Advertisment

Persian Ruler: କେମିତି ଦିଲ୍ଲୀରୁ ମୂଲ୍ୟବାନ ମୟୂର ସିଂହାସନ ଲୁଟ କରି ଇରାନ ନେଇ ଯାଇଥିଲେ ନାଦିର ଶାହ?

କେବଳ ସାମରିକ କବଜା ହୋଇ ନଥିଲା, ବରଂ ବିପୁର ପରିମାଣର ସମ୍ପତ୍ତି ଦିଲ୍ଲୀରୁ ଲୁଟ ହୋଇଥିଲା। ଏହା ମଧ୍ୟରେ ଥିଲା ମୂଲ୍ୟବାନ ମୟୂର ସିଂହାସନ। ଏକଦା ଏହା ରାଜକୀୟ ଶକ୍ତିର ପରିଚୟ ଥିଲା। କିନ୍ତୁ ଏହାକୁ ନାଦିର ଶାହ ଲୁଟ କରି ନେଇଥିଲେ।

Nadir-Shah

ମୟୂର ସିଂହାସନ

Advertisment

୧୭୩୯ରେ ଦିଲ୍ଲୀ ଦେଖିଥିଲା ଇତିହାସର ସବୁଠାରୁ ବଡ଼ ଅନୁପ୍ରେବଶ। ଇରାନ(Iran)(ତତ୍କାଳୀନ ପାରସ୍ୟ) ଶାସକ ନାଦିର ଶାହ ସୈନ୍ୟସାମନ୍ତ ଧରି ମୋଗଲ ସାମ୍ରାଜ୍ୟର ରାଜଧାନୀରେ ପ୍ରବେଶ କରିଥିଲେ। ସେ ସମ୍ରାଟ ମହମ୍ମଦ ଶାହଙ୍କୁ ପରାସ୍ତ କରି ଏକଦା ଶକ୍ତିଶାଳୀ ରହିଥିବା ମୋଗଲ ସାମ୍ରାଜ୍ୟର ଦୁର୍ବଳତାର ପର୍ଦ୍ଦାଫାସ କରିଥିଲା। 

Advertisment

ଏହାପରେ କେବଳ ସାମରିକ କବଜା ହୋଇ ନଥିଲା, ବରଂ ବିପୁର ପରିମାଣର ସମ୍ପତ୍ତି ଦିଲ୍ଲୀରୁ ଲୁଟ ହୋଇଥିଲା। ଏହା ମଧ୍ୟରେ ଥିଲା ମୂଲ୍ୟବାନ ମୟୂର ସିଂହାସନ। ଏକଦା ଏହା ରାଜକୀୟ ଶକ୍ତିର ପରିଚୟ ଥିଲା। କିନ୍ତୁ ଏହାକୁ ନାଦିର ଶାହ ଲୁଟ କରି ନେଇଥିଲେ। ମୟୂର ସିଂହାସନ ଇରାନ ଚାଲି ଯାଇଥିବା ବେଳେ ଏଯାଏ ଏହା ଆଉ ଫେରିନି। 

ନାଦିର ଶାହଙ୍କ ଉତ୍ଥାନ ଓ ଦିଲ୍ଲୀ ଦଖଲ 

ରାଜପରିବାରରେ ଜନ୍ମ ହୋଇ ନଥିଲେ ନାଦିର ଶାହ। ସେ ନିଜର ଜୀବନ ଇରାନର ଖୋରସାନରୁ ଜଣେ ଯୋଦ୍ଧା ଭାବେ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପାଖରେ ଥିଲା ନେତୃତ୍ୱ ନେବା ଭଳି ଦକ୍ଷତା। ଏହି ଦକ୍ଷତା ଯୋଗୁ ସେ ଇରାନର କ୍ଷମତା ଲଢ଼େଇରେ ନିଜକୁ ସାମିଲ କରିଥିଲେ। ୧୭୩୬ ବେଳକୁ ସେ ଅଫଶାରିଦ ଡାୟନିଷ୍ଟ ପ୍ରତିଷ୍ଠା କରିଥିଲେ ଓ ଇରାନ ଶାହରୁ ମୁକୁଟ ହାତେଇଥିଲେ। 

Advertisment

ତାଙ୍କ ସମାରିକ ଶକ୍ତି ଥିଲା ଅତୁଳନୀୟ। ସେ ଇରାନୀୟ ଅଞ୍ଚଳକୁ ସୁରକ୍ଷିତ କରିବା ସହ ଓଟ୍ଟୋମାନ୍ସ ଭଳି ବାହ୍ୟ ଶକ୍ତିକୁ ପରାସ୍ତ କରିଥିଲେ। କିନ୍ତୁ ବିଳମ୍ବିତ ୧୭୩୦ରେ ତାଙ୍କ ଲୋଭ ଆହୁରି ବଢ଼ି ଯାଇଥିଲା। ଏହି ସମୟରେ ଏକଦା ଶକ୍ତିଶାଳୀ ଥିବା ମୋଗଲ ସାମ୍ରାଜ୍ୟ ହ୍ରାସ ପାଉଥିଲା। ଆଭ୍ୟନ୍ତୀଣ କନ୍ଦଳ ଓ କ୍ଷମତା ଯୁଦ୍ଧ ଯୋଗୁ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହେଉଥିଲା। ଏହାକୁ ଦେଖି ନାଦିର ଶାହ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। 

ମୋଗଲ ସାମ୍ରାଜ୍ୟରେ ଥିବା ଦୁର୍ବଳାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ନାଦିର ଶାହ। ସେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୧୭୩୯ର ଫେବୃଆରୀ ମାସରେ ତାଙ୍କ ସୈନ୍ୟମାନେ କର୍ଣ୍ଣାଲ ଯୁଦ୍ଧରେ ମୋଗଲ ଆର୍ମିକୁ ମାତ ଦେଇଥିଲେ। ପରାଜୟ ଯୋଗୁ ସମ୍ରାଟ ମହମ୍ମଦ ଶାହ ବାଧ୍ୟ ହୋଇ ନାଦିର ଶାହଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। 

ମୋଗଲ ଆର୍ମି ପରାସ୍ତ ହେବାରୁ ନାଦିର ଶାହ ଦିଲ୍ଲୀରେ ପ୍ରବେଶ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବେଶ ସତର୍କତା ଅବଲମ୍ବନ କରି  ସାମାଜିକ କାମରେ ନିଜକୁ ସାମିଲ କରିଥିଲେ। ଲାଲକିଲ୍ଲାର ସମସ୍ତ ଚାବି ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଶ୍ରଦ୍ଧାଞ୍ଜଳି ପାଇଁ ମୋଗଲଙ୍କ ପକ୍ଷରୁ ନାଦିର ଶାହଙ୍କ ସହ ଚାଲିଥିଲା ଆଲୋଚନା।

ନାଦିର ଶାହଙ୍କୁ ଏସବୁ ଭିତରେ ହତ୍ୟା କରାଯାଇଥିବା ଗୋଟିଏ ଗୁଜବ ସହରରେ ବ୍ୟାପି ଯାଇଥିଲା। ଏହାକୁ ନେଇ ତୀବ୍ର ହୋଇଥିଲା ଲଢ଼େଇ। ମୋଗଲ ସମର୍ଥକମାନେ ପାରସ୍ୟ ସୈନ୍ୟଙ୍କୁ ବିଚ ରାସ୍ତାରେ ହତ୍ୟା କରିଥିଲେ। ଏହା ଦେଖି ରାଗି ଯାଇଥିଲେ ନାଦିର ଶାହ। ଏହାପରେ ଦିଲ୍ଲୀ ଇତିହାସରେ ଘଟିଥିଲା ସବୁଠାରୁ ବର୍ବରକାଣ୍ତ। ସହରରେ ସବୁ କିଛି ବହିଷ୍କାର ହୋଇଥିଲା। ହଜାର ହଜାର ଲୋକଙ୍କୁ ନାଦିର ଶାହ ହତ୍ୟା କରିଥିଲେ। 

ହେଲେ ଏହି ନରସଂହାର ଥିଲା ମୋଗଲ ସାମ୍ରାଜ୍ୟର ରାଜକୋଷକୁ ଦଖଲ କରିବାର ଗୋଟିଏ ଚକ୍ରାନ୍ତ। ନାଦିର ଶାହ ନରସଂହାର ପରେ ଦିଲ୍ଲୀ ଛାଡ଼ିବାକୁ ରାଜି ହୋଇଥିଲେ। କିନ୍ତୁ ସେ ଖାଲି ହାତରେ ଯାଇ ନଥିଲେ। ଅସଂଖ୍ୟ ଲୋକଙ୍କ ଜୀବନ ନେଇଥିବା ନାଦିର ଶାହ ସେହ ସମୟରେ ୭୦ କୋଟି ଟଙ୍କାର ସମ୍ପତ୍ତି ନିଜ ସହ ଇରାନ ନେଇ ଯାଇଥିଲେ। ଏହା ମଧ୍ୟରେ ଥିଲା ସୁନା ଅଳଙ୍କାର, ବିରଳ କଳାକୃର୍ତ୍ତି ଇତ୍ୟାଦି। ସେ ମୋଗଲ କୋର୍ଟର ସବୁଠାରୁ ବଡ଼ ସମ୍ପତ୍ତି କୋହିନୁର ହୀରା ଓ ମୟୂର ସିଂହାସନ। 

ମୟୂର ସିଂହାସନ 

ମୟୂର ସିଂହାସନ ଥିଲା ମୋଗଲ ସାମ୍ରାଜ୍ୟରେ ତିଆରି କରାଯାଇଥିବା ସବୁଠାରୁ ଦାମୀ ଆସନ। ଏହା ପ୍ରକୃତରେ ତାକତ-ଇ-ମୁରାସା ଭାବେ ଜଣାଶୁଣା ଥିଲା। ଦିଲ୍ଲୀର ଲାଲକିଲ୍ଲାରେ ମୋଗଲ ସାମ୍ରାଟଙ୍କ ବସିବା ପାଇଁ ଏହାକୁ ତିଆରି କରାଯାଇଥିଲା। ୧୬୨୮ରେ ଶାହଜାହାଜ ଏହାକୁ ତିଆରି କରିବାକୁ ଅନୁମତି ଦେଇଥିଲେ। ଦକ୍ଷ ସୁନାକାରିଗରମାନେ ଦୀର୍ଘ ୭ ବର୍ଷ କାଳ ପରିଶ୍ରମ କରି ୧୬୩୫ ମସିହାରେ ଏହାକୁ ଶେଷ କରିଥିଲେ। ମୟୂର ସିଂହାସନ ପାଇଁ ସେହି ସମୟରେ ଖର୍ଚ୍ଚ ହୋଇଥିଲା ୧ କୋଟି ଟଙ୍କା, ଯାହା ତାଜ ମହଲ ତିଆରି ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ତୁଳନାରେ ଦୁଇ ଗୁଣ। 

୧୧୫୦ କେଜି ସୁନାରେ ଏହା ତିଆରି ହୋଇଥିବା ବେଳେ ଏଥିରେ ୨୩୦ କେଜି ଓଜନର ମୂଲ୍ୟବାନ ରତ୍ନ ଖଞ୍ଜା ଯାଇଥିଲା। ଏହା ମଧ୍ୟରେ କୋହିନୁର ହୀରା, ତିମୁର ମାଣିକ, ହଜାର ହାଜର ସାଧାରଣ ହୀରା, ମାଣିକ ଓ ମୁକ୍ତା ଲାଗିଥିଲା। ମୟୂର ପୁଚ୍ଛ ଭଳି ଅଳଙ୍କାରକୁ ଖଞ୍ଜା ଯାଇ ସିଂହାସନ ଆକୃତି ଦିଆଯାଇଥିଲା। ଗଛ ଓ ପକ୍ଷୀଙ୍କୁ ସ୍ଥାନ ଦିଆଯାଇଥିଲା। ଦିୱାନ-ଇ-ଖାସ ହଲରେ ଏହାକୁ ରଖାଯାଇଥିଲା। 

ହେଲେ ନାଦିର ଶାହ ଭାରତ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ନଜର ସିଂହାସନ ଉପରେ ପଡ଼ିଥିଲା। ସେ ମୟୂର ସିଂହାସନ ସହ ଅନ୍ୟ ମୂଲ୍ୟବାନ ଜିନିଷ ସବୁ ହାତୀ ଓ ଓଟ ପିଠିରେ ଲଦି ଇରାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେ ୧ କୋଟି ଟଙ୍କାର ସୁନା, ୬୦ କୋଟିର ଅଳଙ୍କାର, ୬୦ ଲକ୍ଷ ନଗଦ ଟଙ୍କା ଇତ୍ୟାଦି ନେଇଥିଲେ। ଏହାବାଦ ୭ ହଜାର ଶିଳ୍ପୀ, ୨୦୦ ବଢ଼େଇ, ୧୦୦ ପଥର କଟାଳୀ ଓ ହଜାର ହଜାର ହାତୀ, ଘୋଡ଼ା ଓ ଓଟଙ୍କୁ ନିଜ ସହ ନେଇ ଯାଇଥିଲେ। 

ପରବର୍ତ୍ତୀ ସମୟରେ କ’ଣ ହେଲା? 

ଇରାନରେ ସିଂହାସନ ପହଞ୍ଚିବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ୧୭୭୪ରେ ନାଦିର ଶାହଙ୍କୁ ତାଙ୍କ ନିଜ ବର୍ଡଗାର୍ଡମାନେ ହତ୍ୟା କରିଥିଲେ। ଏହି ସମୟରେ ଦେଖାଯାଇଥିବା ବିବାଦ ସମୟରେ ମୟୂର ସିଂହାସନ ଭାଙ୍ଗିରୁଜି ଯାଇଥିଲା। ଏହାର ସୁନା ଫ୍ରେମକୁ ତରଳାଇ ଦିଆଯାଇଥିଲା କୋହିନୁର, ଦାରାୟା ଇ ନୁର ଓ ତିମୁର ମାଣିକ ରାଜକୀୟ ସ୍ଥାନାନ୍ତର ମଧ୍ୟରେ ହଜି ଯାଇଥିଲା। ଏଥିରେ ଥିବା ରତ୍ନ କେଉଁ ଆଡ଼େ ହଜି ଯାଇଛି କିମ୍ବା କେହି ନେଇ ଯାଇଛନ୍ତି। ପରବର୍ତ୍ତୀ ସମୟରେ ବଳକା ରହିଥିବା ଅଂଶକୁ ଇରାନୀୟ ଶାସକମାନେ ସେମାନଙ୍କ ସିଂହାସନ ତିଆରିରେ ବ୍ୟବହାର କରିଥିଲେ। 


ଦିଲ୍ଲୀରେ ନରସଂହାର ଓ ମୟୂର ସିଂହାସନର ଲୁଟ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଏହି ଠାରୁ ଭାରତରେ ମୋଗଲ ସାମ୍ରାଜ୍ୟର ପତନ ଦେଖା ଯାଇଥିଲା। ଏହାକୁ ଦେଖି ପରବର୍ତ୍ତୀ ସମୟରେ ଅହମଦ ଶାହ ଅବଦାଲିଙ୍କ ଭଳି ଅନୁପ୍ରେବଶକାରୀ ଭାରତ ମୁହାଁ ହୋଇଥିଲେ। 

Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe