Advertisment

ବଜେଟ୍‌କୁ ନେଇ ଖୁସି ନାହାନ୍ତି ବିରୋଧୀ

How-opposition-parties-react-to-union-budget-2023-24

author-image
Madhupriya Mistry
opposition parties

opposition parties

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌କୁ ନେଇ ଅନେକ ରାଜନାତେଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କିଏ ଏହି ବଜେଟ୍‌କୁ ସ୍ୱାଗତ କରିଛନ୍ତି ତ ଆଉ କିଏ ଏହାକୁ ନେଇ ପ୍ରକାଶ କରିଛନ୍ତି ଅସନ୍ତୁଷ୍ଟ। ବିଭିନ୍ନଙ୍କ ଠାରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିରୋଧୀ କେନ୍ଦ୍ର ସରକାରଙ୍କ ଏହି ବଜେଟ୍‌କୁ ନେଇ ଖୁସି ନାହାନ୍ତି।

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଅର୍ଥମନ୍ତ୍ରୀଙ୍କ ବଜେଟ୍‌ ଭାଷଣକୁ ନିର୍ବାଚନୀ ଭାଷଣ କହି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, 'ଆଗକୁ ହେବାକୁ ଥିବା ୨ରୁ ୪ଟି ରାଜ୍ୟର ନିର୍ବାଚନକୁ ଦେଖି ଏହି ବଜେଟ୍‌ ଉପସ୍ଥାପନ କରାଯାଇଛି। ଏହା ବଜେଟ୍‌ ନୁହେଁ ନିର୍ବାଚନୀ ଭାଷଣ। ବଜେଟ୍‌ରେ ଦରଦାମ୍‌ ଓ ମୁଦ୍ରାସ୍ଫିତି ବୃଦ୍ଧି କରାଯାଇଛି।'

Advertisment

ଖାଡ଼ଗେ ଆହୁରି କହିଛନ୍ତି, 'ବିଜେପି ପୂର୍ବରୁ ପ୍ରତି ବର୍ଷ ୨ କୋଟି ନୂତନ ଚାକିରି ଦେବାକୁ କହିଥିଲା। କିନ୍ତୁ ଏବେ ତାହା ଦେଖିବାକୁ ମିଳିନି। ଖାଲି ପଡିଥିବା ସରକାରୀ ପଦବୀଗୁଡିକୁ ମଧ୍ୟ ଭର୍ତ୍ତି କରାଯିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଗରିବ, ବେରୋଜଗାର ପାଇଁ ଚଳିତ ବଜେଟ୍‌ରେ କିଛି ନାହିଁ।'

ସେପଟେ ବଜେଟ୍‌କୁ ନେଇ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବଜେଟ୍‌ରେ କିଛି ଭଲ ହୋଇଥିବା ବେଳେ କିଛିଟାକୁ ସେ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, 'ଏହି ବଜେଟ୍‌କୁ ମୁଁ ସମ୍ପୂର୍ଣ୍ଣ ନକରାତ୍ମକ ବୋଲି କହିବି ନାହିଁ। କିନ୍ତୁ ଏବେବି ଅନେକ ପ୍ରଶ୍ନ ରହିଛି। ବଜେଟ୍‌ରେ ମନରେଗାକୁ ନେଇ କୌଣସି ଘୋଷଣା ହୋଇନାହିଁ। ସରକାର ଶ୍ରମିକଙ୍କ ପାଇଁ କ'ଣ କରୁଛି? ବେରୋଜଗାର ଓ ଦରଦାମ ବୃଦ୍ଧିକୁ ନେଇ ମଧ୍ୟ କୌଣସି ଆଲୋଚନା କରାଯାଉ ନାହିଁ।'

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ବଜେଟ୍‌କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, 'ଚଳିତ ବଜେଟରେ ଦରଦାମ ବୃଦ୍ଧିରୁ ମୁକ୍ତି ମିଳିବ ନାହିଁ। ଏହି ବଜେଟ୍‌ରେ ଦରଦାମ ବଢ଼ିବ। ବେକାରୀ ସମସ୍ୟା ଦୂର କରିବା ପାଇଁ କୌଣସି ଠୋସ୍ ଯୋଜନା ନାହିଁ। ଶିକ୍ଷା ବଜେଟକୁ ୨.୬୪% ରୁ ୨.୫% କୁ ହ୍ରାସ କରିବା ଦୁର୍ଭାଗ୍ୟଜନକ। ସ୍ୱାସ୍ଥ୍ୟ ବଜେଟକୁ ୨.୨% ରୁ ୧.୯୮% କୁ ହ୍ରାସ କରିବା କ୍ଷତିକାରକ।'

ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ଚଳିତ ବଜେଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି, 'ବିଜେପିର ଏହି ବଜେଟ୍‌ ଦରଦାମ ଓ ବେରୋଜଗାରି ବୃଦ୍ଧିକୁ ପ୍ରୋତ୍ସାହିତ କରିବ । ବିଜେପି ଯେଉଁଠି ପୂର୍ବରୁ ଲୋକଙ୍କୁ କିଛି ଦେଇନଥିଲା ଏବେ କ'ଣ ଦେବ? କୃଷକ, ଶ୍ରମିକ, ଯବପିଢ଼ି, ମହିଳା ଚାକିରିଆ, ବ୍ୟବସାୟୀ ବର୍ଗଙ୍କ ପାଇଁ ମଧ୍ୟ କିଛି ନାହିଁ। ଏହି ବଜେଟ୍‌ କେବଳ କିଛି ବଡ ଲୋକଙ୍କୁ ଲାଭ ପହଞ୍ଚାଇବା ପାଇଁ ତିଆରି ହୋଇଛି।'

Union Budget 2023 Budget2023