/odisha-reporter/media/media_files/2025/11/11/blast23-2025-11-11-12-06-09.jpg)
ବିସ୍ଫୋରଣ
ଦିଲ୍ଲୀର ରେଡଫୋର୍ଟ ବା ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣର କିଛି ଘଣ୍ଟା ପରେ ସନ୍ଦିଗ୍ଧ ଆତ୍ମଘାତୀ ହମଲାକାରୀର ଫଟୋ ସାମ୍ନାକୁ ଆସିଛି। ବିସ୍ଫୋରଣ ବେଳେ କାର ଚଳାଉଥିବା ବ୍ୟକ୍ତି ଜଣକ ହେଲା ଡାକ୍ତର ମହମ୍ମଦ ଉମର। ଧଳା ରଙ୍ଗର ହୁଣ୍ଡାଇ ଆଇ ୨୦ କାର ବିସ୍ଫୋରଣ ପଛରେ ଉମର ହିଁ ରହିଥିଲା ବୋଲି ଏକପ୍ରକାରର ସ୍ପଷ୍ଟ ହୋଇଛି। ସିସିଟିଭିରୁ ଉମରର ଫଟୋ ସାମ୍ନାକୁ ଆସିବା ପରେ ଜମ୍ମୁ-କଶ୍ମୀରର ପୁଲୱାମାରେ ରହୁଥିବା ତା’ର ଦୁଇ ଭାଇ ଓ ମା’ଙ୍କୁ ପୁଲିସ୍ ଉଠାଇ ନେଇ ଜେରା ଆରମ୍ଭ କରିଛି।
ବିସ୍ଫୋରଣ(Blast in Delhi) ପୂର୍ବରୁ ଲାଲକିଲ୍ଲା ନିକଟରେ କାରଟି ୩ ଘଣ୍ଟା ଧରି ଛିଡ଼ା ହୋଇଥିଲା। ଏହା ଭିତରେ ଡ୍ରାଇଭର ରହିଥିଲା। କିନ୍ତୁ ୩ ଘଣ୍ଟା ମଧ୍ୟରେ ସେ ଥରେ ବି ବାହାରକୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଆସି ନଥିଲା। ୩ ଘଣ୍ଟା ପରେ ପ୍ରାୟ ସନ୍ଧ୍ୟା ୬.୪୮ରେ କାରଟି ସେଠାରୁ ବାହାରିଥିଲା। ଧୀରେଧୀରେ ଏହା ମେଟ୍ରୋ ଷ୍ଟେସନ ଟ୍ରାଫିକ ସିଗ୍ନାଲ ଆଡ଼କୁ ଯାଇଥିଲା ଓ ୬.୫୨ରେ ବିସ୍ଫୋରଣ ଘଟାଇଥିଲେ।
୧୯୮୯ ମସିହା ଫେବୃଆରୀ ୨୪ରେ ପୁଲୱାମାରେ ଜନ୍ମ ହୋଇଥିବା ଉମର ଫରିଦାବାଦର ଫଲାହ ମେଡିକାଲ କଲେଜରେ ଡାକ୍ତର ଭାବେ କାମ କରୁଥିଲା। ଟେରର ମଡ୍ୟୁଲ ମାମଲାରେ ଗିରଫ ହୋଇଥିବା ଡାକ୍ତର ଆଦିଲ ଅହମଦ ରାଥେର ଓ ଡାକ୍ତର ମୁଜାମ୍ମିଲ ସକୀଲର ଘନିଷ୍ଠ ସହଯୋଗୀ ହେଉଛି ଉମର।
୨୯୦୦ କେଜି ବିସ୍ଫୋରକ ସହ ସହଯୋଗୀମାନେ ଗିରଫ ହେବାରୁ ଉମର ଫରିଦାବାଦରୁ ଖସି ଯାଇଥିଲା। ଗିରଫଦାରୀ ଘଟଣାକୁ ନେଇ ସେ ପୂରା ଆତଙ୍କିତ ହୋଇଇପଡ଼ିଥିଲା। ଏଥିପାଇଁ ସେ ରେଡଫୋର୍ଟ ନିକଟରେ କାର ବିସ୍ଫୋରଣକୁ କାର୍ଯ୍ୟକାରୀ କରିଥିଲା ବୋଲି ଜଣାପଡ଼ିଛି।
କେମିତି ଦିଲ୍ଲୀ ବିସ୍ଫୋରଣକୁ କରାଯାଇଥିଲା କାର୍ଯ୍ୟକାରୀ?
ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ହୁଣ୍ଡାଇ ଆଇ ୨୦ କାର୍ ବଦାରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା। ଏହାପରେ ଆଟର ରିଙ୍ଗ ରୋଡ ଦେଇ ପୁରୁଣା ଦିଲ୍ଲୀରେ ପହଞ୍ଚିଥିଲା। HR 26CE7674 ନମ୍ବର ବିଶିଷ୍ଟ କାରଟି ପ୍ରାୟ ୩ ଘଣ୍ଟା ଧରି ରେଡଫୋର୍ଟ ନିକ ପାର୍କି ସ୍ଥଳରେ ରହିଥିଲା।
ଅପରାହ୍ନ ୩.୧୯ରେ ଗାଡ଼ିଟି ପାର୍କିଂ ସ୍ଥଳକୁ ଯାଇଥିଲା। ସେଠାରୁ ପ୍ରାୟ ସନ୍ଧ୍ୟା ୬.୩୦ରେ ବାହାରିଥିଲା। ସେଠାରୁ ସିଧା ମେଟ୍ରୋ ଷ୍ଟେସନ ଆଡ଼କୁ କାରଟି ଯାଇଥିଲା। ଠିକ ୬.୫୨ରେ ରେଡ ସିଗ୍ନାଲ ବେଳ ଏଥିରେ ବିସ୍ଫୋରଣ ହୋଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ଏହି କାରଟି ଏକାଧିକ ଲୋକଙ୍କୁ ବିକ୍ରି କରାଯାଇଥିଲା। ପ୍ରଥମେ ଗୁରୁଗ୍ରାମର ମହମ୍ମଦ ସଲମାନ ଏହାକୁ କିଣିଥିଲେ। ସେ ୨୦୨୫ ମାର୍ଚ୍ଚରେ ଦିଲ୍ଲୀ ଓଖଲାରେ ରହୁଥିବା ଦେବେନ୍ଦ୍ର ନାମକ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ଦେବେନ୍ଦ୍ରଙ୍କ ଠାରୁ ପରବର୍ତ୍ତୀ ଅବସ୍ଥାରେ ଅମ୍ବଲାରେ ରହୁଥିବା ଜଣେ ବ୍ୟକ୍ତି ଏହାକୁ କିଣିଥିଲେ।
ଫରିଦାବାଦର ସେକ୍ଟର ୩୭ରେ ଥିବା ଗୋଟିଏ ପୁରୁଣା ଗାଡ଼ି ଡିଲରଙ୍କ ପାଖରେ ମଧ୍ୟ ଗାଡ଼ି ପହଞ୍ଚି ଥିଲା। ସେଠାରୁ ପ୍ରଥମେ ପୁଲୱାମାର ଆମୀର ଏହାକୁ କିଣିଥିଲେ। ତାଙ୍କ ଠାରୁ ତାରିକ ଓ ଶେଷରେ ଉମର ଏହାକୁ ଅକ୍ଟୋବର ୨୯ରେ କିଣିଥିଲା। ଏତେ ଲୋକ ଗାଡ଼ି ଥିଲେ ହେଁ ଏବେ ବି ଏହାର ମାଲିକାନା ସଲମାନଙ୍କ ନାଁରେ ହିଁ ରହିଛି। ପୁଲିସ୍ ସଲମାନ, ତାରିକ ଓ ଆମୀରଙ୍କୁ ଅଟକ ରଖି ଜେରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
