Advertisment

କେମିତି ସୁନା ଦାନ୍ତ ଯୋଗୁ ୧୫ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କୁ କାବୁ କଲା ପୁଲିସ

୨୦୦୭ରେ ପ୍ରବୀଣ ଗୋଟିଏ କପଡ଼ା ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ।

Pravin Ashubha Jadeja

Pravin Ashubha Jadeja

Advertisment

ଦୀର୍ଘ ୧୫ ବର୍ଷ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିଛି ମୁମ୍ବାଇ ପୁଲିସ୍‌। ୩୮ ବର୍ଷୀୟ ପ୍ରବୀଣ ଆଶୁଭା ଜାଡେଜା ଦୁଇଟି ସୁନା ଦାନ୍ତ ଲଗାଇଥିବା ବେଳେ ଏହାକୁ ଆଧାର କରି ପୁଲିସ୍‌ ତାଙ୍କୁ ଗିରଫ କରିଛି। ମୁମ୍ବାଇ ପୁଲିସ୍‌ ନିଜକୁ ଏଲଆଇସି ଏଜେଣ୍ଟ ଭାବେ ପରିଚୟ ଦେଇ ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲା ଓ ଶେଷରେ ତାଙ୍କୁ ଗିରଫ କରିଛି। 

Advertisment

ସେ ଏକଦା ଗୋଟିଏ କପଡ଼ା ଷ୍ଟୋରରେ କାମ କରୁଥିଲେ। ୨୦୦୭ରେ ସେ ଏହାର ମାଲିକଙ୍କ ଠାରୁ ୪୦ ହଜାର ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିଲେ। ପୁଲିସ୍‌ ସେବେଠାରୁ ତାଙ୍କୁ ଖୋଜୁ ଥିବା ବେଳେ ଏବେ ସେ ଧରାପଡ଼ିଛନ୍ତି।

ଟଙ୍କା ହଡ଼ପ କରିବା ପରେ ଅଭିଯୁକ୍ତ ଜଣଙ୍କ ଗୁଜରାଟର କଚ୍ଚ ଚାଲି ଯାଇଥିଲେ। ସେଠାରେ ନିଜର ପରିଚୟ ବଦଳାଇ ରହିଥିଲେ। ଅଭିଯୁକ୍ତ ଜଣଙ୍କ ହେଲେ ପ୍ରବୀଣ ଆଶୁଭା ଜାଡେଜା ଓରଫ ପ୍ରବୀଣ ସିଂହ ଓରଫ ପ୍ରଦୀପ ସିଂହ ଆଶୁଭା ଜାଡେଜା। ଠକେଇ ଓ ପୁଲିସ୍‌କୁ ବିଭ୍ରାନ୍ତ କରିବା ଭଳି ଦଫା ତାଙ୍କ ନାଁରେ ଲାଗିଛି। ଗିରଫର କିଛି ଦିନ ପରେ ଅବଶ୍ୟ କୋର୍ଟରୁ ସେ ଜାମିନ ପାଇଥିଲେ। କିନ୍ତୁ ଜାମିନ ପାଇବା ପରେ ସେ ମୁମ୍ବାଇରୁ ଫେରାର ହୋଇଯାଇଥିଲେ ଓ କୋର୍ଟରେ ହାଜର ହୋଇ ନଥିଲେ। ତେଣୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ।

Advertisment

୨୦୦୭ରେ ପ୍ରବୀଣ ଗୋଟିଏ କପଡ଼ା ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ଗୋଟିଏ ଦିନ ଦୋକାନ ମାଲିକ ତାଙ୍କୁ ଜଣେ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଆଣିବାକୁ ପଠାଇଥିଲେ। ସେ ଉକ୍ତ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଣିଥିଲେ ହେଁ ପୁଲିସ୍‌ ଓ ନିଜ ମାଲିକଙ୍କୁ ମିଛ କହିଥିଲେ। ସେ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଆସୁଥିବା ବେଳେ ଟଏଲେଟ ନିକଟରୁ କେହି ଏହାକୁ ନେଇ ଯାଇଥିବା ସମସ୍ତଙ୍କୁ ଜଣାଇଥିଲେ।

ତେବେ ତଦନ୍ତ ପରେ ଜଣାପଡ଼ିଥିଲା ଯେ ପ୍ରବୀଣ ନିଜ ପାଖରେ ଟଙ୍କା ରଖିବା ସହ ପୁଲିସକୁ ମିଛ କହିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସେ ଜାମିନ ପାଇବା ପରେ ମୁମ୍ବାଇରୁ ଫେରାର ହୋଇଯାଇଥିଲେ। ସେବେଠାରୁ ପୁଲିସ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା।

ଏସବୁ ଭିତରେ ୧୫ ବର୍ଷ ବିତି ଯାଇଥିଲା। କିଛି ଦିନ ତଳେ ପୁଲିସ ପୁଣି ପ୍ରବୀଣଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହି ସମୟରେ ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଜେରା କରିଥିଲେ। ଏତିକି ବେଳେ ପ୍ରବୀଣ ଗୁଜରାଟର କଚ୍ଚରେ ରହୁଥିବା ଜଣାପଡ଼ିଥିଲା। ପୁଲିସ୍‌ ନିଜକୁ ଏଲଆଇସି ଏଜେଣ୍ଟ ଭାବେ ପରିଚୟ ଦେଇ ପ୍ରବୀଣଙ୍କୁ ମୁମ୍ବାଇ ଡାକିଥିଲା। ଏହାପରେ ସେ ପିନ୍ଧିଥିବା ଦୁଇଟି ସୁନା ଦାନ୍ତ ବଳରେ ପୁଲିସ୍‌ ତାଙ୍କୁ ଚିହ୍ନଟ କରି ଗିରଫ କରିଥିଲା।

Mumbai Police Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe