Advertisment

ମୁମ୍ବାଇ ଲୋମଟାଙ୍କୁରା ଘଟଣାକୁ କେମିତି ଠାବ କଲେ ପଡ଼ୋଶୀ

ପୁଲିସ୍‌ ଏହି ଘଟଣାରେ ୫୬ ବର୍ଷୀୟ ମୋନୋଜ ସାଣେଙ୍କୁ ଗିରଫ କରଛି। ସେ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡରେ ଥିବା ଗୋଟିଏ ଆପାର୍ଟମେଣ୍ଟ ଭିତରେ ହତ୍ୟା କରିଛନ୍ତି।

ଅଦ୍ୟତନ ହୋଇଛି
Mumbai

Mumbai

Advertisment

ପୂରା ଦେଶକୁ ଦୋହଲାଇ ଦେଇଥିବା ମୁମ୍ବାଇ ହତ୍ୟା ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏଠାରେ ଜଣେ ୫୬ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟ ଲିଭ- ଇନ୍‌- ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ପରେ ଗଛ କଟା ମେସିନରେ ମୃତଦେହକୁ ଟିକି ଟିକି କରି ପ୍ରେସର କୁକର୍‌ରେ ସିଝାଇବା ଭଳି କାଣ୍ଡ ଭିଆଇଛନ୍ତି।

Advertisment

ପୁଲିସ୍‌ ଏହି ଘଟଣାରେ ୫୬ ବର୍ଷୀୟ ମନୋଜ ସାଣେଙ୍କୁ ଗିରଫ କରଛି। ସେ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡରେ ଥିବା ଗୋଟିଏ ଆପାର୍ଟମେଣ୍ଟ ଭିତରେ ହତ୍ୟା କରିଛନ୍ତି। ମନୋଜ ଓ ସରସ୍ୱତୀ ଆକାଶଗଙ୍ଗା ବିଲଡିଂର ୭ମ ଫ୍ଲୋରରେ ଭଡ଼ାରେ ରହୁଥିଲେ। ୩ ବର୍ଷ ହେଲା ଦୁହେଁ ଏକାଠି ଥିବା ବେଳେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି।

ତେବେ ଜଣେ ପଡ଼ୋଶୀଙ୍କ ସତର୍କତା ଯୋଗୁ ଏହି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ସେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ଏହାପରେ କର୍ତ୍ତୃପକ୍ଷ ଓ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା।

Advertisment

ପୂରା ଘଟଣା ସାମ୍ନାକୁ ଆଣିଥିବା ସୋମେଶ ଶ୍ରୀବାସ୍ତବ କହିଛନ୍ତି, “ପ୍ରଥମେ ମନୋଜଙ୍କ ଘରୁ ଅତ୍ୟନ୍ତ ଭୟଙ୍କର ଦୁର୍ଗନ୍ଧ ବାହାରି ଥିଲା। ଏହା ପଛର କାରଣ ଜାଣିବା ପାଇଁ ମୁଁ ଯାଇଥିଲି। ପ୍ରଥମେ କିଛି ସମୟ କବାଟ ବାଡ଼େଇଥିଲେ ମଧ୍ୟ କେହି ଏହାକୁ ଖୋଲି ନଥିଲେ। ଏହାପରେ ଘର ଭିତରେ କିଛି ସ୍ପ୍ରେ ହେଉଥିବା ଶୁଣିବାକୁ ପାଇଥିଲି।

ସ୍ପ୍ରେ ସରିବା ପରେ ମନୋଜ ବାହାରକୁ ଆସିଥିଲେ। ମନୋଜ ମୋତେ କିଛି କାମରେ ବାହାରକୁ ଯାଉଥିବା କହିଥିଲେ। ହେଲେ ମୋର ସନ୍ଦେହ ହେବାରୁ ପ୍ରଥମେ ମୁଁ ବିଲଡିଂର କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ କହିଥିଲେ। ଏହାପରେ ଆମେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲୁ।

ପୁଲିସ୍‌ କବାଟ ଭାଙ୍ଗି ରୁମରେ ପଶିଥିଲା। ରୁମ ଭିତରେ ଦୁଇଟି କଟର ରହିଥିଲା। ପୁଲିସ ରୋଷେଇ ଘରୁ ୩ଟି ବାଲଟି ପାଇଥିଲା। ଏହି ବାଲଟିଗୁଡ଼ିକରେ ମନୋଜ ମୃତଦେହକୁ କାଟିବା ପରେ ରଖିଥିଲେ।” ମନୋଜ ଓ ସରସ୍ୱତୀ ୩ ବର୍ଷ ହେଲା ସେଠାରେ ରହୁଥିଲେ ମଧ୍ୟ କାହା ସହ ବେଶୀ ମିଶୁ ନଥିଲେ।

ପୁଲିସ୍‌ ଦୁଇଟି ଯାକ କଟରକୁ ଜବତ କରିବା ସହ ମନୋଜଙ୍କ ଘରେ ଫରେନ୍ସିକ ଟିମ ଯାଞ୍ଚ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ମିଳିଥିବା ମୃତଦେହରୁ କିଛି ଅଂଶ ଗାଏବ ରହିଛି। ତେଣୁ ମନୋଜ ଏହାକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଥିବା ବେଳେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ପୁଲିସ୍‌ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବି ଗିରଫ କରିଛି। ତେବେ ହତ୍ୟା ପଛର କାରଣ ଜଣାପଡ଼ିନି।

ଉଭୟ ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ କିଛି ଦିନ ହେବ ସମ୍ପର୍କ ଭଲ ନ ଥିବା ବେଳେ ପାଟିତୁଣ୍ଡ ବି ହେଉଥିବା ପଡ଼ୋଶୀ ପୁଲିସ୍‌କୁ ସୂଚନା ଦେଇଛନ୍ତି। ତେବେ ହତ୍ୟା ପଛର କାରଣ କ’ଣ? କ’ଣ ପାଇଁ ବ୍ୟକ୍ତିଜଣଙ୍କ ଏପରି ଜଘନ୍ୟ କାଣ୍ଡ ଘଟାଇଲେ ସେ ନେଇ ପାଟି ଫିଟାଇ ନାହାନ୍ତି।

Mumbai Mumbai Police Live In Relation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe