Advertisment

ଦିଲ୍ଲୀ ଆପ୍‌ ଅଫିସ ସମ୍ମୁଖରେ ବିଜେପିର ଜୋରଦାର ବିକ୍ଷୋଭ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛି ବିଜେପି

author-image
Tapas Behera
ଅଦ୍ୟତନ ହୋଇଛି
bjp

bjp

ଶନିବାର ଦିଲ୍ଲୀରେ ଆମ ଆଦମୀ ପାର୍ଟି ଅଫିସ(ଆପ) ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ବିଜେପି ଜୋରସୋରେ ହୋହଲ୍ଲା କରିଛି। ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କ ସହ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏତେ ସଂଖ୍ୟକ ଆନ୍ଦୋଳନକାରୀଙ୍କୁ ଦେଖି ନିୟନ୍ତ୍ରଣ ପାଇଁ ପୁଲିସ ବାନ୍ଧିଥିବା ବ୍ୟାରିକେଡକୁ ବିଜେପି କର୍ମୀମାନେ ଡେଇଁବାକୁ ଚେଷ୍ଟା କରିଥିଲେ। ବିଜେପି କର୍ମୀମାନେ ହାତରେ ପ୍ଲା କାର୍ଡ଼ ଧରି କେଜ୍ରିୱାଲ ଚୋରରେ ହେ’ ନାରାରେ କମ୍ପାଇଥିଲେ। ଦିଲ୍ଲୀରେ ମଦ ସ୍କାମକୁ ନେଇ ଇଡି ପକ୍ଷରୁ ଦ୍ୱିତୀୟ ଦଫା ଚାର୍ଜସିଟ୍‌ ଦାଖଲ ପରେ ବିଜେପି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି।

Advertisment

ଇଡିର ଚାର୍ଜେସ  ଅନୁଯାୟୀ କେଜ୍ରିୱାଲ ଦୁର୍ନୀତିରେ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିବା ବିଜେପି କହିଛି । ଦ୍ୱିତୀୟ ଦଫାରେ ଇଡି ୫ ଜଣ ବ୍ୟକ୍ତି ଏବଂ ୭ଟି କମ୍ପାନୀ ବିରୋଧରେ ଦାଖଲ କରିଥିବା ଚାର୍ଜସିଟ କୋର୍ଟଗ୍ର ହଣ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଘୋର ଅନିୟମିତତା ହୋଇଥିବା ଇଡି ଦର୍ଶାଇଛି। ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଦିଲ୍ଲୀ ଅବକାରୀ ନୀତିକୁ ରାଜ୍ୟସରକାର ଗତ ବର୍ଷ ପ୍ରତ୍ୟାହାର କରିନେଇଥିଲେ। ଦିଲ୍ଲୀ ଅବକାରୀ ନୀତିରେ ପ୍ରାୟ ୧୦୦ କୋଟି ଟଙ୍କା କିକବ୍ୟାକ୍‌ ହୋଇଥିବା ବିଜେପି ଅଭିଯୋଗ କରିଛି । ଏହି ଟଙ୍କାକୁ ଆପ୍‌ ଗତ ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରିଛି। କିନ୍ତୁ ସମସ୍ତ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଖଣ୍ଡନ କରିଛନ୍ତି । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ଏବଂ ବିଜେପି ତାଙ୍କ ସରକାରକୁ ଭାଙ୍ଗିବାକୁ ଚାହୁଁଥିବା କେଜ୍ରିୱାଲ ପାଲଟା ଅଭିଯୋଗ କରିଛନ୍ତି। ନିକଟରେ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ ପକ୍ଷରୁ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଇଡି ଖୋଲିଥିବା ଗୁମର ଅନୁଯାୟୀ ଆମ ଆଦମୀ ପାର୍ଟିର କମ୍ୟୁନିକେଶନ ଇନ୍‌ ଚାର୍ଜ ବିଜୟ ନାୟରଙ୍କୁ ଅନ୍ୟତମ ଅଭିଯୁକ୍ତଭାବେ ଦର୍ଶାଇଛି। ମଦ ବ୍ୟବସାୟୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ହୋଇଥିବା ଡିଲ୍‌ରେ ବିଜୟ ମଧ୍ୟସ୍ତି ଭାବେ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଇଣ୍ଡୋ ସ୍ପିରିଟ୍‌ ମୁଖ୍ୟ ସମୀର ମହେନ୍ଦ୍ରୁ ଏବଂ ମୁଖ୍ୟମନ୍ତ୍ରୀ ‌ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଫୋନ ମାଧ୍ୟମରେ ଯୋଗାଯୋଗ କରାଇଥିଲେ ବିଜୟ। କେଜ୍ରିୱାଲ ଓ ସମୀର ମହେନ୍ଦ୍ରୁଙ୍କ ମଧ୍ୟରେ ଭିଡିଓ କଲରେ ଡିଲ ବିଷୟରେ ଫାଇନାଲ ହୋଇଥିବା

ଇଡି ତାର ଚାର୍ଜସିଟ୍‌ରେ ଦର୍ଶାଇଛି। ଆପ ନେତାଙ୍କ ତରଫରୁ ବିଜୟ ସାଉଥ ଗ୍ରୁପଠାରୁ ମଦ ଲାଇସେନ୍ସ ବାବଦରେ ୧୦୦ କୋଟି ଟଙ୍କା ଆଡଭାନ୍ସ ଆଣିଥିବା ଇଡି ଦର୍ଶାଇଛି। ଉକ୍ତ ଭିଡିଓ କଲରେ କେଜ୍ରିୱାଲ ‘ବିଜୟ ହେଉଛି ମୋ ପିଲା, ଆପଣ ତାକୁ ବିଶ୍ୱାସ କରିବା ଉଚିତ ବୋଲି ସମୀର ମହେନ୍ଦ୍ରୁଙ୍କୁ କହିଥିବା ଚାର୍ଜସିଟରେ ଦାଖଲ କରିଛି ଇଡି।

Advertisment
Delhi