Advertisment

୧୪ ଘଣ୍ଟା ଜଳିଲା ଭୋପାଳର ସତପୁଡ଼ା ଭବନ; ସେନା ସହ ଏୟାରଫୋର୍ସ ବି ନିଆଁ ଲିଭାରେ ନିୟୋଜିତ

ଗତକାଲି ଅପରାହ୍ନରେ ପ୍ରଥମେ ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗିଥିବା ବେଳେ ଆଖି ପିଛୁଳାକେ ଏହା ଷଷ୍ଠ ମହଲାକୁ ବ୍ୟାପି ଯାଇଥିଲା। ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ ପରେ ଏକ ଏସି ବ୍ଲାଷ୍ଟ ହୋଇଥିଲା। ଏହାପରେ ନିଆଁ ଭୟଙ୍କର ରୂପ ଧାରଣ କରି ପୂରା ବିଲ୍ଡିଂକୁ ନିଜ ଆୟତକୁ ନେଇ ଯାଇଥିଲା।

Fire

Fire

Advertisment

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ସତପୁରା ସରକାରୀ ଭବନରେ ଗତକାଲି ଅପରାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହାକୁ ନିୟନ୍ତ୍ରଣ କରିବାରେ ଅଗ୍ନିଶମ ବିଭାଗ ଫେଲ୍‌ ମାରିବାରୁ ସେନା ଓ ଏୟାରଫୋର୍ସର ସହାୟତା ନିଆଯାଇଥିଲା। ଦୀର୍ଘ ୧୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ବି ବହୁ ସରକାରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ଜଣାଯାଇଛି।

Advertisment

ଗତକାଲି ଅପରାହ୍ନରେ ପ୍ରଥମେ ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗିଥିବା ବେଳେ ଆଖି ପିଛୁଳାକେ ଏହା ଷଷ୍ଠ ମହଲାକୁ ବ୍ୟାପି ଯାଇଥିଲା। ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ ପରେ ଏକ ଏସି ବ୍ଲାଷ୍ଟ ହୋଇଥିଲା। ଏହାପରେ ନିଆଁ ଭୟଙ୍କର ରୂପ ଧାରଣ କରି ପୂରା ବିଲ୍ଡିଂକୁ ନିଜ ଆୟତକୁ ନେଇ ଯାଇଥିଲା।

ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ୍ତ କରିବାକୁ ୧୪ ଘଣ୍ଟା ଲାଗିଗଲା। ପ୍ରଥମେ ଦମକଳ କର୍ମୀ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଥିଲେ। ୫୦ ଦମକଳ ଗାଡ଼ି, ୩୦୦୦ ପାଣି ଟାଙ୍କି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ବି ନିଆଁ ନିୟନ୍ତ୍ରଣକୁ ଆସି ପାରି ନ ଥିଲା ।

Advertisment

ଏହାପରେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଫୋନ୍‌ ଯୋଗେ ଅବଗତ କରିଥିଲେ। ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ନିମନ୍ତେ ରକ୍ଷା ମନ୍ତ୍ରୀ ଏୟାରଫୋର୍ସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଳମ୍ବିତ ରାତିରେ AN 32 ବିମାନ ଓ MI 15 ହେଲିକପ୍ଟକୁ ଭୋପାଳ ପଠାଯାଇଥିଲା। ସେମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ କାବୁ କରାଯାଇଥିବା ଭୋପାଳ କଲେକ୍ଟର ସୂଚନା ଦେଇଛନ୍ତି।

ଏହି ବିଲ୍ଡିଂରେ ଥିବା CBI, EOW, ଆଦିବାସୀ କଲ୍ୟାଣ, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅଫିସ୍‌ ଜଳି ଛାରଖାର ହୋଇ ଯାଇଛି। ସେହିପରି ଏହି ବିଲ୍ଡିଂରେ ଥିବା ମଧ୍ୟପ୍ରଦେଶ ସରକାରଙ୍କ ଆଦିମ ଜାତି କଲ୍ୟାଣ ବିଭାଗ, ପରିବହନ ବିଭାଗ ଆଦି ଅଫିସ ର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜଳି ଯାଇଛି। ଏହି ଅଗ୍ନିକାଣ୍ଡର କାରଣ ଜାଣିବାକୁ ମଧ୍ୟପ୍ରଦେଶ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ଭୋପାଳ ପୁଲିସ୍‌ କମିଶନର ହରିନାରାୟଣ ଚାରି ମିଶ୍ରା କହିଛନ୍ତି, ନିଆଁକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ସମୟ ସମୟରେ ଧୂଆଁ ବାହାରୁଥିବାରୁ ପୁଣି ଥରେ ନିଆଁ ଲାଗିଯିବାର ଆଶଙ୍କା ରହିଛି। ତେଣୁ ଏହା ଉପରେ ତୀକ୍ଷଣ ନଜର ରଖାଯାଇଛି।

ଏଥିସହ ସେ କହିଛନ୍ତି, ଦୀର୍ଘ ସମୟ ଧରି ବିଲ୍ଡିଂଟି ଜଳିଯିବାରୁ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ବିଲ୍ଡିଂଟିକୁ ସମ୍ପୂର୍ଣ୍ଣ ଯାଞ୍ଚ ନ କରିବା ପର୍ଯ୍ୟନ୍ତ କାହାକୁ ପ୍ରବେଶ ଅନୁମତି ମିଳିବ ନାହିଁ।

କଂଗ୍ରେସ ଏହି ଘଟଣାରେ ମଧ୍ୟପ୍ରଦେଶ ସରକାରଙ୍କୁ ଘେରିଛି। କଂଗ୍ରେସ ଟ୍ୱିଟ କରି କହିଛି, ନିର୍ବାଚନ ପୂର୍ବରୁ ଜାଣିଶୁଣି ଦୁର୍ନୀତିର ସବୁ ଫାଇଲକୁ ଜଳାଇ ଦିଆଯାଇଛି। ଏହା ଏକ ଷହଯନ୍ତ୍ର ଛଡ଼ା ଆଉ କିଛି ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Madhya Pradesh Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe