Advertisment

ପାଣିରେ ବନ୍ଧୁକ ସଫା କରୁଥିଲେ ମହିଳା, ଭିଡିଓ ଭାଇରାଲ ପରେ ଘଟିଲା ଏମିତି ଘଟଣା

ଭାଇରାଲ ହେଉଥିବା ଭିଡିଓ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଗୋଟିଏ ବ୍ରଶରେ ଏକାଧିକ ବନ୍ଧୁକ ସଫା କରୁଛନ୍ତି। ଏହାପରେ ସେଗୁଡ଼ିକୁ ପାଣିରେ ଧୋଉଛନ୍ତି।

GUN

GUN

Advertisment

ଜଣେ ମହିଳା ବାସନ ଧୋଇବା ଭଳି ବନ୍ଧୁକ ସଫା କରୁଥିବା ବେଳର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଉକ୍ତ ଭାଇରାଲ ଭିଡିଓ ଆଧାରରେ ପୁଲିସ୍‌ ମଧ୍ୟପ୍ରଦେଶରେ ଚାଲିଥିବା ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଛି।

Advertisment

ଭାଇରାଲ ହେଉଥିବା ଭିଡିଓ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ଗୋଟିଏ ବ୍ରଶରେ ଏକାଧିକ ବନ୍ଧୁକ ସଫା କରୁଛନ୍ତି। ଏହାପରେ ସେଗୁଡ଼ିକୁ ପାଣିରେ ଧୋଉଛନ୍ତି। ସାଇବର ଟିମର ସହାୟତାରେ ପୁଲିସ୍‌ ଭିଡିଓର ଲୋକେସନ ଠାବ କରିଥିଲା। ଉକ୍ତ ଭିଡିଓଟି ମହୁଆ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଗଣେଶପୁରା ଗାଁର ବୋଲି ଜଣାପଡ଼ିଥିଲା। ଭିଡିଓରେ ଜଣେ ବ୍ୟକ୍ତି ବନ୍ଧୁକ ଗୁଡ଼ିକୁ ଭଲ ଭାବେ ଡିଟରଜେଣ୍ଟରେ ସଫା କରିବା ପାଇଁ କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି।

ଭିଡିଓକୁ ଯାଞ୍ଚ କରିବା ପରେ ପୁଲିସ୍‌ ଟିମ ବେଆଇନ ବନ୍ଧୁକ କାରଖାନା ଚାଲିଥିବା ସ୍ଥାନରେ ପହଞ୍ଚିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ୍‌ ଉକ୍ତ ସ୍ଥାନରେ ପହଞ୍ଚିବା ପୂର୍ବରୁ ବେଆଇନ ଭାବେ ବନ୍ଧୁକ ତିଆରି କରୁଥିବା ଶକ୍ତି କପୁର ଓରଫ ଛୋଟୁ ଏ ସମ୍ପର୍କରେ ଖବର ପାଇଯାଇଥିଲା। ସେ ତା’ର ସବୁ ବନ୍ଧୁକ ସହ ତିଆରି ସାମଗ୍ରୀ ଗୋଟିଏ ଅଖାରେ ଭର୍ତ୍ତି କରିଥିଲା ଓ ବାପାଙ୍କୁ ସାଙ୍ଗରେ ଧରି ବାଇକରେ ଫେରାର ହୋଇଯାଇଥିଲା।

Advertisment

ହେଲେ ତା’ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ଶକ୍ତି ଓ ତା’ ବାପା ବିହାରୀଲାଲ ରାସ୍ତାରେ ଯାଉଥିବା ବେଳେ ପୁଲିସ୍‌ ଟିମକୁ ଦେଖିବାକୁ ପାଇଥିଲେ। ପୁଲିସ୍‌କୁ ଚକମା ଦେବାକୁ ଚେଷ୍ଟା କରିବା ବେଳେ ସେମାନେ ବାଇକୁ ଖସି ପଡ଼ି ଆହତ ହୋଇଥିଲେ।

ପୁଲିସ୍‌ ଉଭୟଙ୍କୁ ରାସ୍ତାରୁ ଧରିବା ସହ ଗୋଟିଏ ବସ୍ତାରୁ ଏକାଧିକ ବନ୍ଧୁକ ଓ ଏହାକୁ ତିଆରି କରିବା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଥିଲା। ଏବେ ପୁଲିସ୍‌ ଉଭୟଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Madhya Pradesh Gun Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe