Advertisment

ଗର୍ଭବତୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ, ହେଲା ଭୟଙ୍କର ବିସ୍ଫୋରଣ

ପ୍ରଥମେ ଆମ୍ବୁଲାନ୍ସର ଇଞ୍ଜିନ୍‌ରେ ନିଆଁ ଲାଗିଥିଲା। ପରେ ଗାଡ଼ି ଭିତରେ ରଖାଯାଇଥିବା ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଘଟିଥିଲା।

author-image
Madhupriya Mistry
Fire NreakOut in Ambulance

Fire NreakOut in Ambulance

ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍‌ ଲାଗିଲା ନିଆଁ। ପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏଭଳି କିଛି ଦୁର୍ଘଟଣା। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା ଘର କ୍ଷତିଗ୍ରସ୍ତ ହୋଇଛି।

Advertisment

ସୂଚନା ମୁତାବକ, ବୁଧବାର ରାତିରେ ମହାରାଷ୍ଟ୍ର ଜଲଗାଓଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜାଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଉଥିଲା। ଏତିକି ବେଳେ ଆମ୍ବୁଲାନ୍ସର ଇଞ୍ଜିନ୍‌ରୁ ଧୂଆଁ ବାହାରୁଥିବା ଦେଖିଥିଲେ ଡ୍ରାଇଭର।

ଏହାପରେ ତୁରନ୍ତ କିଛି ଅଘଟଣ ଘଟିବା ପୂର୍ବରୁ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାରକୁ ଆଣି ନିଜେ ମଧ୍ୟ ଓହ୍ଲାଇ ପଡିଥିଲେ। ପରେ ଦେଖୁ ଦେଖୁ ଆମ୍ବୁଲାନ୍ସରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଥିଲା। ଆମ୍ବୁଲାନ୍ସରେ ରଖାଯାଇଥିବା ଅମ୍ଲଜନା ସିଲିଣ୍ଡର ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

Advertisment

ଏହି ପୂରା ଘଟଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିସ୍ପୋରଣ ଯୋଗୁ ଆଖପାଖରେ ଥିବା ଘରର ଝରକା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏଥିସହ ଆମ୍ବୁଲାନ୍ସଟି ମଧ୍ୟ ପୂରାପୂରି ଖଣ୍ଡଖଣ୍ଡ ହୋଇଯାଇଛି। ସେପଟେ ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ହସ୍ପିଟାଲକୁ ପଠାଯାଇଛି।

Maharashtra Carried Pregnant Woman Fire Breakout In Ambulance