Advertisment

Blast in Delhi: ତୁର୍କୀ ଟ୍ରିପ୍‌, ଟେଲିଗ୍ରାମ ଚାଟ୍‌ ଓ ଜୈଶ ହ୍ୟାଣ୍ଡେଲର: କେମିତି ମୌଳବାଦୀ ହେଉଥିଲେ ଡାକ୍ତର?

ତଦନ୍ତ ବେଳେ ସନ୍ଦିଗ୍ଧ ଡାକ୍ତରମାନଙ୍କ ୨ଟି ଟେଲିଗ୍ରାମ ଗ୍ରୁପ ସମ୍ପର୍କରେ ଜଣାପଡ଼ିଛି। ଏହି ଗ୍ରୁପ ହିଁ ଡାକ୍ତରମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା।

author-image
Hemant Lenka
Imam

ଉମର ଓ ଇମାମ

ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ(Blast in Delhi) ଘଟଣାର ତଦନ୍ତ ବେଳେ ସନ୍ଦିଗ୍ଧ ଡାକ୍ତରମାନଙ୍କ ୨ଟି ଟେଲିଗ୍ରାମ ଗ୍ରୁପ ସମ୍ପର୍କରେ ଜଣାପଡ଼ିଛି। ଏହି ଗ୍ରୁପ ହିଁ ଡାକ୍ତରମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଗୋଟିଏ ଟେଲିଗ୍ରାମ ଗ୍ରୁପକୁ ଫରଜାନନ୍ଦନ ଇ ଦାରୁଲ ଉଲୁମ (ଦେଓବନ୍ଦ) ଚଳାଉଥିବା ବେଳେ ଆଉ ଗୋଟିଏ ଗ୍ରୁପ ପାକିସ୍ତାନରେ ଥିବା ଜୈଶ-ଇ-ମହମ୍ମଦର ଅପରେଟିଭ ଉମର ବିନ ଖାତାବ ପରିଚାଳନା କରୁଥିଲା। 

Advertisment

ସୂତ୍ର ଅନୁସାରୀ, ଆତ୍ମଘାତୀ କାର ବିସ୍ଫୋରଣ କରିଥିବା ଡାକ୍ତର ଉମର ମହମ୍ମଦ ନବି ଓ ଶୋପିଆନର ଇମାମ ଇରଫାନ ଅହମଦ ୱାଗା ମଧ୍ୟରେ କଥାବାର୍ତ୍ତା ଗୋଟିଏ ଟେଲିଗ୍ରାମ ଗ୍ରୁପରୁ ଆରମ୍ଭ ହୋଇଥିଲା। ଯଦିଓ ପ୍ରଥମେ କଶ୍ମୀର ଆଜାଦୀ ଓ କଶ୍ମିରୀଙ୍କ ସ୍ୱର ଚାପି ଦିଆଯାଉଥିବା ଉପରେ କଥାବାର୍ତ୍ତାର ଫୋକସ ରହିଥିଲା, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନେ ଏହାକୁ ଅଧିକ ବିସ୍ତାର କରି ବିଶ୍ୱ ଜିହାଦ ଓ ପ୍ରତିଶୋଧ ସମ୍ପର୍କରେ ଆଲୋଚନା କରିଥିଲେ।

ଶୋପିଆନର ଇମାମ ଇରଫାନ ଅହମଦ ୱାଗା ଡାକ୍ତରମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଥିପାଇଁ ସୋମବାର ବିସ୍ଫୋରଣ ପରେ ତା’କୁ ଜମ୍ମୁ-କଶ୍ମୀର ପୁଲିସ୍‌ ଗିରଫ କରିଛି। 

Advertisment

ଇମାମ ଇରଫାନ ଅହମଦ ୱାଗା ସ୍ଥାନୀୟ ଅଞ୍ଚଳରେ ଜଣେ ବୁଦ୍ଧିଜୀବୀ ଭାବେ ପରିଚିତ। ସେ ଇସଲାମ ଧର୍ମ ଉପରେ ସମସ୍ତଙ୍କୁ ଶିକ୍ଷା ଦେଇଥାଏ। ମୌଲବୀ ଭାବେ ସେ ପରିଚିତ ଥିବାରୁ ବିଭିନ୍ନ ହସ୍ପିଟାଲକୁ ବେଧଡ଼କ ଅନ୍ଦାଜରେ ଯାଇ ପାରୁଥିଲା। ଏହାପରେ ଡାକ୍ତରମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରୁଥିଲା। 

ଟେଲିଗ୍ରାମ ଗ୍ରୁପର ସଦସ୍ୟମାନେ ବିଦେଶ ଯିବା ସମୟରେ ସେମାନଙ୍କୁ ଗ୍ରୁପର ହ୍ୟାଣ୍ଡେଲର୍ସମାନେ ସେଠାରେ ଭେଟିଥିବା ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି। ତୁର୍କୀ ଟ୍ରିପ ପରେ ହିଁକୁ ଟେରର ମଡ୍ୟୁଲ ଆରମ୍ଭ ହୋଇଥିଲା ଓ ଧୀରେଧୀରେ କାୟା ବିସ୍ତାର କରିଥିବା ଜଣାପଡ଼ିଛି।

ଗ୍ରୁପରେ ଥିବା କିଛି ଡାକ୍ତର ତୁର୍କୀ ଗସ୍ତରୁ ଫେରିବା ପରେ ନିଜର କାର୍ଯ୍ୟକଳାପକୁ ଭାତରରେ ବିସ୍ତାର କରିଥିଲେ। ଡାକ୍ତର ମୁଜାମିଲ ଅଲ ଫଲାହ ମେଡିକାଲ କଲେଜର ଯୋଗ ଦେଇଥିବା ବେଳେ ଡାକ୍ତର ଆଦିଲ ଅହମଦ ରାଥେର ଉତ୍ତର ପ୍ରଦେଶର ସାହାରନପୁରରେ କାର୍ଯ୍ୟ ଆରମ୍ଭ କରିଥିଲା।

ଅନ୍ୟ ସଦସ୍ୟମାନେ ଦେଶର ବିଭିନ୍ନ ରାଜ୍ୟରେ ନିଯୁକ୍ତି ଓ ଲଜିଷ୍ଟିକ କାମ ବୁଝିବା ଆରମ୍ଭ କରିଥିଲେ। ଏବେ ଏହି ଟେରର ମଡ୍ୟୁଲର ଯୋଗାଯୋଗରେ ଥିବା ସସମସ୍ତଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ। 

ସୂତ୍ର ଅନୁସାରେ, ଡାକ୍ତର ଉମର ସମେତ ଡାକ୍ତର ମୁଜାମିଲ ଓ ଡାକ୍ତର ଶାହୀନ ସୟିଦ ୯ରୁ ୧୦ଟି ଟେରର ଲଜିଷ୍ଟିକ ନେଟୱର୍କ ସହ ଜଡ଼ିତ ହୋଇ ରହିଥିଲେ। ପ୍ରତି ନେଟୱର୍କରେ ୫ରୁ ୬ ଜଣ ଡାକ୍ତରଙ୍କୁ ରଖାଯାଇଥିଲା। ଏହି ୩ ଜଣ ଯାକ ନିଜର ଡାକ୍ତରୀ ପରିଚୟକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ହାସଲ କରୁଥିଲେ, ବିସ୍ଫୋରକ ଏକାଠି କରୁଥିଲେ ଓ ନେଟୱର୍କର ଅପରେସନକୁ ପରିଚାଳନା କରୁଥିଲେ। 

ଅନ୍ୟପକ୍ଷରେ ଲାଲକିଲ୍ଲା ବିସ୍ଫୋରଣ ସହ ଜଡ଼ିତ ଯୋଗାଯୋଗା ସଂକ୍ରାନ୍ତ ତଥ୍ୟ ହାସଲ ପାଇଁ ଏଜେନ୍ସିଗୁଡ଼ିକ ଗୋଟିଏ ଟେକ୍ନିକାଲ ଯାଞ୍ଚ କରୁଛନ୍ତି। ଲାଲକିଲ୍ଲା ଅଞ୍ଚଳରେ ଥିବା ମୋବାଇଲ ଟାୱାର ତଥ୍ୟକୁ ବିଶ୍ଳେଷଣ କରାଯାଉଛି। ବିସ୍ଫୋରଣ ଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬.୩୦ ମଧ୍ୟରେ ଡାକ୍ତର ଉମର କେଉଁମାନଙ୍କୁ ଯୋଗାଯୋଗ କରିଥିଲା, ସେ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସୁରକ୍ଷାକର୍ମୀ। 

Delhi Blast Blast In Delhi