Advertisment

ବିଧାୟକଙ୍କ ପୁଅଙ୍କ ଗାଡ଼ିରୁ ବାହାରିଲା ୫ କୋଟି ଟଙ୍କା, ୪ ଅଟକ

ଗତ ରାତିରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଶିବପୁର ଅଞ୍ଚଳରେ ଏକ ଇନୋଭା କାର୍‌ରୁ ପ୍ରାୟ ୫ କୋଟି ଟଙ୍କା ଜବତ ହୋଇଛି।

Car

Car

Advertisment

ମହାରାଷ୍ଟ୍ର ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ପାଣିପାଗ ସରଗରମ ହେଲାଣି। ଏହା ମଧ୍ୟରେ ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯାଉଛି। ଗତ ରାତିରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଶିବପୁର ଅଞ୍ଚଳରେ ଏକ ଇନୋଭା କାର୍‌ରୁ ପ୍ରାୟ ୫ କୋଟି ଟଙ୍କା ଜବତ ହୋଇଛି।

Advertisment

ଏହି ଗାଡ଼ିଟି ପୁଣେରୁ କୋହ୍ଲାପୁର ଯାଉଥିଲା। ନିର୍ବାଚନ ପୂର୍ବରୁ ପୁଲିସ୍‌ ଶିବପୁର ଟୋଲ ବୁଥ ନିକଟରେ ଯାଞ୍ଚ କରୁଥିବା ବେଳେ ଏକ ଧଳା ରଙ୍ଗର ଇନୋଭାକୁ ଯାଞ୍ଚ କରିଥିଲା। ଗାଡ଼ି ଭିତରୁ ପ୍ରାୟ ୫ କୋଟି ପାଖାପାଖି ଟଙ୍କା ବାହାରିଥିଲା। ଏହାପରେ ତୁରନ୍ତ ଗାଡ଼ିଟିକୁ ରାଜଗଡ଼ ଥାନା ନିଆଯାଇଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଛାନଭିନରୁ ଉକ୍ତ କାର୍‌ଟି ସାଙ୍ଗୋଲ ବିଧାୟକ ଶାହଜୀ ବାପୁ ପାଟିଲଙ୍କ ପୁଅଙ୍କ ନାଁରେ ଥିବା ଜଣାଯାଇଛି। ଶାହଜୀ ବାପୁ ପାଟିଲ ଏକନାଥ ସିନ୍ଦେଙ୍କ ନେତୃତାଧୀନ ଶିବସେନା ପାର୍ଟିର ଜଣେ ବିଧାୟକ ଅଛନ୍ତି। ରେଡ ବେଳେ ଉକ୍ତ କାର୍‌ରେ ଶାହଜୀ ବାପୁ ପାଟିଲଙ୍କର କିଛି କାର୍ଯ୍ୟକର୍ତ୍ତା ଥିଲେ।

Advertisment

ପୁଲିସ୍‌ ନଗଦ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରିଛି। ତେବେ ଉକ୍ତ ଟଙ୍କା କାହାର ଓ ତାହାକୁ କେଉଁ ଉଦ୍ଦେଶ୍ୟରେ ଓ କେଉଁଠାକୁ ନିଆଯାଉଥିଲା ତାହା ସ୍ପଷ୍ଟ ହୋଇ ପାରିନି।

Vehicle Checking Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe