Advertisment

Costliest Car Registration Number: HR88B8888 ଦେଶର ସବୁଠାରୁ ଦାମୀ କାର୍‌ ନମ୍ବର, ଦାମ ଶୁଣିଲେ ଉଡ଼ିଯିବ ହୋସ

ହରିୟାଣାରେ ସବୁ ସପ୍ତାହରେ ଭିଆଇପି ବା ଫ୍ୟାନ୍ସୀ ନମ୍ବର ପାଇଁ ଅନଲାଇନରେ ଅକ୍ସନ ହୋଇଥାଏ। ଶୁକ୍ରବାର ଅପରାହ୍ନ୫ଟାରୁ ସୋମବାର ଦିନ ୯ଟା ମଧ୍ୟରେ ଲୋକମାନେ ସେମାନଙ୍କ ପସନ୍ଦର ନମ୍ବର ପାଇଁ ଆବେଦନ କରିପାରିବେ।

author-image
Hemant Lenka
Car

ନମ୍ବର

ଭିଆଇପି ଓ ଫ୍ୟାନ୍ସୀ ନମ୍ବର କଥା ଆପଣ ପୂର୍ବରୁ ଅନେକ ଥର ଶୁଣିଥିବେ। ଏହି ନମ୍ବରଗୁଡ଼ିକର ଚାହିଦା ବେଶ ଅଧିକ। କିନ୍ତୁ ଆପଣ ଜାଣଛନ୍ତି କି ଭାରତର ସବୁଠାରୁ ଦାମୀ କାର ନମ୍ବର କ’ଣ ଓ ଏହାର ଦାମ କେତେ? ନମ୍ବର ପ୍ଲେଟ HR88B8888 ବିଧିବଦ୍ଧ ଭାବେ ଭାରତ ସବୁଠାରୁ ଦାମୀ କାର ପଞ୍ଜିକରଣ ନମ୍ବରରେ ପରିଣତ ହୋଇଛି। ଏହାକୁ ଜଣେ ବ୍ୟକ୍ତି ରେକର୍ଡ ୧.୧୭ କୋଟି ଟଙ୍କା ଦେଇ ହରିୟାଣାରେ ନିଜ ନାଁରେ କରିଛନ୍ତି। ନିଲାମୀ ଜରିଆରେ ବ୍ୟକ୍ତି ଜଣଙ୍କ HR88B8888 ଏହାକୁ କିଣିଛନ୍ତି। 

Advertisment

ହରିୟାଣା(Haryana)ରେ ସବୁ ସପ୍ତାହରେ ଭିଆଇପି ବା ଫ୍ୟାନ୍ସୀ ନମ୍ବର ପାଇଁ ଅନଲାଇନରେ ଅକ୍ସନ ହୋଇଥାଏ। ଶୁକ୍ରବାର ଅପରାହ୍ନ୫ଟାରୁ ସୋମବାର ଦିନ ୯ଟା ମଧ୍ୟରେ ଲୋକମାନେ ସେମାନଙ୍କ ପସନ୍ଦର ନମ୍ବର ପାଇଁ ଆବେଦନ କରିପାରିବେ।

ବୁଧବାର ଅପରାହ୍ନ ୫ଟାରେ ରେଜଲ୍ଟ ଘୋଷଣା ହେବା ଯାଏ ନିଲାମ ଡାକିବାର ଖେଳ ଚାଲିଥାଏ। ପୂରା ଅକ୍ସନ ଅନଲାଇନରେ ଅଫିସିଆଲ fancy. parivahan. gov.in portalରେ ହୋଇଥାଏ। 

Advertisment

ଚଳିତ ସପ୍ତାହରେ HR88B8888 ପାଇଁ ସର୍ବାଧିକ ୪୫ ଜଣ ବିଡିଂ ଲଗାଇଥିଲେ। ବିଡିଂ ଦାମ ୫୦ ହଜାର ରଖାଯାଇଥିଲା। କିନ୍ତୁ ବୁଧବାର ୫ଟା ସୁଦ୍ଧା ଏହା ବଢ଼ି ଚାଲିଥିଲା। ସମସ୍ତେ ଏହାକୁ ନେବା ପାଇଁ ଅଧିକ ଟଙ୍କା ଦେବାକୁ ଆଗ୍ରହ ଦେଖାଇଥିଲେ।

ଶେଷରେ HR88B8888 ନମ୍ବର ୧.୧୭ କୋଟି ଟଙ୍କାରେ ବିକ୍ରି ହୋଇଛି। ପୂର୍ବରୁ କୌଣସି ଫ୍ୟାନ୍ସୀ ନମ୍ବର ଏତେ ଟଙ୍କାରେ ବିକ୍ରି ହୋଇ ନଥିଲା। ତେଣୁ ବିଧିବଦ୍ଧ ଭାବେ HR88B8888 ସବୁଠାରୁ ଦାମୀ କାର ନମ୍ବରରେ ପରିଣତ ହୋଇଛି। 

ଦିନ ୧୨ଟା ସୁଦ୍ଧା ଏହି ନମ୍ବରର ଦାମ ୮୮ ଲକ୍ଷ ଟଙ୍କା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ବଢ଼ି ୧.୧୭ କୋଟି ଛୁଇଁଥିଲା। ଗତ ସପ୍ତାହରେ 'HR22W2222' ନମ୍ବର ୩୭.୯୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। 

HR88B8888ର ଅର୍ଥ କ’ଣ? 

HR88B8888 ଗୋଟିଏ ବିରଳ ତଥା ଭିଆଇପି ନମ୍ବର। ଏହାକୁ ଅଧିକ ଦାମରେ ବିଡିଂ ଦ୍ୱାରା କିଣା ଯାଇଛି। HR ହେଉଛି ହରିୟାଣା ରାଜ୍ୟର କୋଡ। ଏହାର ଅର୍ଥ ଏହା ହରିୟାଣାରେ ପଞ୍ଜିକରଣ ହୋଇଛି।

88 ନିର୍ଦ୍ଦିଷ୍ଟ ଆଞ୍ଚଳିକ ପରିବହନ ଅଫିସ(ଆରଟିଓ) କିମ୍ବା ଜିଲ୍ଲାକୁ ପ୍ରତିନିଧିତ୍ୱ କରେ। ଗାଡ଼ିଟି କେଉଁ ଜିଲ୍ଲାରେ ପଞ୍ଜିକରଣ ହୋଇଛି, ସେକଥା ଏଥିରୁ ଜଣାପଡ଼େ। 

B ଗାଡ଼ିର ସିରିଜ କୋଡ। 8888 ହେଉଛି ବିରଳ ୪ ଟିକିଆ ନମ୍ବର, ଯାହା ଗାଡ଼ିରେ ଲାଗିଥାଏ। 

ଚଳିତ ବର୍ଷ ଏପ୍ରିଲରେ କେରଳ ବ୍ୟବସାୟୀ ଭେନୁ ଗୋପାଲକ୍ରିଷ୍ଣନ ନିଜର ଲାମ୍ବରଗିନି ଉର୍ସୁ ପାଇଁ ଭିଆଇପି ନମ୍ବର କିଣିଥିଲେ। ସେ "KL 07 DG 0007" ନମ୍ବରକୁ ୪୫.୯୯ ଲକ୍ଷ ଟଙ୍କାରେ ନିଜ ନାଁରେ କରିଥିଲେ। ଏହି ନମ୍ବର ପାଇଁ ବିଡିଂ ୨୫ ହଜାରରୁ ଆରମ୍ଭ ହୋଇଥିଲା। ଏହାପରେ ରେକର୍ଡ ବ୍ରେକିଂ ସ୍ତରରେ ପହଞ୍ଚିଥିଲା। 

Haryana