Advertisment

ଦୀପାବଳି ବଢ଼ାଇଲା ଟେନସନ୍‌; ବିଷ ବଳୟକୁ ଫେରିଲା ଦିଲ୍ଲୀ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର କଲେନି । ଫଳରେ ପୁଣି ଥରେ ବଢ଼ିଲା ପ୍ରଦୂଷଣର ମାତ୍ରା।

author-image
Niharika Rout
ଅଦ୍ୟତନ ହୋଇଛି
Delhi

Delhi

ଦିଲ୍ଲୀବାସୀଙ୍କ ଟେନସନ୍‌ ବଢ଼ାଇଲା ଦୀପାବଳି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର କଲେନି । ଫଳରେ ପୁଣି ଥରେ ବଢ଼ିଲା ପ୍ରଦୂଷଣର ମାତ୍ରା। ବିଷ ବଳୟକୁ ଫେରିଲା ଦିଲ୍ଲୀ ଆଉ ଧୂଆଁମୟ ହେଲା ଆକାଶ । ପ୍ରଦୂଷଣ ଯୋଗୁ ପୁଣି ଥରେ କଲବଲ ହେଲେଣି ରାଜଧାନୀ ବାସିନ୍ଦା।

Advertisment

ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ହୋଇଥିବା ପ୍ରଦୂଷଣ ସେମାନଙ୍କ ନିଦ ହଜାଇ ଦେଇଛି।

ଶୁକ୍ରବାର ଓ ଶନିବାର ହୋଇଥିବା ବର୍ଷା ଯୋଗୁ ଦିଲ୍ଲୀର ପ୍ରଦୂଷଣ ସ୍ତର ସାମାନ୍ୟ କମିଥିଲା। ମାତ୍ର ଗତକାଲି ଦୀପାବଳି ଅବସରରେ ପ୍ରବଳ ବାଣ ଫୁଟିବା ଯୋଗୁ ପୁଣି ଥରେ ଧୂଆଁମୟ ହୋଇ ଯାଇଛି ଦିଲ୍ଲୀ ଆକାଶ।

Advertisment

ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୂର ଗୁଣବତ୍ତା ମାନ ୩ଶହ ଆଖପାଖରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ସୋମବାର ବାୟୁର ଗୁଣବତ୍ତା ଖରାପ ଶ୍ରେଣୀଭୁକ୍ତ ହୋଇଛି।

ବାଣ ନ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମା ସତ୍ତ୍ୱେ ଦୀପାବଳି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରବଳ ବାଣ ଫୁଟିଛି। ଏପରିକି ଏଥିଯୋଗୁ ଦିଲ୍ଲୀରେ ଛୋଟ ବଡ଼ ପ୍ରାୟ ଶହେଟି ଅଗ୍ନିକାଣ୍ଡ ଘଟଣା ଘଟିଥିବା ନେଇ ଅଗ୍ନିଶମ ବିଭାଗକୁ ଫୋନ୍‌ ଆସିଥିବା ଜଣାଯାଇଛି।

ଆଜି ସକାଳେ ଦିଲ୍ଲୀ ଆକାଶରେ ଧୂଆଁର ଚାଦର ଦୃଶ୍ୟମାନ ହେଉଥିବା ବେଳେ ଭିଜିବିଲିଟି ଖୁବ୍‌ କମ୍‌ ରହିଛି। ଗତକାଲି ରାତିରେ ଦିଲ୍ଲୀରେ ବହୁ ମାତ୍ରାରେ ବାଣ ଫୁଟିବା ଯୋଗୁ ଏପରି ସ୍ଥିତି ଉପୁଜିଛି। ଏପରି ସ୍ଥିତିରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରେ ନଡ଼ାଗଦା ଜଳାଗଲେ ଦିଲ୍ଲୀର ଅବସ୍ଥା ଆହୁରି ଖରାପ ଆଡ଼କୁ ଗତି କରି ପାରେ ବୋଲି ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି ।

ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ କାଏମ ରହିବ ବୋଲି ସ୍ପଷ୍ଟ କରିଥିଲେ। ଏଥିସହ ଏହା ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ସ୍ପଷ୍ଟ କରିଥିଲେ।

ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାତ୍ର ଏହା ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସଫା ସଫା ମନା କରି ଦେଇଥିଲେ ସୁପ୍ରିମକୋର୍ଟ। ଏହାସତ୍ତ୍ୱେ ଗତକାଲି ଏହି ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଘଂନ କରାଯାଇଛି।

ବିଗତ କିଛି ