ଚମତ୍କାର ଢଙ୍ଗରେ ପଣ୍ଡ କରି ଦେଇଥିଲେ। 

ଏହି ବୀରତାର କାହାଣୀ ଏବେ ସାମ୍ନାକୁ ଆସିଛି। ସିଆଇଏସଏଫର ୧୯ ଜଣ ଯବାନଙ୍କୁ ନିକଟରେ ଉଦ୍ୟମ ସାହାସ ଓ ବୀରତା ପାଇଁ ସମ୍ମାନୀତ କରାଯାଇଥିଲା। ଏହି ଯବାନମାନେ ଉରି ହାଇଡ୍ରୋ ଇଲେକ୍ଟ୍ରିକ ପାୱାର ପ୍ରୋଜେକ୍ଟ(ୟୁଏଚଇପି-୧ ଓ ଆଇଆଇ)ର ସୁରକ୍ଷା ଦାୟିତ୍ୱରେ ରହିଥିଲେ। ସେମାନେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଭିତ୍ତିଭୂମିର ରକ୍ଷାକବଚ ସାଜିବା ସହ ଅଦମ୍ୟ ସାହସ ଦେଖାଇ ୨୫୦ ଜଣ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ଏଥିପାଇଁ ସେମାନଙ୍କୁ ମହାନିର୍ଦ୍ଦେଶକଙ୍କ ଡିସ୍‌ ସମ୍ମାନରେ ସମ୍ମାନୀତ କରାଯାଇଛି। 

କେମିତି ଉରି ଆକ୍ରମଣକୁ କରାଯାଇଥିଲା ପଣ୍ଡ? 

Advertisment

ପହଲଗାମ ନରସଂହାରର ବଦଲା ନେବାକୁ ମେ’ ୭ ମଧ୍ୟରାତ୍ରରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆଡ୍ଡାକୁ ଧ୍ୱଂସ କରି ଦେଇଥିଲା। ଏହାର କିଛି ଘଣ୍ଟା ପରେ ପାକିସ୍ତାନ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଉରି ପ୍ଲାଣ୍ଟରେ ମୁତୟନ ଥିବା ସିଆଇଏସଏଫ ଯବାନଙ୍କୁ ହାଇଆଲର୍ଟ ଜାରି କରାଯାଇଥିଲା ଓ ସେମାନଙ୍କୁ ତୁରନ୍ତ ସମସ୍ତ ଲାଇଟ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। 

ଅପରେସନ ସିନ୍ଦୂରର କିଛି ଘଣ୍ଟା ପରେ ପାକିସ୍ତାନ( Pakistan) ଏଲଏସିରେ ନିରବଚ୍ଛିନ୍ନ ଗୁଳି ମାଡ଼ କରିବା ସହ ଶହଶହ ଡ୍ରୋନ ଆଟାକ କରିଥିଲା। ପାକିସ୍ତାନର ପ୍ରମୁଖ ଟାର୍ଗେଟ ଥିଲା ଉରି ହାଇଡ୍ରୋ ପ୍ଲାଣ୍ଟ। ଏହା ବାରମୁଲ୍ଲା ଜିଲ୍ଲାର ଝେଲମ ନଦୀ କୂଳରେ ରହିଛି। ପ୍ଲାଣ୍ଟଟି ଏଲଓସିର ଅତି ନିକଟରେ ଥିବା ପ୍ରତିଷ୍ଠାନ। ପାକିସ୍ତାନର ଆକ୍ରମଣ ଯୋଗୁ କେବଳ ପ୍ଲାଣ୍ଟ ନୁହେଁ, ଆଖପାଖ ଜନବସତି ପ୍ରତି ବିପଦ ସୃଷ୍ଟି ହୋଇଥିଲା। 

କିନ୍ତୁ କମାଣ୍ଡାଣ୍ଟ ରବି ଯାଦବଙ୍କ ନେତୃତ୍ୱାଧୀନ ୧୯ ଜଣିଆ ସିଆଇଏସଏଫ ଟିମ ଏଥିରେ ଆଦୌ ବିଚଳିତ ହୋଇ ନଥିଲେ। ଟିମରେ ଡେପୁଟି କମାଣ୍ଡାଣ୍ଟ ମନୋହର ସିଂହ ଓ ଆସିସଷ୍ଟାଣ୍ଟ କମାଣ୍ଡାଣ୍ଟ ସୁଭାଷ କୁମାର ମଧ୍ୟ ରହିଥିଲେ। ସିଆଇଏସଏଫ ଯବାନମାନେ କେବଳ ପାକିସ୍ତାନ ଡ୍ରୋନଗୁଡ଼ିକୁ ଆକାଶ ପଥରେ ନଷ୍ଟ କରି ନଥିଲେ, ବରଂ ସେମାନେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। 

