ବିଦେଶ ମାଟିରେ ଟଳୁଛନ୍ତି ଜଣଙ୍କ ପରେ ଜଣେ ଭାରତର ଶତ୍ରୁ

ସୟିଦ ସିନା ଅଳ୍ପକେ ବର୍ତ୍ତି ଯାଇଛି, କିନ୍ତୁ ତା’ ସହ ଜଡ଼ିତ ଜଣଙ୍କ ପରେ ଜଣେ ଲସ୍କର-ଇ-ତାଏବାର ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

Terrorist

ଭାରତର ଶତ୍ରୁଙ୍କୁ ବିଦେଶ ମାଟିରେ ମାରୁଛି କିଏ

Hemant Lenka
  • Published: Friday, 10 November 2023
  • Updated: 10 November 2023, 07:43 PM IST

ବିଦେଶ ମାଟିରେ ଭାରତର ଜଣଙ୍କ ପରେ ଜଣେ ଶତ୍ରୁ ପ୍ରାଣ ହରାଇବାରେ ଲାଗିଛନ୍ତି। ୨୦୦୮ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ତ ହାଫିଜ ସୟିଦ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତା’ର ସହଯୋଗୀ ଓ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଆଉ କିଛି ଆତଙ୍କୀ ନିହତ ହେଉଛନ୍ତି। 

୨୦୨୧ ଜୁନ ମାସରେ ହାଫିଜର ଘର ନିକଟରେ ଆତ୍ମଘାତୀ ହମଲା ହୋଇଥିଲା। କିନ୍ତୁ ସେ ବର୍ତ୍ତି ଯାଇଥିଲେ। ପାକିସ୍ତାନ ଏହି ହମଲା ପାଇଁ ଭାରତକୁ ଦାୟୀ କରିଥିଲେ ମଧ୍ୟ ନୂଆଦିଲ୍ଲୀ ଏହାକୁ ଖଣ୍ଡନ କରି ଚାଲିଛି।

Also Read

ସୟିଦ ସିନା ଅଳ୍ପକେ ବର୍ତ୍ତି ଯାଇଛି, କିନ୍ତୁ ତା’ ସହ ଜଡ଼ିତ ଜଣଙ୍କ ପରେ ଜଣେ ଲସ୍କର-ଇ-ତାଏବାର ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୟିଦର ଡେପୁଟି ତଥା ଜମାତ ଉଦ ଦାୱାର ବରିଷ୍ଠ ନେତା ଅବଦୁଲ ସଲମାନ ଭୁଟ୍ଟାଭିର ମୃତଦେହ ପାକିସ୍ତାନର ଗୋଟିଏ ଜେଲର ସେଲ ଭିତରୁ ମିଳିଥିଲା। ଚଳିତ ବର୍ଷ ମେ’ ମାସରେ ଅବଦୁଲ ପ୍ରାଣ ହରାଇଥିଲା। ହୃଦଘାତରେ ତା’ର ମୃତ୍ୟୁ ଘଟିଥିବା ପ୍ରଶାସନ ଦାବି କରିଥିଲେ ମଧ୍ୟ ଏଯାଏ ପ୍ରକୃତ କାରଣ ସାମ୍ନାକୁ ଆସି ନାହିଁ।

କେବଳ ଅବଦୁଲ ନୁହେଁ, ବିଦେଶ ମାଟିରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଆହୁରି କିଛି ଆତଙ୍କୀ ମଧ୍ୟ ଇତି ମଧ୍ୟରେ ପ୍ରାଣ ହରାଇ ସାରିଲେଣି।

ଏମାନଙ୍କ ମଧ୍ୟରେ ହରଦୀପ ସିଂହ ନିଜାର ମଧ୍ୟ ରହିଛି। ୪୫ ବର୍ଷୀୟ ହରଦୀପ ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ତା’ ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରହିଥିଲା। ତେବେ କାନାଡାର ବ୍ରିଟିଶ କଲୋମ୍ବିଆରେ ଥିବା ଗୋଟିଏ ଗୁରୁଦ୍ୱାର ସମ୍ମୁଖୀରେ ତା’କୁ ଦୁଇ ଜଣ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ। ଏହାକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

ଜୈଶ ଇ ମହମ୍ମଦର ମୁଖ୍ୟ ମସୁଦ ଆଝାରର ଘନିଷ୍ଠ ସହଯୋଗୀ ଶାହିଦ ଲତିଫ ଚଳିତ ବର୍ଷ ଅକ୍ଟୋବରରେ ନିହତ ହୋଇଛି। ପାକିସ୍ତାନର ସିଆଲକୋଟର ଗୋଟିଏ ମସଜିଦ ନିକଟରେ ଲତିଫ ଓ ତା’ ଭାଇକୁ ଗୁଳି କରି ହତ୍ୟା କରାଯାଇଥିଲା। ୨୦୧୬ ପଠାନକୋଟ ଏୟାରବେସ୍‌ ଉପରେ ହୋଇଥିବା ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଥିଲା ଲତିଫ। ଏହି ହମଲାରେ ବାୟୁସେନାର ୭ ଜଣ ଯବାନ ସହିଦ ହୋଇଥିଲେ।

ବିଦେଶ ମାଟିରେ ପ୍ରାଣ ହରାଇଥିବା ଭାରତର ଆଉ ଜଣେ ଶତ୍ରୁ ହେଲା ରିୟାଜ ଅହମଦ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅଜଣା ବନ୍ଧୁକଧାରୀମାନେ ତାକୁ ପିଓକରେ ରାୱଲକୋଟରେ ହତ୍ୟା କରିଥିଲେ। ଲସ୍କର ପାଇଁ କାମ କରୁଥିବା ରିୟାଜକୁ ଅଲ କ୍ୟୁଡୁସ ମସଜିଦ ପରିସରରେ ହତ୍ୟା କରାଯାଇଥିଲା।

ଶୁକ୍ରବାର ପ୍ରାର୍ଥନା ବେଳେ ଅତି ନିକଟରୁ ତାକୁ ଗୁଳି କରାଯାଇଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଜମ୍ମୁ-କଶ୍ମୀରର ରଜୌରୀରେ ଆତଙ୍କୀ ହମଲା ହୋଇଥିଲା। ଏହି ହମଲାର ମାଷ୍ଟରମାଇଣ୍ତ ହେଉଛି ରିୟାଜ।

ସେପ୍ଟେମ୍ବର ୧୨ରେ ମୌଲାନା ଜିଆଉର ରହମନକୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ। କରାଚିର ଗୁଲିସ୍ତାନ-ଜଉହର ନିକଟରେ ସେ ଚାଲି ଚାଲି ଯାଉଥିବା ବେଳେ ତାକୁ ହତ୍ୟା କରାଯାଇଥିଲା। ଜିଆଉର ହେଉଛି ଲସ୍କର ସଦସ୍ୟ। କିନ୍ତୁ ସେ ଜାମିଆ ଅବୁ ବକର ସଂଗଠନ ପାଇଁ କାମ କରୁଥିଲା। ଆତଙ୍କୀ ହମଲାରେ ଜିଆଉରର ମୃତ୍ୟୁ ଘଟିଥିବା ପାକିସ୍ତାନ ପୁଲିସ କହିଥିଲା।

କୁଖ୍ୟାତ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱାରକୁ ଲାହୋରରେ ୨ ଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ। ୬୩ ବର୍ଷୀୟ ପରମଜିତ ବ୍ୟାନ ହୋଇଥିବା ଖଲିସ୍ତାନ କମାଣ୍ଡୋ ଫୋର୍ସ ପଞ୍ଜୱାରର ମୁଖ୍ୟ ଥିଲା। ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଓ ଅନ୍ୟାନ୍ୟ ଆତଙ୍କୀ କାର୍ଯ୍ୟକଳାପ ଏହି ସଂଗଠନ କରୁଥିଲା। ଭାରତର ପଞ୍ଜାବରେ ଜନ୍ମିତ ପରମଜିତ ପାକିସ୍ତାନରେ ରହୁଥିଲା। ସେଠାରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିଲା।

ଇଣ୍ଡିଆନ ଏୟାରଲାଇନ୍ସ ଆଇସି-୮୧୪ର ଅପହରଣରେ ସାମିଲ ଥିବା ମିସ୍ତ୍ରୀ ଜହୋର ଇବ୍ରାହିମକୁ ପାକିସ୍ତାନର କରାଚିରେ ଚଳିତ ବର୍ଷ ମାର୍ଚ୍ଚ ୧ରେ ହତ୍ୟା କରାଯାଇଥିଲା। କରାଚିର ଆକବର କଲୋନୀର ଗୋଟିଏ ଫର୍ଣ୍ଣିଚର ଦୋକାନରେ ଘଟଣା ଦିନ ରହିଥିଲା ଇବ୍ରାହିମ। ସେ ନିଜର ନାଁ ବଦଳାଇ ଜାହିଦ ଅଖୁଣ୍ଡା ଭାବେ ସମସ୍ତଙ୍କୁ ପରିଚୟ ଦେଇଥିଲା।

ମାର୍ଚ୍ଚ ୧ରେ ଦୁଇ ଜଣ ଯୁବକ ମୁହଁରେ ମାସ୍କ ଓ ମୁଣ୍ଡରେ ହେଲମେଟ ଲଗାଇ ଫର୍ଣ୍ଣିଚର ଦୋକାନରେ ପହଞ୍ଚିଥିଲେ। ଏହାପରେ ଇବ୍ରାହିମକୁ ଗୁଳି କରି ହତ୍ୟା କରିଥିଲେ। ୧୯୯୯ରେ ବିମାନ ଅପହରଣ ଘଟଣାରେ ଇବ୍ରାହିମ ସାମିଲ ଥିଲା। ଅପହରଣ ପରେ ଇବ୍ରାହିମ ହିଁ ଏହା ମଧ୍ୟରେ ଥିବା ରୁପିନ କଟୟାଲଙ୍କୁ ଛୁରୀ ଭୁଷି ଥିଲା। ଏବେ ଇବ୍ରାହିମ ନିଜେ ପ୍ରାଣ ହରାଇଛି।

ଜୈଶର ଟପ କମାଣ୍ଡର ୟୁସଫ ଆଝାର ମଧ୍ୟ ବିମାନ ଅପହରଣ ଘଟଣାରେ ସାମିଲ ଥିଲା। ୨୦୧୯ ଫେବୃଆରୀ ମାସରେ ଭାରତୀୟ ବାୟୁସେନା ବାଲକୋଟରେ ଯେଉଁ ଏୟାରଷ୍ଟ୍ରାକ କରିଥିଲା, ସେଥିରେ ୟୁସୁଫର ମୃତ୍ୟୁ ଘଟିଥିଲା। ୟୁସୁଫ ପଠାନକୋଟ, ଉରି ଓ ପୁଲୱାମା ହମଲାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା।

ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲସ୍କର-ଇ-ତାଏବାର ଆଉ ଜଣେ ପୂର୍ବତନ ସଦସ୍ୟ ଆକ୍ରମ ଖାନ ମଧ୍ୟ ଅଜଣା ଦୁର୍ବୃତ୍ତଙ୍କ ଗୁଳିରେ ଆଖି ବୁଜିଛି। ଗୁରୁବାର ପାକିସ୍ତାନରେ ତାକୁ ଗୁଳି କରି ହତ୍ୟା କରାଯାଇଥିଲା। ବାଜୌର ଜିଲ୍ଲାରେ କେହି ଅଜ୍ଞାତ ଆକ୍ରମଣକାରୀ ତାକୁ ଗୁଳି କରିଥିଲେ। ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଲସ୍କର ନିଯୁକ୍ତି ସେଲର ନେତୃତ୍ୱ ନେଇଥିଲା ଆକ୍ରମ ଔରଫ୍ ଗାଜି। ଗାଜି ପାକିସ୍ତାନରେ ଭାରତ ବିରୋଧୀ ଭାଷଣ ଦେଉଥିଲା

ପାକିସ୍ତାନରେ ଭାରତର ଶତ୍ରୁମାନେ ପ୍ରାଣ ହରାଇବା ଇସଲାମାବାଦକୁ ଚକିତ କରିଛି। ଏହି ସବୁ ହତ୍ୟା ପଛରେ ପାକିସ୍ତାନ ଗୁଇନ୍ଦା ବିଭାଗ ବିନା ପ୍ରମାଣରେ ଭାରତକୁ ଦାୟୀ କରୁଛି। କିନ୍ତୁ ବାସ୍ତବରେ ପାକିସ୍ତାନ ଯେଉଁ ବନ୍ଧୁକଧାରୀମାନଙ୍କୁ ପାଳୁଛି, ସେମାନେ ହିଁ ଗୋଷ୍ଠୀ ବିବାଦର ବଶବର୍ତ୍ତୀ ହୋଇ ଏପରି କରୁଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story