ବିସ୍ଫୋରଣ
ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ ହମଲାରେ ସାମିଲ ଥିବା ଡାକ୍ତର ଉମର ନବି ବିସ୍ଫୋରଣ ପୂର୍ବରୁ ୪୮ ଘଣ୍ଟି ଧରି କ’ଣ କରିଥିଲା ଓ କେଉଁ ସବୁ ସ୍ଥାନକୁ ଯାଇଥିଲା, ତା’ର ପୂରା ତଥ୍ୟ ମିଳିଛି। ଦିଲ୍ଲୀ ପୁଲିସ୍ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୫୦ରୁ ଅଧିକ ସିସିଟିଭି ରେକର୍ଡିଂ, ଟୋଲଗେଟ କ୍ୟାମେରା ଓ ମୋବାଇଲ ତଥ୍ୟକୁ ଆଧାର କରି ଉମରର ହରିୟାଣାରରୁ ଦିଲ୍ଲୀ ଯାତ୍ରା ସମ୍ପର୍କରେ ତଥ୍ୟ ପାଇଛନ୍ତି। ସୋମବାର ସନ୍ଧ୍ୟାରେ କାର ବିସ୍ଫୋରଣ କରିବା ପୂର୍ବରୁ କ’ଣ ସବୁ ଘଟିଥିଲା, ନଜର ପକାନ୍ତୁ।
ଜାତୀୟ ରାଜପଥରେ ଗୋଟିଏ ରାତି
ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ୩୫ ବର୍ଷୀୟ ଉମର ସୋମବାର ସକାଳେ ହିଁ ଫରିଦାବାଦ ଛାଡ଼ିଥିଲା। ବିସ୍ଫୋରଣ(Blast In Delhi)ର ୨ ସପ୍ତାହ ପୂର୍ବରୁ ସେ ଗୋଟିଏ କାର ଡିଲର ଠାରୁ କିଣିଥିବା ହୁଣ୍ଡାଇ ଆଇ ୨୦ ଚଳାଉଥିବା ସିସିଟିଭିରୁ ଜଣାପଡ଼ିଛି। ଅଲ ଫଲାହର ଡାକ୍ତର ମୁଜାମିଲ ଓ ସହଯୋଗୀ ଡାକ୍ତର ଆଦିଲ ରାଥେର ଗିରଫ ହେବା ଯୋଗୁ ସେ ପୂରା ଆତଙ୍କିତ ହୋଇ ପଡ଼ିଥିଲା। ଏଥିସହ ପୁଲିସ୍ ୨୯୦୦ କେଜି ବିସ୍ଫୋରକ ଜବତ କରିବା ମଧ୍ୟ ଉମରକୁ ବିଚଳିତ କରିଥିଲା। ଏଥିଯୋଗୁ ସେ ହମଲା ପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ହିଁ ଲାଲକିଲ୍ଲାରେ ବିସ୍ଫୋରଣ କରି ଦେଇଥିଲା।
ଉମରର କାରକୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ୨ଟି ସ୍ଥାନରେ ଅଟକିଥିଲା। ଏଠାରେ ଥିବା ଗୋଟିଏ ରାସ୍ତା କଡ଼ ଢାବାରେ ସେ ଅଟକିବା ସହ ଖାଇଥିଲା। ସେହିପରି ମେୱାତ ଜିଲ୍ଲାର ଫିରୋଜପୁର ଝିରକାରେ ଥିବା ଗୋଟିଏ ମସଜିଦରେ ରହିଥିଲା। ପରବର୍ତ୍ତୀ ଅବସ୍ଥାରେ ଆଉ ଗୋଟିଏ ଢାବା ନିକଟରେ କାର ପାର୍କିଂ କରିବା ସହ ଡ୍ରାଇଭର ସିଟ୍ରେ ରାତି କାଟିଥିଲା।
ସକାଳୁ ଦିଲ୍ଲୀକୁ ଫେରିଥିଲା ଉମର
ସୋମବାର ୮.୧୩ରେ ଆଇ ୨୦ କାର୍ ବଦରପୁର ଟୋଲପ୍ଲାଜା ଅତିକ୍ରମ କରିଥିଲା। ଏହାପରେ ସେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲୁଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ପ୍ରଥମେ ତାକୁ ଓଖଲା ପରେ କୌନଟ ପ୍ୟାଲେସରେ ଦେଖିବାକୁ ମିଳିଥିଲା। ପରେ ସେ ପୂର୍ବ ଓ କେନ୍ଦ୍ରୀୟ ଦିଲ୍ଲୀରେ ବୁଲୁଥିବା ନଜର ଆସିଥିଲା। ଉତ୍ତର ପଶ୍ଚିମ ଦିଲ୍ଲୀର ଅଶୋକ ବିହାରରେ ପ୍ରବେଶ କରିବା ପରେ ସେ ଗୋଟିଏ ରାସ୍ତା କଡ଼ ରେଷ୍ଟୁରାଣ୍ଟ ନିକଟରେ ଅଟକିଥିଲା। ସେ ପୂରା ଶାନ୍ତ ରହିବା ସହ ଖାଦ୍ୟା ଅର୍ଡର ଦେଇ କିଛି ସମୟ ସେଠାରେ କାଟିଥିଲା।
ଦିନ ପ୍ରାୟ ୧ଟା ବେଳେ ଉମରର କାର କେନ୍ଦ୍ରୀୟ ଦିଲ୍ଲୀକୁ ଫେରିଥିଲା। ରାମଲିଲା ମୈଦାନ ନିକଟରେ ଥିବା ଅସାଫ ଅଲୀ ରୋଡ ସ୍ଥିତ ମସଜିଦରେ ଉମର କିଛି ସମୟ ଅଟକିଥିଲା। ସେଠାକାର ପାର୍କିଂ ଅଞ୍ଚଳରେ ସେ ପ୍ରାୟ ୩ ଘଣ୍ଟା ରହିଥିଲା।
ରେଷ୍ଟ ନେବା ସହ ନିଜର ମୋବାଇଲକୁ ନିୟମିତ ଚିପି ଚାଲିଥିଲା। ସେହି ସମୟରେ ଉମର କାହାକୁ ମସେଜ କି କଲ କରିଥିଲା କିମ୍ବା କାହା ଠାରୁ କିଛି ନିର୍ଦ୍ଦେଶ ପାଇବା ପରେ ରେଡ ଫୋର୍ଟ ଅଞ୍ଚଳକୁ ଯାଇଥିଲା, ତା’ର ତଦନ୍ତ ପୁଲିସ୍ କରୁଛି।
ଶେଷ କିଛି ଘଣ୍ଟା
ଅପରାହ୍ନ ପ୍ରାୟ ୩.୧୯ରେ ଉମରର କାର ସୁନେହରି ମସଜିଦର ପାର୍କିଂ ଲଟ୍ରେ ପ୍ରବେଶ କରିଥିଲା। ପାର୍କିଂ ସ୍ଥଳରେ ଅନ୍ୟ କାରଗୁଡ଼ିକ ଭିତରେ ଉମର ଆଇ ୨୦ ସହ ୩ ଘଣ୍ଟା ରହିଥିଲା। ଏହି ୩ ଘଣ୍ଟା ମଧ୍ୟରେ କେହି ବି କାର ପାଖକୁ ଯାଇ ନଥିଲେ କିମ୍ବା କାରରୁ କେହି ବାହାରି ନଥିଲେ।
ସନ୍ଧ୍ୟା ୬.୨୨ରେ ପାର୍କିଂ ସ୍ଥଳରୁ ବାହାରିଥିଲା କାର୍। ଏହା ସିଧା ରେଡ ଫୋର୍ଟ ମେଟ୍ରୋ ଷ୍ଟେସନକୁ ଯାଇଥିଲା। ଶେଷରେ ସନ୍ଧ୍ୟା ୬.୫୨ରେ ଜନଗହଳୀ ପୂର୍ଣ୍ଣ ଲାଲକିଲ୍ଲା ଟ୍ରାଫିକରେ ଉମର ନିଜ ସହ କାରକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏଥିରେ ଉମର ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/13/blast1-2025-11-13-18-11-13.jpg)