Advertisment

୧୦୦ କୋଟିରୁ କିଭଳି ହେଲା ୧୧୦୦ କୋଟି? ଇଡି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଇଡିର ଗିରଫଦାରୀକୁ ନେଇ କେଜ୍ରିଓ୍ୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

author-image
Madhupriya Mistry
SC on Kejriwal Case

SC on Kejriwal Case

୧୦୦ କୋଟିରୁ କିଭଳି ହେଲା ୧୧୦୦ କୋଟି? ନିର୍ବାଚନର ଠିକ୍‌ ପୂର୍ବରୁ ହିଁ କେଜ୍ରିଓ୍ୱାଲଙ୍କୁ କାହିଁକି ଗିରଫ କରାଗଲା? କେଜ୍ରିଓ୍ୱାଲଙ୍କ ମାମଲାରେ କ'ଣ ସବୁ ଜବତ ହୋଇଛି? ଆଜି ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନିଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ଆବେଦନର ଶୁଣାଣି ବେଳେ ଏଭଳି କିଛି ପ୍ରଶ୍ନ କରି ଇଡି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଇଡିର ଗିରଫଦାରୀକୁ ନେଇ କେଜ୍ରିଓ୍ୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହି ମାମଲରେ ଆଜି ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଶୁଣାଣି ବେଳେ ଇଡି ଉପରେ ଜୋରଦାର ବର୍ଷିଛନ୍ତି।

ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ, କେଜ୍ରିଓ୍ୱାଲଙ୍କୁ ଗିରଫ କରିବାକୁ କାହିଁକି ଦୁଇବର୍ଷ ସମୟ ଲାଗିଲା। ଏହାର ଉତ୍ତରରେ ଇଡି ତରଫରୁ ଆଡିସନାଲ ସଲିସିଟର ଜେନରାଲ ଏଏସଜି ରାଜୁ କହିଛନ୍ତି ଯେ, ମଦ ଦୁର୍ନୀତି ମାମଲାରେ ଯେତେବେଳେ ଯାଞ୍ଚ ଆରମ୍ଭ ହୋଇଥିଲା ସେତେବେଳେ ସିଧାସଳଖ କେଜ୍ରିଓ୍ୱାଲଙ୍କ ବିରୋଧରେ ଏହା ନଥିଲା। ଏଥିପାଇଁ ପ୍ରାରମ୍ଭରେ ତାଙ୍କ ସହ ଜଡିତ ଗୋଟିଏ ବି ପ୍ରଶ୍ନ ପଚରା ଯାଇନଥିଲା। ତାଙ୍କ ଉପରେ ତଦନ୍ତ କେନ୍ଦ୍ରିତ ନଥିଲା। ତେବେ ତଦନ୍ତ ବେଳେ କେଜ୍ରିଓ୍ୱାଲଙ୍କ ଭୂମିକା ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ସମନ କରାଯାଇଥିଲ। ହେଲେ ୯ଥର ସମନ ପରେ ମଧ୍ୟ ସେ ହାଜର ହୋଇନଥିଲେ।

Advertisment

ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଏଏସଜି ରାଜୁ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି। ଏହାର ଜବାବରେ ଜଷ୍ଟିସ୍ ଖାନ୍ନା ପ୍ରଶ୍ନ କରିଛନ୍ତି ଯେ, ଦୁଇ ବର୍ଷରେ ଏହା ୧୧୦୦ କୋଟି ଟଙ୍କା କିଭଳି ହେଲ? ଆପଣ ପୂର୍ବରୁ ୧୦୦ କୋଟି ଟଙ୍କାର ଏହି ମାମଲା ବୋଲି କହିଥିଲେ। ୨-୩ ବର୍ଷରେ ଏହା କିପରି ୧୧୦୦ କୋଟି ଟଙ୍କା ରେ ପରିଣତ ହେଲା?

ଏହାର ଜବାବର ଏଏସଜି ରାଜୁ କହିଛନ୍ତି, ଅବକାରୀ ନୀତିରୁ ବେଶ୍‌ ଲାଭ ମିଳିଛି। ତେବେ ଏହି ଲାଭ ଟଙ୍କା ଏହି ମାମଲାର ଅଂଶ ବିଶେଷ ନୁହେଁ ବୋଲି ଏହାର ଉତ୍ତରରେ ଜଷ୍ଟିସ୍‌ ଖନ୍ନା କହିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଇଡିକୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଗିରଫଦାରୀ ପୂର୍ବରୁ ଫାଇଲଗୁଡିକ ମାଗି କହିଛନ୍ତି, ଦୁଇ ବର୍ଷ ହେଲା ଏହି ମାମଲାର ଯାଞ୍ଚ ଚାଲିଛି। ଏତେ ସମୟ ଲାଗିବା ଏହା କୌଣସି ବି ଯାଞ୍ଚ ଏଜେନ୍ସିଙ୍କ ପାଇଁ ଠିକ୍ ନୁହେଁ।

କହିରଖୁ ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଇଡି ଗିରଫ କରିଥିଲା। ଏହାପୂର୍ବରୁ ଇଡି ଏହି ମାମଲାରେ ପଚରାଉଚରା କରିବା ପାଇଁ ତାଙ୍କୁ ୯ଥର ସମନ ମଧ୍ୟ ପଠାଇଥିଲା। ତେବେ କେଜ୍ରିଓ୍ୱାଲ ଗୋଟିଏ ବି ସମନରେ ହାଜର ହୋଇନଥିଲେ। କେଜ୍ରିଓ୍ୱାଲ ଦିଲ୍ଲୀ ମଦ ଦୁର୍ନୀତି ମାମଲାର ହେଉଛନ୍ତି ମୁଖ୍ୟ ଷଡଯନ୍ତ୍ରକାରୀ। ସେ ସିଧାସଳଖ ମଦ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ମାଗିବାରେ ସାମିଲ ଥିଲେ ବୋଲି ଇଡି ଅଭିଯୋଗ କରିଛି।

Arvind Kejriwal Supreme Court Delhi Liquor Scam Case