ସୋମାଲିଆରେ କେମିତି ଅପରେସନ କରିଥିଲା ଭାରତ? ଜଳଦସ୍ୟୁଙ୍କ କବଳରୁ ୧୭ ଜଣଙ୍କୁ ଉଦ୍ଧାର କରିଥିଲେ ମାର୍କୋ କମାଣ୍ଡୋ

ୱିଙ୍ଗ କମାଣ୍ଡର ଅକ୍ଷୟ ସକ୍ସେନା ୨୦୦୬ ମସିହା ଜୁନ ମାସରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ। ୨୦୨୧ରୁ ସେ ସି-୧୭ ସ୍କ୍ୱାର୍ଡନରେ ପୋଷ୍ଟିଂ ଅଛନ୍ତି।

Marco

representational image

Hemant Lenka
  • Published: Thursday, 30 January 2025
  • Updated: 30 January 2025, 06:16 PM IST

Sports

Latest News

ଭାରତୀୟ ବାୟୁସେନାର ଅନ୍ୟତମ ବିପଦପୂର୍ଣ୍ଣ ତଥା ସାହସୀ ଅପରେସନର ତଥ୍ୟ ଦେଇଛନ୍ତି ଭାରତ ସରକାର। ଭାରତୀୟ ବାୟୁସେନା କେମିତି ଜଳଦସ୍ୟୁଙ୍କ କଳବରେ ଥିବା ୧୭ ଜଣ କ୍ରୁ ସଦସ୍ୟଙ୍କୁ ସୋମାଲିଆ ଉପକୂଳରୁ ଉଦ୍ଧାର କରିଥିଲା, ତା’ର ତଥ୍ୟ ସରକାର ସାର୍ବଜନୀନ କରିଛନ୍ତି। ସି-୧୭ ମିଲିଟାରୀ ପରିବହନ ଏୟାରକ୍ରାଫ୍ଟକୁ ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଉଡ଼ାଇ ଅପରେସନକୁ ସଫଳ କରାଇଥିବା ପାଇଲଟଙ୍କୁ ଭାରତ ସରକାର ସମ୍ମାନୀତ କରିଛନ୍ତି। ବିପଦ ଥିବା ମିଶନକୁ ସେ କେମିତି ସଫଳତାର ସହ ଶେଷ କରିଥିଲେ, ସେକଥା ମଧ୍ୟ କହିଛନ୍ତି।

ୱିଙ୍ଗ କମାଣ୍ଡର ଅକ୍ଷୟ ସକ୍ସେନା ୨୦୦୬ ମସିହା ଜୁନ ମାସରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ। ୨୦୨୧ରୁ ସେ ସି-୧୭ ସ୍କ୍ୱାର୍ଡନରେ ପୋଷ୍ଟିଂ ଅଛନ୍ତି। ଚଳିତ ସାଧାରଣତନ୍ତ୍ର ଦିବସରେ ତାଙ୍କୁ ଭାରତ ସରକାର ଅଦମ୍ୟ ସାହାସ ଓ ବୀରତା ପାଇଁ ବାୟୁ ସେନା ମେଡାଲରେ ସମ୍ମାନୀତ କରିଛନ୍ତି।

ୱିଙ୍ଗ କମାଣ୍ଡର ଅକ୍ଷୟ ସକ୍ସେନା ନିଜେ ହିଁ ମିଶନ ପାଇଁ କ୍ରୁ ଚୟନ କରିଥିଲେ। କାରଣ ତାଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ଅତ୍ୟନ୍ତ ଗୁପ୍ତ ଭାବେ ଏହି ମିଶନକୁ ଶେଷ କରିବାର ଥିଲା। ଜଳଦସ୍ୟୁମାନେ ବାଣିଜ୍ୟ ଜାହାଜକୁ ବେଶ କିଛି ଦିନ ଧରି କବଜା କରି ରଖିଥିଲେ। ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଥିଲା। ତେଣୁ ମିଶନରେ ଅନେକ ବିପଦ ରହିଥିଲା। ଜଳଦସ୍ୟୁଙ୍କ ଆକ୍ରମଣ ସହ ୱିଙ୍ଗ କମାଣ୍ଡର ସକ୍ସେନାଙ୍କୁ ଆଉ ଗୋଟିଏ ଦେଶର ବାୟୁସୀମାରେ ଗୁପ୍ତ ଭାବେ ଉଡ଼ାଣ କରିବାର ଥିଲା। ସେଠାରେ ସେ ୪ ଘଣ୍ଟା ଧରି ବିମାନ ଉଡ଼ାଇଥିଲେ।

Also Read

ପୂରା ମିଶନ ୨୦୨୪ ମାର୍ଚ୍ଚ ୧୬ରେ ଆରମ୍ଭ ହୋଇଥିଲା। ଜଳଦସ୍ୟୁ ବିରୋଧୀ ଅପରେସନ ସଂକଳ୍ପ ସହାୟତାରେ ଆରବ ସାଗରରେ ଏହାକୁ ଆରମ୍ଭ କରାଯାଇଥିଲା। ୱିଙ୍ଗ କମାଣ୍ଡର ସକ୍ସେନା ପ୍ରଥମେ ସମସ୍ତଙ୍କୁ ଚକମା ଦେଇ ଭାରତୀୟ ବାୟୁସେନାକୁ ସମୁଦ୍ର ଠାରୁ ମାତ୍ର ଅଳ୍ପଉଚ୍ଚରେ ଅତିକ୍ରମ କରିଥିଲେ। ସେ ୨ଟି ରବର ବୋଟ(ସିଆରଆରସି) ଡ୍ରପ କରିଥିଲେ। ଏହାପରେ ଅସ୍ତ୍ରଶସ୍ତ୍ର ଖଚିତ ୧୮ ଜଣ ମାର୍କୋ କମାଣ୍ଡରଙ୍କୁ ଓହ୍ଲାଇଥିଲେ।

ସେମାନଙ୍କର ଲକ୍ଷ୍ୟ ଥିଲା ଜଳଦସ୍ୟୁଙ୍କ କବଳରେ ଥିବା ଜାହାଜକୁ ନିଜ ଅକ୍ତିଆରକୁ ନେବା। ଜଳଦସ୍ୟୁମାନେ ବାଣିଜ୍ୟକ ଜାହାଜକୁ ଅକ୍ତିଆର କରିବା ପରେ କେବଳ ଅନ୍ୟ ମର୍ଚାଣ୍ଟ ଜାହାଜଗୁଡ଼ିକୁ ଆକ୍ରମଣ କରୁ ନଥିଲେ, ବରଂ ଆଇଏନଏସ୍‌ କୋଲକାତା ଉପରକୁ ଗୁଳି କରିଥିଲେ ଓ ନୌସେନାର ଡ୍ରୋନକୁ ୨୦୨୪ ମାର୍ଚ୍ଚ ୧୫ରେ ଖସାଇ ଦେଇଥିଲେ।

Wing Commander ୱିଙ୍ଗ କମାଣ୍ଡର ଅକ୍ଷୟ ସକ୍ସେନା (ଫାଇଲ ଫଟୋ)

ମାର୍କୋ ହେଉଛନ୍ତି ନୌସେନାର ସ୍ୱତନ୍ତ୍ର ଫୋର୍ସ। ପାଣିରେ ଯୁଦ୍ଧ କରିବାରେ ସେମାନେ ସିଦ୍ଧହସ୍ତ। ସୋମାଲିଆ ଉପକୂଳରେ ଅପରେସନ କରିବାର ଥିଲା। ଅପରେସନ ଚ୍ୟାଲେଞ୍ଜିଂ ଓ ବିପଦପୂର୍ଣ୍ଣ ଥିଲେ ହେଁ ଅକ୍ଷୟ ସକ୍ସେନା ପଛଘୁଞ୍ଚା ଦେଇ ନଥିଲେ। ପାଦେପାଦରେ ବିପଦ ଥିଲେ ମଧ୍ୟ ସେ ମିଶନକୁ ସଫଳ ରୂପ ଦେବାକୁ ବାହାରି ଯାଇଥିଲେ।

ଗୋପନୀୟତା ପାଇଁ ୱିଙ୍ଗ କମାଣ୍ଡର ସକ୍ସେନା ସମସ୍ତ ପ୍ରକାରର ସିଗ୍ନାଲକୁ ବନ୍ଦ କରି ଦେଇଥିଲେ। ସେ ବିଦେଶୀ ବାୟୁସୀମାରେ ସମୁଦ୍ର ଠାରୁ ମାତ୍ର କିଛି ଉଚ୍ଚତାରେ ଉଡ଼ାଣ କରିଥିଲେ। ଧରା ନ ପଡ଼ିବା ପାଇଁ ସେ ସନ୍ଧ୍ୟା ସମୟରେ ପୂରା ଏୟାର ଡ୍ରପ୍ କରିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡ୍ରପ କରିବା ସ୍ଥାନ ଶେଷ ମୁହୂର୍ତ୍ତରେ ବଦଳି ଯାଇଥିଲା। ତଥାପି ୱିଙ୍ଗ କମାଣ୍ଡର ସକ୍ସେନା ଚମତ୍କାର ଓ ସୁରକ୍ଷିତ ଢଙ୍ଗରେ ମାର୍କୋ କମାଣ୍ଡରଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଅବତରଣ କରାଇଥିଲେ। ଫଳସ୍ୱରୂପ ସେମାନେ ଜଳଦସ୍ୟୁମାନଙ୍କୁ ଧରିଥିଲେ ଓ ଏମଭି ରୁଏନ ସହ ଏହାର ୧୭ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିଲେ।

ଭାରତୀୟ ନୌସେନା ସହ ସହ ବେଶ ପ୍ରଭାବୀ ଢଙ୍ଗରେ ସମନ୍ୱୟ ରକ୍ଷା କରିଥିଲେ। ଉଭୟ ଜଳ ପଥ ଓ ଆକାଶ ପଥରେ ସେ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ମିଶନକୁ ସଫଳତା ଦେଇଥିଲେ। ଏହି ବିପଦପୂର୍ଣ୍ଣ ମିଶନ ୧୦ ଘଣ୍ଟା ଧରି ଚାଲିଥିଲା। ଏହାକୁ ଗୁପ୍ତ ରଖିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story