କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍କୁ ନେଇ ଅନେକ ରାଜନାତେଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କିଏ ଏହି ବଜେଟ୍କୁ ସ୍ୱାଗତ କରିଛନ୍ତି ତ ଆଉ କିଏ ଏହାକୁ ନେଇ ପ୍ରକାଶ କରିଛନ୍ତି ଅସନ୍ତୁଷ୍ଟ। ବିଭିନ୍ନଙ୍କ ଠାରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିରୋଧୀ କେନ୍ଦ୍ର ସରକାରଙ୍କ ଏହି ବଜେଟ୍କୁ ନେଇ ଖୁସି ନାହାନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣକୁ ନିର୍ବାଚନୀ ଭାଷଣ କହି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, 'ଆଗକୁ ହେବାକୁ ଥିବା ୨ରୁ ୪ଟି ରାଜ୍ୟର ନିର୍ବାଚନକୁ ଦେଖି ଏହି ବଜେଟ୍ ଉପସ୍ଥାପନ କରାଯାଇଛି। ଏହା ବଜେଟ୍ ନୁହେଁ ନିର୍ବାଚନୀ ଭାଷଣ। ବଜେଟ୍ରେ ଦରଦାମ୍ ଓ ମୁଦ୍ରାସ୍ଫିତି ବୃଦ୍ଧି କରାଯାଇଛି।'
#WATCH | Budget was presented by Modi govt keeping in view the upcoming Assembly polls in 3-4 states... There's nothing in the budget for poor people & to control inflation. No steps for jobs, to fill govt vacancies & MNREGA: Congress pres Mallikarjun Kharge on #UnionBudget2023 pic.twitter.com/UCNE3L3pgj
— ANI (@ANI) February 1, 2023
ଖାଡ଼ଗେ ଆହୁରି କହିଛନ୍ତି, 'ବିଜେପି ପୂର୍ବରୁ ପ୍ରତି ବର୍ଷ ୨ କୋଟି ନୂତନ ଚାକିରି ଦେବାକୁ କହିଥିଲା। କିନ୍ତୁ ଏବେ ତାହା ଦେଖିବାକୁ ମିଳିନି। ଖାଲି ପଡିଥିବା ସରକାରୀ ପଦବୀଗୁଡିକୁ ମଧ୍ୟ ଭର୍ତ୍ତି କରାଯିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଗରିବ, ବେରୋଜଗାର ପାଇଁ ଚଳିତ ବଜେଟ୍ରେ କିଛି ନାହିଁ।'
There are some good things in #UnionBudget2023 but there was no mention of MNREGA, poor rural labour, employment & inflation. Some fundamental questions remained to be answered: Congress MP Shashi Tharoor pic.twitter.com/bgRdzhgj18
— ANI (@ANI) February 1, 2023
ସେପଟେ ବଜେଟ୍କୁ ନେଇ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବଜେଟ୍ରେ କିଛି ଭଲ ହୋଇଥିବା ବେଳେ କିଛିଟାକୁ ସେ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, 'ଏହି ବଜେଟ୍କୁ ମୁଁ ସମ୍ପୂର୍ଣ୍ଣ ନକରାତ୍ମକ ବୋଲି କହିବି ନାହିଁ। କିନ୍ତୁ ଏବେବି ଅନେକ ପ୍ରଶ୍ନ ରହିଛି। ବଜେଟ୍ରେ ମନରେଗାକୁ ନେଇ କୌଣସି ଘୋଷଣା ହୋଇନାହିଁ। ସରକାର ଶ୍ରମିକଙ୍କ ପାଇଁ କ'ଣ କରୁଛି? ବେରୋଜଗାର ଓ ଦରଦାମ ବୃଦ୍ଧିକୁ ନେଇ ମଧ୍ୟ କୌଣସି ଆଲୋଚନା କରାଯାଉ ନାହିଁ।'
इस बजट में महंगाई से कोई राहत नहीं। उल्टे इस बजट से महंगाई बढ़ेगी
— Arvind Kejriwal (@ArvindKejriwal) February 1, 2023
बेरोज़गारी दूर करने की कोई ठोस योजना नहीं।
शिक्षा बजट घटाकर 2.64 % से 2.5 % करना दुर्भाग्यपूर्ण
स्वास्थ्य बजट घटाकर 2.2 % से 1.98 % करना हानिकारक
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ବଜେଟ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, 'ଚଳିତ ବଜେଟରେ ଦରଦାମ ବୃଦ୍ଧିରୁ ମୁକ୍ତି ମିଳିବ ନାହିଁ। ଏହି ବଜେଟ୍ରେ ଦରଦାମ ବଢ଼ିବ। ବେକାରୀ ସମସ୍ୟା ଦୂର କରିବା ପାଇଁ କୌଣସି ଠୋସ୍ ଯୋଜନା ନାହିଁ। ଶିକ୍ଷା ବଜେଟକୁ ୨.୬୪% ରୁ ୨.୫% କୁ ହ୍ରାସ କରିବା ଦୁର୍ଭାଗ୍ୟଜନକ। ସ୍ୱାସ୍ଥ୍ୟ ବଜେଟକୁ ୨.୨% ରୁ ୧.୯୮% କୁ ହ୍ରାସ କରିବା କ୍ଷତିକାରକ।'
भाजपा अपने बजट का दशक पूरा कर रही है पर जब जनता को पहले कुछ न दिया तो अब क्या देगी।
— Akhilesh Yadav (@yadavakhilesh) February 1, 2023
भाजपाई बजट महंगाई व बेरोज़गारी को और बढ़ाता है। किसान, मज़दूर, युवा, महिला, नौकरीपेशा, व्यापारी वर्ग में इससे आशा नहीं निराशा बढ़ती है क्योंकि ये चंद बड़े लोगों को ही लाभ पहुँचाने के लिए बनता है।
ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ଚଳିତ ବଜେଟ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି, 'ବିଜେପିର ଏହି ବଜେଟ୍ ଦରଦାମ ଓ ବେରୋଜଗାରି ବୃଦ୍ଧିକୁ ପ୍ରୋତ୍ସାହିତ କରିବ । ବିଜେପି ଯେଉଁଠି ପୂର୍ବରୁ ଲୋକଙ୍କୁ କିଛି ଦେଇନଥିଲା ଏବେ କ'ଣ ଦେବ? କୃଷକ, ଶ୍ରମିକ, ଯବପିଢ଼ି, ମହିଳା ଚାକିରିଆ, ବ୍ୟବସାୟୀ ବର୍ଗଙ୍କ ପାଇଁ ମଧ୍ୟ କିଛି ନାହିଁ। ଏହି ବଜେଟ୍ କେବଳ କିଛି ବଡ ଲୋକଙ୍କୁ ଲାଭ ପହଞ୍ଚାଇବା ପାଇଁ ତିଆରି ହୋଇଛି।'