ସମ୍ମାନୀତ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଥିବା ଏଏସ୍‌ଆଇ ଗୁରଜିତ ସିଂହ କହିଛନ୍ତ, “ଆମ କର୍ମଚାରୀମାନେ ଉରି ଆଇଆଇ ପ୍ରକଳ୍ପର ମୁଖ୍ୟ ପ୍ରବେଶ ପଥ ନିକଟରେ ଶତ୍ରୁ ପକ୍ଷର ଡ୍ରୋନକୁ ଜାମ କରିବା ସହ ଗୁଳି କରି ଖସାଇ ଦେଇଥିଲେ। ଅନେକ ଡ୍ରୋନକୁ ଆମ ସୁରକ୍ଷା ଏଜେନ୍ସି ପକ୍ଷରୁ ଖସା ଯାଇଥିଲା। ପ୍ଲାଣ୍ଟରେ ଶତ୍ରୁ ପକ୍ଷର କୌଣସି ଡ୍ରୋନ କ୍ଷତି ଘଟାଇବାକୁ ସକ୍ଷମ ହୋଇ ନଥିଲା।” 


ପାକିସ୍ତାନ ମାଡ଼ କରୁଥିବା ଗୁଳି ଓ ମୋର୍ଟାର ସ୍ଥାନୀୟ ଆବସିକ ଅଞ୍ଚଳକୁ ହିଟ କରିବାରୁ ଆକ୍ସନ ମୋଡକୁ ଆସିଥିଲେ ସିଆଇଏସଏଫ କର୍ମଚାରୀ। ସେମାନେ ଘର ଘର ବୁଲି ୨୫୦ ଜଣ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏମାନଙ୍କ ମଧ୍ୟରେ ଜାତୀୟ ହାଇହଡ୍ରୋ ଇଲେକ୍ଟ୍ରିକ ପାୱାର କର୍ପୋରେସନ(ଏନଏଚପିସି) କର୍ମଚାରୀ ରହିଥିଲେ। ସମସ୍ତଙ୍କୁ ସେମାନଙ୍କ ଘରୁ ସୁରକ୍ଷିତ ନିଆଯାଇ ବଙ୍କରରେ ରଖାଯାଇଥିଲା। ଫଳରେ କେହି ବି ମୃତାହତ ହୋଇ ନଥିଲେ।

ଏଏସଆଇ ସିଂହଙ୍କ କହିବା କଥା ଯେ ଶୀଘ୍ର ଶୋଇ ପଡ଼ୁଥିବା ଲୋକଙ୍କୁ ନିଦରୁ ଉଠାଇବା ହିଁ କଷ୍ଟକର ଥିଲା। କାରଣ ସେମାନେ ଘରେ ଥିବା ବେଳେ ବାହାରେ ବହୁତ କିଛି ଘଟୁଥିଲା। କିନ୍ତୁ ସେମାନେ ସେସବୁ କିଛି ବି ଜାଣି ପାରୁ ନଥିଲେ। ଘଟଣା ଦିନ କର୍ମଚାରୀମାନେ କେବଳ ପରସ୍ପର ସହ ଗୋଟି ସ୍ୟାଟେଲାଇଟ ଦ୍ୱାରା ହିଁ ଯୋଗାଯୋଗ କରିପାରୁ ଥିଲେ ବୋଲି ସେ କହିଛନ୍ତି। 

ସିଆଇଏସଏଫ ପକ୍ଷରୁ ଗୋଟିଏ ବିବୃତିରେ କୁହାଯାଇଛି ଯେ ଅଧିକାରୀମାନେ ରିୟଲ ଟାଇମ ବିପଦର ବିଶ୍ଲେଷଣ କରୁଥିଲେ। ସେମାନେ ବଙ୍କରକୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଡ୍ରୋନକୁ ଖସାଇ ଚାଲିଥିଲେ।

ସୀମା ପାର ଶେଲିଂ ସମୟରେ ଉରି ହାଇଡ୍ରୋ ଇଲେକ୍ଟ୍ରିକ ପ୍ରକଳ୍ପରେ ଥିବା ସିଆଇଏସଏଫ ଟିମ ଅଦ୍ୟମ ସାହାସ ଦେଖାଇଥିଲେ। ସେମାନେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତିର ସୁରକ୍ଷା କରିବା ସହ ୨୫୦ ଜଣ ଲୋକଙ୍କୁ ସମ୍ଭାବ୍ୟ ବିପଦ ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। 

Pakistan Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe