Advertisment

‘ସୁପର ଚୋର’ ବଣ୍ଟିକୁ କେମିତି ଧରିବାକୁ ସକ୍ଷମ ହେଲା ପୁଲିସ୍‌?

ପୁଲିସ୍‌ କହିଛି ଯେ ବଣ୍ଟି ୧୪ ବର୍ଷ ବୟସରୁ ହିଁ ଚୋରି କରିବା ଆରମ୍ଭ କରିଥିଲା। ପ୍ରଥମେ ସେ କେବଳ ଦିଲ୍ଲୀରେ ଚୋରି କରୁଥିଲା।

 Super chor Bunty

Super chor Bunty

Advertisment

ସୁପର ଚୋର ବଣ୍ଟିକୁ ଦିଲ୍ଲୀ ପୁଲିସ୍‌ ପିଛା କରି ଧରିବା ପରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ସୁପର ଚୋରର ପ୍ରକୃତ ନାଁ ହେଲେ ଦେବୀନ୍ଦର ସିଂହ ଓରଫ ବଣ୍ଟି। କେହି ତାକୁ ସୁପର ଚୋର କୁହନ୍ତି ତ ଆଉ କେହି ବଣ୍ଟି ଚୋର ମଧ୍ୟ କୁହନ୍ତି। ଦୀର୍ଘଦିନ ହେଲା ପୁଲିସ୍‌କୁ ଚକମା ଦେଇ ସେ ଫେରାର ଥିଲା।

Advertisment

କିନ୍ତୁ ଦୀର୍ଘ ୫୦୦ କିମି ରାସ୍ତା ପିଛା କରି ଦିଲ୍ଲୀ ପୁଲିସ ସୁପର ଚୋର ବଣ୍ଟିକୁ ଉତ୍ତର ପ୍ରଦେଶର କାନପୁରରୁ ଗିରଫ କରିଛି। ନିକଟରେ ସେ ଗ୍ରେଟର କୈଳାସରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ଫେରାର ହୋଇଯାଇଥିଲା। କୁଖ୍ୟାତ ଚୋର ବଣ୍ଟି ଦୀର୍ଘ ୩୦ ବର୍ଷ ହେଲା ଚୋରି କାମରେ ଲିପ୍ତ ଥିଲା। ତା’ ନାଁରେ ୭୦୦ ଚୋରି ମାମଲା ରହିଛି। ସେ ଅନେକ ଥର ଜେଲ ଯାଇଥିଲେ ମଧ୍ୟ ପୁଣି ବାହାରକୁ ଆସି ଚୋରି କରିଛି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ବଡ଼ ବଡ଼ ସହରରେ ରହୁଥିବା ଲୋକଙ୍କ ଘରେ କଳାକନା ବୁଲାଇବାରେ ସେ ମାହିର। 

ସେ ଏତେ ପରିଚିତ ଥିଲା ଯେ ବଲିଉଡରେ ତା’ ଉପରେ ଫିଲ୍ମ ତିଆରି ହୋଇଛି। ‘Oye Lucky Lucky Oye ସିନେମା ବଣ୍ଟିର ଜୀବନୀ ଉପରେ ଆଧାରିତ। ସେ ୨୦୧୦ରେ ବିଗବସ୍‌ ଶୋ’ରେ ମଧ୍ୟ ଭାଗ ନେଇଥିଲା। ବଣ୍ଟି ଏତେ ଚତୁର ଯେ ସେ ଗୋଟିଏ ମିନିଟରୁ କମ ସମୟ ମଧ୍ୟରେ ହ୍ୟାଣ୍ଡକପ୍‌ ଖୋଲିବାକୁ ସକ୍ଷମ।

Advertisment

ସବୁବେଳେ ଚୋରି କରି ଖସି ଯାଉଥିବା ସୁପର ଚୋର ବଣ୍ଟିକୁ ଦିଲ୍ଲୀ ପୁଲିସ୍‌ ପ୍ରକୃତରେ କିଏ ବସ୍‌ ସେକଥା ଜଣାଇ ଦେଇଛି। କେରଳରେ ଗୋଟିଏ ଅପରାଧ ପାଇଁ ବଣ୍ଟିକୁ ୧୦ ବର୍ଷ ଜେଲ ହୋଇଥିଲା। ନିକଟରେ ସେ ଜେଲଦଣ୍ଡ ଶେଷ କରି ମୁକୁଳିଥିଲା। ଜେଲରୁ ମୁକୁଳିବା ପରେ ସେ ଦିଲ୍ଲୀର ଗ୍ରେଟର କୈଳାସ ୨ରେ ଥିବା ଦୁଇଟି ଘରୁ ଚୋରି କରିଥିଲା। ଏହି ଘଟଣାରେ ପୁଲିସ୍‌ ତା’କୁ ଗୁରୁବାର ଗିରଫ କରିଛି।

ତେବେ ତା’କୁ ପୁଲିସ କେମିତି ଗିରଫ କଲା, ସେକଥା ମଧ୍ୟ ଜାଣିବାକୁ ଜରୁରୀ। ବଣ୍ଟି ଚୋରି କରିଥିବା ବାଲେନୋ କାର୍‌ରେ ଗୋଟିଏ ଫାଷ୍ଟଟାଗ ରେଡିଓ ଫ୍ରିକ୍ୱିଏନ୍ସି ଆଇଡ୍‌ ସର୍ଭେଲାନ୍ସ ଲାଗିଥିଲା। ଏହାକୁ ଟ୍ରାକ୍‌ କରି ଦିଲ୍ଲୀ ପୁଲିସ୍‌ ବଣ୍ଟିର ପିଛା କରିଥିଲା। ଶେଷରେ ୫୦୦ କିମିର ଚେଜ୍‌ ପରେ ପୁଲିସ୍‌ ତାକୁ କାନପୁର ଦେହାତରୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।

ପୁଲିସ୍‌ କହିଛି ଯେ ବଣ୍ଟି ୧୪ ବର୍ଷ ବୟସରୁ ହିଁ ଚୋରି କରିବା ଆରମ୍ଭ କରିଥିଲା। ପ୍ରଥମେ ସେ କେବଳ ଦିଲ୍ଲୀରେ ଚୋରି କରୁଥିଲା। ତା’ ନାଁରେ ୨୫୦ରୁ ଅଧିକ ମାମଲା ଦିଲ୍ଲୀରେ ରହିଛି। ନିକଟରେ ଅର୍ଥାତ ଏପ୍ରିଲ ୧୨ ତାରିଖ ବିଳମ୍ବିତ ରାତିରେ ସେ ଗ୍ରେଟର କୈଳାସର ଗୋଟିଏ ବିଲଡିଂରୁ ମୋବାଇଲ୍ ଫୋନ୍, ପର୍ସ, ଦୁଇଟି ଲାପଟପ୍, ବ୍ରାଣ୍ଡେଡ୍ ଜୋତା, ହାତଗୋଡ ଘଣ୍ଟା ଓ ବାଲେନୋ କାର ଚୋରି କରି ନେଇଥିଲା।

ସେହିଦିନ ଓ ସମାନ କଲୋନୀରେ ମଧ୍ୟରେ ୫ଟି ସୋନୀ ଟିଭି ସେଟ, ସେଟଅପ ବକ୍ସ, ଗୋଟିଏ ଏଲଜି ପ୍ରିଣ୍ଟର ଓ ଆଇରନ ଚୋରି ହୋଇଥିଲା। ଉଭୟ ଘଟଣାର ତଦନ୍ତ ପାଇଁ ଡିସିପି (ଦକ୍ଷିଣ) ଚନ୍ଦନ ଚୌଧୁରୀ ଏସପି ମନୁ ହିମାଂଶୁ ଓ ଏସଏଚ୍‌ଓ ରିତେଶ ଶର୍ମାଙ୍କ ନେତ୍ୱରେ ଏକାଧିକ ଟିମ ଗଠନ କରିଥିଲେ। ସେମାନେ ସିସିଟିଭି ଫୁଟେଜ ଯାଞ୍ଚ କରି ଚୋର ସମ୍ପର୍କରେ ତଥ୍ୟ ଯୋଗାଡ଼ କରିଥିଲେ। ସିସିଟିଭିରୁ ଜଣାପଡ଼ିଥିଲା ଯେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ମୁଣ୍ଡରେ କ୍ୟାପ ଲଗାଇ ଉଭୟ ଚୋରି ଘଟଣା ଘଟାଇଛି।

ପୁଲିସ୍‌ ବିଭିନ୍ନ ତଥ୍ୟକୁ ଆଧାର କରି ଜାଣିବାକୁ ପାଇଥିଲା ଯେ ସନ୍ଦିଗ୍ଧ ଜଣକ ଅଳକାନନ୍ଦା ଓ ଚିତ୍ତରଞ୍ଜନ ପାର୍କ ଦେଇ ନୋଏଡା ଯାଇଥିଲା। ଅଳକାନନ୍ଦାରେ ଲାଗିଥିବା କ୍ୟାମାରରେ ଚୋରି ହୋଇଥିବା କାର୍‌କୁ ସନ୍ଦିଗ୍ଧ ଜଣଙ୍କ ଚଳାଉଥିବା ଦେଖାଯାଇଥିଲା। ପୁଲିସ୍‌ ଏହାକୁ ଆଧାର କରି ଉକ୍ତ କାର୍‌କୁ କାଲିନ୍ଦିକୁଞ୍ଜ ଯାଏ ପିଛା କରିଥିଲା।

କିନ୍ତୁ ଏହାପରେ କାର ପିଛା କରିବାକୁ ସକ୍ଷମ ହୋଇ ନଥିଲା। କିଛି ସମୟ ପରେ ଚୋରି ହୋଇଥିବା ଗୋଟିଏ ମୋବାଇଲ ଫୋନ ଅନ ହୋଇଥିଲା। ଫଳରେ ଚୋରର ଲୋକେସନ ଜଣାପଡ଼ିଥିଲା। ଆଗ୍ରା ଜାତୀୟ ରାଜପଥରେ ମୋବାଇଲ ଫୋନ ଥିବା ଜାଣି ପୁଲିସ୍‌ ଟିମ ପୁଣି ପିଛା ଆରମ୍ଭ କରି ଦେଇଥିଲା। ସେହିପରି କାର୍‌ର ଫାଷ୍ଟଟ୍ୟାଗ ନମ୍ବରକୁ ମଧ୍ୟ ସର୍ଭେଲାନ୍ସରେ ରଖାଯାଇଥିଲା।

ଯେଉଁ ସବୁ ଟୋଲ ଗେଟ କାର୍‌ଟି ଅତିକ୍ରମ କରୁଥିଲା, ଏହାର ସୂଚନା ପୁଲିସ୍‌କୁ ମିଳିବାରେ ଲାଗିଥିଲା। କାରଟି ନେପାଳ ବର୍ଡ ଅଭିମୁଖେ ଯାଉଥିବା ବେଳେ ପୁଲିସ୍‌ ଏହାକୁ କାନପୁର ଦେହାତ ଠାରେ କାବୁ କରିବାକୁ ସକ୍ଷମ ହୋଇଥିଲା। ଯାଞ୍ଚ ବେଳେ ଚୋର ଜଣକ ବଣ୍ଟି ବୋଲି ଜଣାପଡ଼ିଥିଲା।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe