Advertisment

ପୁଲିସ୍‌ ପଞ୍ଝାରେ ‘ଲୁଟେରୀ ଦୁଲହନ’: ୩ ବିବାହ, ୧.୨୫ କୋଟି ଠକେଇ

ଗୋଟିଏ ଦଶନ୍ଧି ମଧ୍ୟରେ ମହିଳା ଜଣଙ୍କ ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ କେମିତି ୧.୨୫ କୋଟିରୁ ଅଧିକ ଟଙ୍କା ସେମାନଙ୍କ ଠାରୁ ହଡ଼ପ କରିଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Police

Police

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ପୁଲିସ୍‌ ପଞ୍ଝାରେ ଜଣେ ଏମିତି ମହିଳା ପଡ଼ିଛନ୍ତି ଯିଏ ଲୁଟେରୀ ଦୁଲହନ ବା ଲୁଟେରୀ କନ୍ୟା ଭାବେ ପରିଚିତ। ମହିଳା ଜଣକ ଧନୀ ଲୋକଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ନିକଟର ହେଉଥିଲା ଓ ଏହାପରେ କୌଶଳକ୍ରମେ ସେମାନଙ୍କୁ ବିବାହ କରୁଥିଲା। ଶେଷରେ ସେମାନଙ୍କୁ ଧମକ ଦେଇ ମାମଲା ବୁଝାମଣା କରିବା ନାଁରେ ଟଙ୍କା ଲୁଟ କରୁଥିଲା।

Advertisment

ଗୋଟିଏ ଦଶନ୍ଧି ମଧ୍ୟରେ ମହିଳା ଜଣଙ୍କ ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ କେମିତି ୧.୨୫ କୋଟିରୁ ଅଧିକ ଟଙ୍କା ସେମାନଙ୍କ ଠାରୁ ହଡ଼ପ କରିଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି।

ପୁଲିସ୍‌ ପଞ୍ଝାରେ ପଡ଼ିଥିବା ମହିଳା ଜଣଙ୍କ ହେଲେ ସୀମା ଓରଫ ନିକ୍କି। ତା’ ଘର ଉତ୍ତରାଖଣ୍ଡରେ। ପ୍ରଥମେ ସେ ଆଗ୍ରାର ଜଣେ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ୨୦୧୩ରେ ବିବାହ କରିଥିଲା। ତେବେ କିଛି ମାସ ପରେ ସେ ବ୍ୟବସାୟୀଙ୍କ ପରିବାର ଲୋକଙ୍କ ବିରୋଧରେ ମିଛ କେସ୍‌ କରିଥିଲା। ସେମାନଙ୍କୁ ବଦନାମ କରିବାର ଧମକ ଦେଇ ୭୫ ଲକ୍ଷ ଟଙ୍କା ମାଗିଥିଲା। ପରିବାର ଲୋକ ବାଧ୍ୟ ହୋଇ ୭୫ ଲକ୍ଷ ଟଙ୍କା ଦେଇ ମାମଲାର ବୁଝାମଣା କରିଥିଲେ।

Advertisment

୨୦୧୭ରେ ସୀମା ଗୁରୁଗ୍ରାମର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ବିବାହ କରିଥିଲା। ତାଙ୍କୁ ମଧ୍ୟ ବିବାହର କିଛି ଦିନ ପରେ ମିଛ କେସ୍‌ର ଧମକ ଦେଇଥିଲା। ଏହାପରେ ୧୦ ଲକ୍ଷ ଟଙ୍କା ନେଇ ସୀମା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଅଲଗା ହୋଇଯାଇଥିଲେ।

୨୦୨୩ରେ ସୀମା ପୁଣି ନିଜ ଖେଳ ଦେଖାଇଥିଲା। ସେ ଜୟୁରର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ସେ ବ୍ୟବସାୟୀଙ୍କ ଘରେ ଥିବା ସୁନା ଅଳଙ୍କାର ଓ ନଗଦ ୩୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଏନେଇ ପରିବାର ଲୋକ ଅଭିଯୋଗ କରିବା ପରେ ଜୟପୁର ପୁଲିସ୍‌ ସୀମାକୁ ଧରିଥିଲେ।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ ସୀମା ତା’ର ଟାର୍ଗେଟକୁ ମାଟ୍ରିମୋନିଆଲ ସାଇଟରୁ ଚୟନ କରୁଥିଲା। ଛାଡ଼ପତ୍ର ହୋଇଥିବା କିମ୍ବା ପତ୍ନୀଙ୍କୁ ହରାଇଥିବା ପୁରୁଷଙ୍କୁ ସେ ଟାର୍ଗେଟ କରୁଥିଲା। ଏପରି ଭାବେ ସେ ବିଭିନ୍ନ ରାଜ୍ୟରେ ଏକାଧିକ ପୁରୁଷଙ୍କୁ ବିବାହ କରି ସେମାନଙ୍କ ଠାରୁ ୧.୨୫ କୋଟି ଟଙ୍କା ଲୁଟ କରିଥିଲା।

ଜୟପୁର ପୁଲିସ ତା’କୁ ଗିରଫ କରିବା ପରେ ଏବେ ଅଧିକ ତଦନ୍ତ ଜାରି ରଖିଛି।

Police Jaipur