Advertisment

ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ

ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

author-image
Madhupriya Mistry
Blast in Delhi

Blast in Delhi

ରାଜଧାନୀରେ ହେଲା ଭୟଙ୍କର ବିସ୍ଫୋରଣ। ଦିଲ୍ଲୀର ପ୍ରଶାନ୍ତ ବିହାର ସ୍ଥିତ ପିଭିଆର୍‌ ସିନେମା ହଲ୍‌ ନିକଟରେ ଜୋରଦାର ବ୍ଲାଷ୍ଟ ହୋଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Advertisment

ସୂଚନା ମୁତାବବ, ପିଭିଆର୍‌ ନିକଟରେ ଥିବା ବଂଶୀ ସୁଇଟ୍‌ସ୍‌ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏହା ଏତେ ଭୟଙ୍କର ଥିଲା ଯେ, ବେଶ୍‌ ଦୂର ଯାଏଁ ଶବ୍ଦ ଶୁଣିବାକୁ ମିଳିଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ପୁଲିସକୁ ୧୧ଟା ୪୮ ମିନିଟ୍‌ରେ ଏନେଇ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ। ପୁଲିସ କଲ୍‌ କରିଥିବା ବ୍ୟକ୍ତି ଓ ବସ୍ଫୋରଣ ନେଇ ଯାଞ୍ଚ ଜାରି ରଖିଛି। ଗୁଜବ ପ୍ରଚାର ନକରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଲୋକଙ୍କୁ ନିବେଦନ କରିଛି। ପୁଲିସ କହିଛି ଯେ ଆମେ ଏହି ମାମଲାକୁ ଗମ୍ଭୀରତାର ସହ ଦେଖୁଛୁ। ଏଥିରେ କେହି ମୃତାହତ ହୋଇନହାନ୍ତି।

Advertisment
Explosion Blast In Delhi