ଚୈତନ୍ୟାନନ୍ଦ ସରସ୍ୱତୀ
ଯୌନ କେଳେଙ୍କାରୀ ମାମଲାରେ ଫସିଥିବା ଓଡ଼ିଶା ଜନ୍ମିତ ଦିଲ୍ଲୀ(Delhi) ବାବାଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମାର ଗୁମର ଫିଟିବାରେ ଲାଗିଛି। ଆତ୍ମଘୋଷିତ ବାବା ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ନିର୍ଦ୍ଦେଶକ ଭାବେ କାମ କରୁଥିଲେ।
ଏହି ସମୟରେ ସେ ନିଜ ଶିକ୍ଷାନୁଷ୍ଠାନର ଅଳ୍ପ ବୟସ୍କା ଛାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରୁଥିଲେ। ପ୍ରଥମେ ସେ ବେଶ ଆଦରର ସହ ଛାତ୍ରୀମାନଙ୍କୁ ନିଜର ଯୌନ ଭୋକ ମେଣ୍ଟାଇବାକୁ ପ୍ରସ୍ତାବ ଦିଅନ୍ତି। ଯଦି ସେମାନେ ଏଥିରେ ରାଜି ହୋଇଗଲେ ତ ଭଲ କଥା, ନଚେତ ଆତ୍ମଘୋଷିତ ବାବା ଜଣଙ୍କ ନିଜର ଅସଲ ଔକାତ ସେମାନଙ୍କ ଆଗରେ ପ୍ରଦର୍ଶନ କରନ୍ତି।
ଚୈତନ୍ୟାନନ୍ଦ ସରସ୍ୱତୀ କେମିତି କଅଁଳ ବୟସୀଙ୍କୁ ଟାର୍ଗେଟ କରୁଥିଲେ ଓ ସେମାନଙ୍କୁ ପ୍ରଲୋଭିତ କରୁଥିଲେ, ତା’ର ଗୁମର ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟ ରିସର୍ଚ୍ଚର ଜଣେ ପୂର୍ବତନ ଛାତ୍ର ଖୋଲିଛନ୍ତି।
ଛାତ୍ର ଜଣଙ୍କ କହିଛନ୍ତି, “ବାବା ଛାତ୍ରୀମାନଙ୍କୁ ମାଗଣା ବିଦେଶ ଭ୍ରମଣ, ଆଇଫୋନ, ଡ୍ରାଇଭର ଉପଲବ୍ଧ ଥିବା କାର ଓ ଲ୍ୟାପଟ ଦେବେ ବୋଲି ପ୍ରସ୍ତାବ ଦିଅନ୍ତି। ନାଁ ଲେଖାଇବା ବେଳେ ହିଁ ଛାତ୍ରୀମାନଙ୍କୁ ମିଛ ପ୍ରଲୋଭନ ଦେଖା ଯାଉଥିଲା। କଲେଜକୁ ନୂଆ ଛାତ୍ରୀ ଆସିବା ମାତ୍ରେ କେଉଁମାନଙ୍କୁ ଟାର୍ଗେଟ କରାଯିବ, ସେକଥା ଚିଶ୍ଚିତ କରାଯାଉଥିଲା। ଏହାପରେ ସେମାନଙ୍କୁ ଉତ୍ତମ ଓ ଅଧିକ ସେବା ପ୍ରଦାନର ଲୋଭ ଦେଖାଇ ନିଜ ଜାଲରେ ଫସାଇବାକୁ ଉଦ୍ୟମ ଆରମ୍ଭ ହେଉଥିଲା। ଅଧିକ ମାର୍କ, ବିଦେଶ ଭ୍ରମଣ, ବିଦେଶରେ ଇଣ୍ଟର୍ଣ୍ଣଶିପ ଓ ଭଲ ଚାକିରି ଆଦିର ପ୍ରସ୍ତାବ ଦିଆଯାଉଥିଲା।
ଯଦି କେହି ଏହି ସବୁ ପ୍ରସ୍ତାବକୁ ଗ୍ରହଣ କରୁ ନେଉଥିଲା ତ ସବୁ କିଛି ଠିକଠକା ରହୁଥିଲା। କିନ୍ତୁ ପ୍ରସ୍ତାବକୁ ଅଗ୍ରାହ୍ୟ କରୁଥିବା ଛାତ୍ରୀଙ୍କ ଜୀବନ ନର୍କରେ ପରିଣତ କରି ଦିଆଯାଉଥିଲା। ସମୟ ଯେତିକି ଗଡ଼ୁ ଥିଲା, ସେମାନଙ୍କୁ ସେତିକି ନିର୍ଯାତନା ଦିଆଯାଉଥିଲା। ପ୍ରସ୍ତାବ ଗ୍ରହଣ କରୁ ନଥିବା ଛାତ୍ରୀଙ୍କୁ ରାତି ଅନିଦ୍ରା ରହିବାକୁ ବାଧ୍ୟ କରାଯାଉଥିଲା, ସେମାନଙ୍କୁ କାହା ସହ କଥା ହେବାକୁ ଦିଆଯାଉ ନଥିଲା, ୨୪ ଘଣ୍ଟା ସେମାନଙ୍କ ଉପରେ ନଜର ରଖାଯାଉଥିଲା, ନିୟମିତ ହଇରାଣ କରାଯାଉଥିଲା ଓ ଶେଷରେ ସେମାନଙ୍କୁ କଲେଜରୁ ବାହାର କରି ଦିଆଯାଉଥିଲା। ଛାତ୍ରୀମାନଙ୍କ ପରିବାର ଲୋକଙ୍କୁ ହଇରାଣ କରିବାକୁ ବାବା କିମ୍ବା ସେମାନଙ୍କ ଲୋକମାନେ ପଛାଉ ନଥିଲେ।”
କେମିତି ହେଉଥିଲା ଚୟନ ପ୍ରକ୍ରିୟା?
କେମିତି ଛାତ୍ରୀମାନଙ୍କୁ ଟାର୍ଗେଟ କରାଯାଉଥିବା ପ୍ରଶ୍ନରେ ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ଚୈତନ୍ୟାନନ୍ଦ ସରସ୍ୱତୀ ବ୍ୟକ୍ତିଗତ ଭାବେ କରନ୍ତି। ସେ ଛାତ୍ରୀମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରନ୍ତି। ଏହାପରେ ସେ ନିଜ ପସନ୍ଦର ଛାତ୍ରୀଙ୍କୁ ବାଛି ଥାଆନ୍ତି। ସେ ଛାତ୍ରୀ ଓ ଛାତ୍ରମାନଙ୍କର ଭିନ୍ନ ଭିନ୍ନ କ୍ଲାସ ମଧ୍ୟ ନିଅନ୍ତି। ଏହି ସମୟରେ ସେ ନିଜ ଟାର୍ଗେଟକୁ ଚୟନ କରନ୍ତି। ଟାର୍ଗେଟ ଚୟନ ହେବା ପରେ କିଛି ମହିଳା କର୍ମଚାରୀ ଛାତ୍ରୀଙ୍କ ପାଖକୁ ଯାଆନ୍ତି ଓ ସେମାନଙ୍କୁ ଅଫିସ କିମ୍ବା ରୁମରେ ଚୈତନ୍ୟାନନ୍ଦଙ୍କୁ ଭେଟିବାକୁ ପରାମର୍ଶ ଦିଅନ୍ତି।
ମହିଳା କର୍ମଚାରୀ ହେଉଛନ୍ତି ପୂର୍ବତନ ଛାତ୍ରୀ
ଶିକ୍ଷାନୁଷ୍ଠାନରେ କାମ କରୁଥିବା ମହିଳା କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପୂର୍ବତନ ଛାତ୍ରୀ। ସେମାନଙ୍କୁ ଏକଦା ଚୈତନ୍ୟାନନ୍ଦ ସରସ୍ୱତୀ ଟାର୍ଗେଟ କରିଥିଲେ। ସେମାନେ ଜାଲରେ ଫସିବା ପରେ ବାବାଙ୍କ ସହ ବୁଝାମଣା ଚାକିରି କରିଛନ୍ତି। ସେମାନଙ୍କୁ ବାବା ବିଦେଶ ଭ୍ରମଣରେ ନେଇଥିଲେ ଓ ବିଦେଶରେ ଇଣ୍ଟର୍ଣ୍ଣଶିପ ସୁବିଧା ଯୋଗାଇଥିଲେ। ଏବେ ସେମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ। ଏବେ ସେମାନେ ଅନ୍ୟ ଛାତ୍ରୀମାନଙ୍କୁ ବାବାଙ୍କ ଶଯ୍ୟା ସଙ୍ଗୀନ ହେବାକୁ ବାଧ୍ୟ କରୁଛନ୍ତି ବୋଲି ପୂର୍ବତନ ଛାତ୍ର ଜଣଙ୍କ କହିଛନ୍ତି।
୨୦୧୬ ନିର୍ଯାତନା ମାମଲା
୨୦୧୬ରେ ବାବାଙ୍କ ବିରୋଧରେ ଜଣେ ଛାତ୍ରୀ କରିଥିବା ଅଭିଯୋଗ ସମ୍ପର୍କରେ ପୂର୍ବତନ ଛାତ୍ର ଜଣଙ୍କ କହିଛନ୍ତି ଯେ ଅଭିଯୋଗକାରୀ ତାଙ୍କ ଜୁନିୟର ଥିଲେ ଓ ତାଙ୍କୁ ମଧ୍ୟ ସମାନ ଢଙ୍ଗରେ ଜାଲରେ ଫସାଇବାକୁ ଉଦ୍ୟମ ହୋଇଥିଲା। ସେ କହିଛନ୍ତି, “ଛାତ୍ରୀ ଜଣଙ୍କୁ ବୁଝାମଣା କରିବାକୁ କୁହାଯାଇଥିଲା। ଏହା ବଦଳରେ ତାଙ୍କୁ ମାଗଣାରେ ବିଦେଶ ଭ୍ରମଣ, ମାଗଣାରେ ଲ୍ୟାପଟପ, ଆଇଫୋନ ସହ ଡ୍ରାଇଭର ଥିବା କାର ଉପଲବ୍ଧ କରାଯିବ ବୋଲି କୁହାଯାଇଥିଲା। ସେ ଏହି କାରରେ ଯେକୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରିବେ। ବିଦେଶରେ ଚାକିରି ପାଇଁ ତାଙ୍କୁ ଭଲ ତାଲିମ ଓ ଅନଲିମିଟେଡ୍ ଶପିଂର ପ୍ରସ୍ତାବ ଦିଆଯାଇଥିଲା।”
ନିଜର ଅଭିଯୋଗରେ ଛାତ୍ରୀ ଜଣଙ୍କ କହିଥିଲେ ଯେ ତାଙ୍କୁ ୨୦ରୁ ୨୧ ବର୍ଷ ହୋଇଥିବା ବେଳେ ଚୈତନ୍ୟାନନ୍ଦ ତାଙ୍କୁ ରାତି ସମୟରେ ଫୋନ କରି ଅଭଦ୍ରଙ୍କ ଭଳି କଥା ହୁଅନ୍ତି। ସେ ତାଙ୍କୁ ବେବୀ ଓ ସ୍ୱିଟ ଗର୍ଲ କହି ସମ୍ବୋଧନ କରନ୍ତି।
ତେବେ ଚୈତନ୍ୟାନନ୍ଦଙ୍କ କଥାରେ ସେ ରାଜି ନ ହେବାରୁ ତାଙ୍କ ଫୋନ ଛଡ଼ାଇ ନିଆଯାଇ ହଷ୍ଟେଲରେ ବନ୍ଦ କରି ରଖାଯାଇଥିଲା। ସେ ଅନ୍ୟମାନଙ୍କ ସହ କଥା ହେଳେ ତାଙ୍କୁ ଗାଳି କରାଯାଉଥିଲା।
ଦୁଇ ଦିନିଆ ମଥୁରା ଗସ୍ତ ବେଳେ ବାବାଙ୍କ ସହ ଯିବାକୁ ତାଙ୍କ ଉପରେ ଚାପ ପକା ଯାଇଥିଲା। ଭୟରେ ଛାତ୍ରୀ ଜଣଙ୍କ ନିଜର ବ୍ୟାଗ ଓ ପ୍ରମାଣପତ୍ର ଛାଡ଼ି ଘରକୁ ପଳାଇ ଆସିଥିଲେ। ହେଲେ ବାବାଙ୍କ ସହଯୋଗୀମାନେ ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ହଇରାଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/26/delhi-baba-2025-09-26-14-57-24.jpg)