Advertisment

କିଭଳି ଫେରାର ହେଲା ଅମ୍ରିତପାଲ? ପଞ୍ଜାବ ପୁଲିସ ଉପରେ ବର୍ଷିଲେ ହାଇକୋର୍ଟ

ଲଗାତର ୪ ଦିନ ହେବ ପୁଲିସ ଅମ୍ରିତପାଲ ସିଂହକୁ ଖୋଜୁଛି।

ଅଦ୍ୟତନ ହୋଇଛି
Amritpal Singh

Amritpal Singh

Advertisment

ଧରାଦେଉନି ପଞ୍ଜାବ ଦେ ୱାରିସ୍‌ର ମୁଖ୍ୟ ତଥା ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ। ତାକୁ ଧରିବାକୁ ପଞ୍ଜାବ ପୁଲିସ ନାକେନମ ହୋଇଗଲାଣି। ପଞ୍ଜାବର ବିଭିନ୍ନ ଅଞ୍ଚଳରେ ଚାଲିଛି ଘନ ଘନ ଫ୍ଲାଗମାର୍ଗ। ଅମ୍ରିତପାଲ ପୁଲିସ ହାତରେ ଧରାପଡି ନଥିବା ବେଳେ ତା’ର ଗୋଟିଏ ପରେ ଗୋଟିଏ ସହଯୋଗୀକୁ ପୁଲିସ ଗିରଫ କରୁଛି। ଏହାରି ଭିତରେ ପଞ୍ଜାବ ପୁଲିସ ଉପରେ ବର୍ଷିଛନ୍ତି ହରିୟାଣା ହାଇକୋର୍ଟ। 

Advertisment

ପଞ୍ଜାବରେ ୮୦ ହଜାର ପୁଲିସକର୍ମୀ ଥିବା ସତ୍ତ୍ୱେ ଅମ୍ରିତପାଲ କିଭଳି ଫେରାର ହେଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏହା ପଞ୍ଜାବ ପୁଲିସର ସବୁଠୁ ବଡ ଗୁଇନ୍ଦା ବିଫଳତାର ପ୍ରମାଣ ବୋଲି କୋର୍ଟ କଡ଼ା ଭାଷାରେ କହିଛନ୍ତି।

ଶୁଣାଣି ସମୟରେ ପଞ୍ଜାବ ପୁଲିସ କୋର୍ଟଙ୍କୁ କହିଛି ଯେ ଅମ୍ରିତପାଲ ସିଂହଙ୍କ ଉପରେ ମଧ୍ୟ ଏନଏସଏ ଲାଗୁ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଅମ୍ରିତପାଲ ସିଂହର ୧୨୦ରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହାର ଉତ୍ତରରେ କୋର୍ଟ କହିଛନ୍ତି, ଆମେ ପୁଲିସ କାହାଣୀ ଉପରେ ବିଶ୍ୱାସ କରୁନୁ। ଏଥିସହ ପଞ୍ଜାବ ପୁଲିସକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।   

Advertisment

ଉଲ୍ଲେଖଯୋଗ୍ୟ, ଅମ୍ରିତପାଲ ସିଂହ ଏବେ ବି ଫେରାର ଅଛି। ଲଗାତର ୪ ଦିନ ହେବ ପୁଲିସ ତାକୁ ଖୋଜୁଛି। ସେ ଯେଉଁ କାର୍‌ରେ ଫେରାର ହୋଇଥିଲା, ସେହି କାର୍‌କୁ ପୁଲିସ ଜବତ ମଧ୍ୟ କରିଛି। ଏହାରି ଭିତରେ ଅମ୍ରିତପାଲ ସିଂହର ପାକିସ୍ତାନର ଗୁପ୍ତଚର ସଂସ୍ଥା ସହ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଛି।  

ପୁଲିସ ସୂଚନା ମୁତାବକ, ଅମ୍ରିତପାଲର ଆଉ ଦୁଇଜଣ ସହଯୋଗୀଙ୍କ ବିରୋଧରେ ମଧ୍ୟ ଜାତୀୟ ସୁରକ୍ଷା ଆଇନ ତଥା ଏନ୍‌ଏସ୍‌ଏ ଲାଗୁ କରାଯାଇଛି। ଦୁଇ ସହଯୋଗୀ କୁଲୱନ୍ତ ସିଂହ ଏବଂ ଗୁରୁ ଅଜଲାଙ୍କ ଉପରେ ଘଝଇ ଲାଗୁ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡକୁ ପଠାଯାଇଛି।  

Amritpal Singh Punjab Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe