Advertisment

ମାତ୍ର କିଛି ମିନିଟ୍‌ ଭିତରେ କେମିତି ୩ ଟ୍ରେନ ମଧ୍ୟରେ ହେଲା ଭୟଙ୍କର ଧକ୍କା

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଛନ୍ତି।

Train Accident

Train Accident

Advertisment

ଭାରତର ଅନ୍ୟତମ ବଡ଼ ଟ୍ରେନ ଦୁର୍ଘଟଣା ବାଲେଶ୍ୱରର ବାହାନଗାରେ ଘଟିଛି। ଏହି ଦୁର୍ଘଟଣା ଯେତିକି ଭୟଙ୍କର ସେତିକି ହୃଦୟ ବିଦାରକ। ପ୍ରାଥମିକ ତଦନ୍ତରୁ ସିଗ୍ନାଲ ଫେଲ ଯୋଗୁ ୩ଟି ଟ୍ରେନ ମାତ୍ର କିଛି ମିନିଟ ମଧ୍ୟରେ ପରସ୍ପର ସହ ଧକ୍କା ହୋଇଥିବା କୁହାଯାଉଛି। ତଥାପି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣାରେ ଦୁଇ ଯାତ୍ରୀବାହୀ ଟ୍ରେନ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଶାଲିମାନ ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ଗୋଟିଏ ମାଲବାହୀ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି। ତେବେ ଏପରି ବଡ଼ ଦୁର୍ଘଟଣା କେମିତି ଘଟିଲା?

ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଚେନ୍ନାଇ ଯାଉଥିଲା। ତେବେ ବାହାନଗା ବଜାର ଷ୍ଟେସନ ଅତିକ୍ରମ କରିବାର ୩୦୦ ମିଟର ପରେ ହଠାତ୍‌ ଏହା ଲାଇନଚ୍ୟୁତ ହୋଇ ଯାଇଥିଲା। ଲାଇନ ଚ୍ୟୁତ ହେବା ପରେ ପାଖ ଟ୍ରାକ୍‌ରେ ଥିବା ଗୋଟିଏ ମାଲବାହୀ ଟ୍ରେନରେ ପିଟି ହୋଇଥିଲା। ଫଳରେ ଏହାର ଏକଧିକ ବଗି ଛିନଛତ୍ର ହୋଇ ତୃତୀୟ ଟ୍ରାକ୍‌ରେ ଛିଟିକି ପଡ଼ିଥିଲା।

Advertisment

ତୃତୀୟ ଟ୍ରାକ୍‌ରେ ବିପରୀତ ଦିଗରୁ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦ୍ରୁତଗତିରେ ଆସୁଥିଲା। ତେବେ ଟ୍ରାକରେ ପଡ଼ିଥିବା କରମଣ୍ଡଳ ଏକ୍ସପ୍ରେସର ବଗିଗୁଡ଼ିକୁ ଏହା ଧକ୍କା ଦେଇ ଓଲଟି ପଡ଼ିଥିଲା।

ଏହି ଭୟଙ୍କର ଦୁର୍ଘଟଣା ଶୁକ୍ରବାର ସନ୍ଧ୍ୟା ୭ଟାରେ ଘଟିଥିଲା। ରେଳବାଇ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି, “ପ୍ରାୟ ସନ୍ଧ୍ୟା ୭ଟା ବେଳେ ବାଲେଶ୍ୱର ନିକଟରେ କରମଣ୍ଡଳ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହାପରେ ନିକଟବର୍ତ୍ତୀ ଟ୍ରାକ୍‌ରେ ବଗି ଗୁଡ଼ିକ ପଡ଼ି ଯାଇଥିଲା।

ବଗି ଗୁଡ଼ିକ ଟ୍ରାକ୍‌ରେ ପଡ଼ିଥିବା ବେଳେ ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏଗୁଡ଼ିକୁ ଧକ୍କା ଦେଇଥିଲା। ଫଳରେ ଏହି ଟ୍ରେନର ୩ରୁ ୪ଟି ବଗି ମଧ୍ୟ ଧାରଣାରୁ ବାହାରି ଯାଇଥିଲା। କରମଣ୍ଡଳର କିଛି ବଗି ମଧ୍ୟ ଲାଇନଚ୍ୟୁତ ହୋଇ ମାଲବାହୀ ଟ୍ରେନରେ ମଧ୍ୟ ପିଟି ହୋଇଥିଲା।”

ସ୍ଥାନୀୟ ଲୋକଙ୍କ କହିବା କଥା ସନ୍ଧ୍ୟା ୬.୫୦ରୁ ୭.୧୦ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସିଗ୍ନାଲ ଫେଲ ଯୋଗୁ ଏପରି ହୋଇଥିବା ସେମାନେ ମତ ରଖିଛନ୍ତି।

Odisha Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe