Advertisment

ଦିନରେ କ୍ଲିନର, ବାର୍ବର ଓ ପେଣ୍ଟର, କିନ୍ତୁ ରାତିରେ କରୁଥିଲେ ବନ୍ଧୁକ କାରବାର: କେମିତି ଧରିଲା ପୁଲିସ?

ଦିନରେ କ୍ଲିନର ଭାବେ କାମ କରୁଥିବା ଅର୍ଜୁନ ରାତିରେ ବିଭିନ୍ନ ଅପରାଧୀଙ୍କୁ ଚୋରାରେ ସପ୍ଲାଏ କରୁଥିଲା ବନ୍ଧୁକ। ୨୩ ବର୍ଷୀୟ ଅଜୟର ଥିଲା ମଧ୍ୟ ଗୋଟିଏ ଗୁପ୍ତ ଜୀବନ।

Delhi

Delhi

Advertisment

ଅର୍ଜୁନ ନାମକ ଜଣେ ଯୁବକ ଗୋଟିଏ ପଞ୍ଚ ତାରକା ହୋଟେଲରେ ରୁମ ସଫା କରିବା ସହ ଚଟଣାରେ ପୋଛା ଲଗାଇବା କାମ କରୁଥିଲା। ତେବେ ୨୫ ବର୍ଷୀୟ ଅର୍ଜୁନର ଅସଲ କାମକୁ କେହି ଜାଣି ନଥିଲେ। ଦିନରେ କ୍ଲିନର ଭାବେ କାମ କରୁଥିବା ଅର୍ଜୁନ ରାତିରେ ବିଭିନ୍ନ ଅପରାଧୀଙ୍କୁ ଚୋରାରେ ସପ୍ଲାଏ କରୁଥିଲା ବନ୍ଧୁକ।

Advertisment

୨୩ ବର୍ଷୀୟ ଅଜୟର ଥିଲା ମଧ୍ୟ ଗୋଟିଏ ଗୁପ୍ତ ଜୀବନ। ସେ ଗୋଟିଏ ସେଲୁନରେ କାମ କରୁଥିଲା। ଅର୍ଥାତ ସେ ବାର୍ବର ଭୂମିକାରେ ରହିଥିଲା। କିନ୍ତୁ ତା’ର ପ୍ରକୃତ ବ୍ୟବସାୟ ହେଲା ବନ୍ଧୁକ ବିକ୍ରି କରିବା।

ବନ୍ଧୁକ କାରବାର କରୁଥିବା ଲୋକଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଆରମ୍ଭ କରିଥିବା ଅପରେସନ ଗରୁଡ଼ ଜରିଆରେ ଅଜୟ ଓ ଅର୍ଜୁନ ସମେତ ମୋଟ ୧୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ କେହି ଦିନରେ ଶ୍ରମିକ, ପେଣ୍ଟର, ସେଲ୍ସମ୍ୟାନ, ସିକ୍ୟୁରିଟି ଗାର୍ଡ ଓ ଚାଷୀ ଭାବେ କାମ କରୁଥିଲେ।

Advertisment

ଅଭିଯୁକ୍ତଙ୍କ ମଧ୍ୟରେ କିଛି ଜଣ ବିଏ ଛାତ୍ର ମଧ୍ୟ ରହିଛନ୍ତି। ସମସ୍ତଙ୍କର ଲକ୍ଷ୍ୟ ଥିଲା ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ସହ ଅପରାଧିକ କାର୍ଯ୍ୟକଳାପ କରି କମ ସମୟରେ ଅଧିକ ଟଙ୍କା ରୋଜଗାର କରିବା।

ସ୍ପେଶାଲ କମିଶନର ଦେବେଶ ଶ୍ରୀବାସ୍ତବଙ୍କ କହିବା କଥା ଯେ ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଏମିତି ଅନେକ ରହିଛନ୍ତି ଯେଉଁମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାରର ମାମଲା ରହିଛି। କିଛି ଅଭିଯୁକ୍ତ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଲୁଟ, ବଟି ଆଦାୟ, ଦଙ୍ଗା, ଚୋରି ଓ ଆର୍ମସ ଆକ୍ଟ ଉଲ୍ଲଙ୍ଘନ ଭଳି ମାମଲାରେ ଜଡ଼ିତ।

ଏମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳିଗୋଳା ଜବତ କରାଯାଇଛି। ୪ଟି ସେମି ଅଟୋମେଟିକ ପିସ୍ତଲ, ୮ଟି ଦେଶୀ ବନ୍ଧୁକ, ଗୋଟିଏ ରାଇଫଲ, ୩୩ଟି ଜୀବନ୍ତ କ୍ୟାଟ୍ରିଜ ଓ ଗୋଟିଏ ଚୋରି କାରକୁ ପୁଲିସ୍‌ ଠାବ କରିଛି।

ଶ୍ରୀବାସ୍ତବ କହିଛନ୍ତି, ଦିଲ୍ଲୀରେ ଚାଲିଥିବା ବେଆଇନ ବନ୍ଧୁକ କାରବାର ବିରୋଧରେ ଏହା ବଡ଼ ସଫଳତା। ଅପରେସନର କୋଡ ନାଁ ଇଗଲ ବା ଗରୁଡ଼ ରହିଥିଲା। ଅତିରିକ୍ତି ସିପି ସଞ୍ଜୟ ଭାଟିଆ ଓ ଡିସିପି(କ୍ରାଇମ) ଭୀଷ୍ମ ସିଂହଙ୍କ ନେତୃତ୍ୱରେ ଦିଲ୍ଲୀ-ଏନସିଆରରେ କାରବାର କରୁଥିବା ବେପାରୀଙ୍କୁ ଟାର୍ଗେଟ କରାଯାଇଥିଲା। ନୋଏଡାରେ ଲୁଟ ପାଇଁ ଉଦ୍ୟମ କରୁଥିବା ଅର୍ଶଦ ଓ ମହମ୍ମଦ ସୁଲେନମାନଙ୍କୁ ଧରାଯିବା ପରେ ଏତେ ବଡ଼ ରାକେଟର ପର୍ଦ୍ଦାଫାସ ହୋଇଛି।

ପ୍ରଥମେ ପୂର୍ବ ଦିଲ୍ଲୀର ଗାଜିପୁରରେ ଥିବା ପେପର ମାର୍କେଟରେ ରେଡ କରାଯାଇଥିଲା। ପୁଲିସ୍‌ ଟିମ ଅର୍ଶଦ ଓ ସୁଲେମାନ ଯାଉଥିବା କାରକୁ ଅଟକାଇଥିଲା। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ପୁଲିସ୍‌କୁ ବନ୍ଧୁକ ଦେଖାଇଥିଲା। ତେବେ ପୁଲିସ୍‌ ଉଭୟଙ୍କୁ କାବୁ କରିବା ସହ ଗିରଫ କରିଥିଲା। କାରକୁ ଯାଞ୍ଚ କରିବା ପରେ ଗୋଟିଏ ପିସ୍ତଲ, କ୍ୟାଟ୍ରିଜ ଓ ଛୁରୀ ମିଳିଥିଲା। କାରକୁ ଚୋରି କରି ସେମାନେ ଲୁଟ ପାଇଁ ଯାଉଥିଲେ।

ସେମାନଙ୍କୁ ଜେରା କରିବା ପରେ ବନ୍ଧୁକ କାରବାର କରୁଥିବା ବଡ଼ ନେଟୱର୍କ ସମ୍ପର୍କରେ ସୂଚନା ମିଳିଥିଲା। ଅର୍ଶଦ ଓ ସୁଲେମାନ ଠାରୁ ସୂଚନା ପାଇ ପୁଲିସ୍‌ ଦିଲ୍ଲୀ ଓ ଏନସିଆରର ବିଭିନ୍ନ ସ୍ଥାନରେ ରେଡ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତମାନଙ୍କ ଲିଙ୍କ ବିଭିନ୍ନ ଗ୍ୟାଙ୍ଗ ସହ ରହିଛି। ଦିଲ୍ଲୀ, ଗାଜିଆବାଦ ଓ ବାଘପତରୁ ଗିରଫ ଅଭିଯୁକ୍ତମାନେ ଦିନ ବେଳା ସମସ୍ତଙ୍କ ଦୃଷ୍ଟିରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାରର କାମ କରୁଥିଲେ। କିନ୍ତୁ ରାତି ବେଳା ସେମାନେ ବନ୍ଧୁକ କାରବାର କରି ଟଙ୍କା ରୋଜଗାର କରୁଥିଲେ।

ପୂରା ନେଟୱର୍କର ମୁଖିଆ ହେଉଛି ୩୩ ବର୍ଷୀୟ ମଦନ। ତା’ ନିର୍ଦ୍ଦେଶରେ ପୂରା ବନ୍ଧୁକ କାରବାର ଚାଲିଥିଲା। ମଦନର ମୂଳ ଘର ଉତ୍ତର ପ୍ରଦେଶର ଗାଜିଆବାଦରେ। ତା’ ନାଁରେ ହତ୍ୟା ଠାରୁ ଆରମ୍ଭ କରି ଲୁଟ ଭଳି ୧୨ଟି ମାମଲା ରହିଛି ବୋଲି ସେ କହିଛନ୍ତି।

Delhi Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe