Advertisment

ହାମର ଓ ସ୍କାଲ୍‌ପ ଦ୍ୱାରା କେମିତି ୨୦ ମିନିଟରେ ୯ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କଲା ଭାରତ?

ରାତି ୧ଟା ୫ରୁ ୧ଟା ୨୫ ମଧ୍ୟରେ ଅର୍ଥାତ ୨୦ ମିନିଟ ମଧ୍ୟରେ ଭାରତୀୟ ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ପିଓକରେ ହୋଇଥିବା ବେଳେ ଏଥର ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ହମଲା କରିଛନ୍ତି।

ଅଦ୍ୟତନ ହୋଇଛି
Pak

Pak

Advertisment

ପହଲଗାମ ନରସଂହାରର ବଦଲା ନେବା ପାଇଁ ଭାରତୀୟ ସେନା ବେଶ ସଫଳତାର ସହ ଅପରେସନ ସିନ୍ଦୂରକୁ ଶେଷ କରିଛି। ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ସେନା କରିଛି ମିସାଇଲ ଷ୍ଟ୍ରାଇକ। ଅପରେସନ ସିନ୍ଦୂରରେ ସ୍ଥଳ, ବାୟୁ ଓ ନୌସେନାର କମାଣ୍ଡୋମାନେ ସାମିଲ ଥିଲେ।

Advertisment

ରାତି ୧ଟା ୫ରୁ ୧ଟା ୨୫ ମଧ୍ୟରେ ଅର୍ଥାତ ୨୦ ମିନିଟ ମଧ୍ୟରେ ଭାରତୀୟ ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ପିଓକରେ ହୋଇଥିବା ବେଳେ ଏଥର ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ହମଲା କରିଛନ୍ତି। ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତାଏବା ଓ ହିଜବୁଲ ମୁଜାହିଦ୍ଦିନର କ୍ୟାମ୍ପ ଗୁଡ଼ିକ ଉପରେ ଏପରି ଷ୍ଟ୍ରାଇକ କରାଯାଇଛି।

ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିବା ଅସ୍ତ୍ର

ଭାରତୀୟ ସେନା ଏହି ବଡ଼ ଅପରେସନରେ ଦୂରଗାମୀ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥିଲା। ଏହା ମଧ୍ୟରେ ସ୍କାଲ୍‌ପ କ୍ରୁଜ ମିସାଇଲ, ହାମର ବୋମା ଓ ଆତ୍ମଘାତୀ ଡ୍ରୋନ।

Advertisment

ସ୍କାଲ୍‌ପ(ଝଡ଼ର ଛାଇ): ସ୍କାଲ୍‌ପ ମିସାଇଲ୍‌ ମଧ୍ୟ ଝଡ଼ର ଛାଇ ଭାବେ ପରିଚିତି। ଏହା ଏକ ଦୂରଗାମୀ ଏୟାର ଲଞ୍ଚଡ କ୍ରଜ ମିସାଇଲ। ଏହାର ଲକ୍ଷ୍ୟଭେଦ କ୍ଷମତା ୨୫୦ କିମି। ଗଭୀର ଷ୍ଟ୍ରାଇକ କ୍ଷମତା ପାଇଁ ଏହାକୁ ଡିଜାଇନ କରାଯାଇଛି।

ହାମର: ହାରମର ସ୍ମାର୍ଟ ବୋମା କଠିନ ଓ ଶକ୍ତିଶାଳୀ ଟାର୍ଗେକୁ ଧ୍ୱଂସ କରିବାକୁ ବ୍ୟବହାର କରାଯାଏ। ବିଶେଷ କରି ବଙ୍କର ଓ ବହୁତ ବିଶିଷ୍ଟ କୋଠାକୁ ଏହା ଦ୍ୱାରା ମାଟିରେ ମିଶାଯାଏ। ଲସ୍କର ଓ ଜୈଶର ଟ୍ରେନିଂ ସେଣ୍ଟରକୁ ଅପରେସନ ସିନ୍ଦୂର ଦ୍ୱାରା ନଷ୍ଟ କରାଯାଇଛି। ଏଥିରେ ହାମର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ହାମର ଗୋଟିଏ ସଠିକ ନିର୍ଦ୍ଦେଶିତ ସ୍ଥିର ଅସ୍ତ୍ର ଯାହା ୫୦ରୁ ୭୦ କିମି ଦୂରରେ ଥିବା ଟାର୍ଗେଟକୁ ଭେଦ କରିପାରେ।

ଆତ୍ମଘାତୀ ଡ୍ରୋନ: ଏହାକୁ କାମିକାଜେ ଡ୍ରୋନ ଭାବେ ମଧ୍ୟ ବୁଝାଯାଏ। ସର୍ଭେଲାନ୍ସ, ଟାର୍ଗେକୁ ଭେଦ କରିବା ଓ ଟର୍ମିନାଲ ଷ୍ଟ୍ରାଇକ ପାଇଁ ଏହା ଗୋଟିଏ ପ୍ରମୁଖ ଅସ୍ତ୍ର। ଏହି ଡ୍ରୋନ ଟାର୍ଗେଟ ଅଞ୍ଚଳ ଉପରେ ବୁଲିଥାଏ। ଏହାପରେ ଆପେଆପେ କିମ୍ବା ରିମୋଟ ଦ୍ୱାରା ନିୟନ୍ତ୍ରିତ ଟାର୍ଗେଟକୁ ଚିହ୍ନଟ କରିଥାଏ। ଏହାପରେ ସେଥିରେ ମାଡ଼ ହୋଇ ତା’କୁ ଧ୍ୱଂସ କରି ଦେଇଥାଏ। ଟାର୍ଗେଟକୁ ଚିହ୍ନଟ ନ କରିବା ଯାଏ ଏହା ହମଲା କରି ନଥାଏ।

କେଉଁ ସବୁ ସ୍ଥାନକୁ ଟାର୍ଗେଟ କରାଯାଇଛି

୧- ବାହାବଲପୁର: ଅନ୍ତର୍ଜାତୀୟ ସୀମା ଠାରୁ ୧୦୦ କିମି ଦୂର(ଜୈଶ ମୁଖ୍ୟାଳୟ)

୨- ମୁରିଦକେ: ଏଲଓସି ଠାରୁ ୩୦ କିମି ଦୂର( ୨୬/୧୧ ହମଲା ସହ ଲିଙ୍କ ରହିଥିବା ଲସ୍କର କ୍ୟାମ୍ପ)

୩- ଗୁଲପୁର: ପୁଞ୍ଚ-ରଜୌରୀ ଠାରୁ ୩୫ କିମି ଦୂର(୨୦୨୩ ଏପ୍ରିଲରେ ପୁଞ୍ଚ ଓ ୨୦୨୪ ଜୁନରେ ବସ ହମଲାର ଲିଙ୍କ)

୪- ସୱାଇ: ପିଓକେର ୩୦ କିମି ଭିତରେ ଥିବା ଗୋଟିଏ ସ୍ଥାନ(ସୋନମାର୍ଗ, ଗୁଲମାର୍ଗ ଓ ପହଲଗାମ ହମଲାର ଲିଙ୍କ ଥିଲା)

୫- ବିଲାଲ କ୍ୟାମ୍ପ: ଜୈଶର ଟେରର ଲଞ୍ଚ ପ୍ୟାଡ

୬- କୋଟଲି କ୍ୟାମ୍ପ: ରଜୌରୀର ବିପରୀତି ଦିଗରେ ଏଲଓସି ଠାରୁ ୧୫ କିମି ଦୂର(ଲସ୍କରର ବୋମା ପ୍ରସ୍ତୁତ କରାଯାଉ କ୍ୟାମ୍ପ)

୭- ବର୍ଣ୍ଣାଲା କ୍ୟାମ୍ପ: ଏଲଓସି ଠାରୁ ୧୦ କିମି ଦୂର

୮- ସର୍ଜାଲ କ୍ୟାମ୍ପ: ଅନ୍ତର୍ଜାତୀୟ ସୀମା ଠାରୁ ୮ କିମି(ଜୈଶ କ୍ୟାମ୍ପ)

୯- ମେହମୁନା କ୍ୟାମ୍ପ: ଆଇବି ଠାରୁ ୧୫ କିମି ଦୂର ସିଆଲ କୋଟ ନିକଟରେ(ହିଜବୁଲ ମୁଜାହିଦ୍ଦିନର ଟ୍ରେନିଂ କ୍ୟାମ୍ପ)

କାହିଁକି ଏସବୁ ସ୍ଥାନକୁ ଟାର୍ଗେଟ କରାଗଲା?

ଭାରତୀୟ ସେନା ମିସାଇଲ ମାଡ଼ କରିଥିବା ୯ଟି ସ୍ଥାନର ଲିଙ୍କ ବଡ଼ବଡ଼ ଆତଙ୍କବାଦୀ ହମଲା ଓ ଅନୁପ୍ରବେଶ ସହ ରହିଥିଲା। ଭାରତୀୟ ଗୁଇନ୍ଦା ସଂସ୍ଥା ସର୍ଭେଲାନ୍ସ ଜରିଆରେ ଏହାକୁ ଚିହ୍ନଟ କରିଥିଲା। ନିର୍ଭରଯୋଗ୍ୟ ଗୁଇନ୍ଦା ତଥ୍ୟକୁ ଆଧାର କରି ଭାରତୀୟ ସେନା ସେହିଗୁଡ଼ିକୁ ଧ୍ୱଂସ କରିଛି।

Terror Attack Jammu Kashmir Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe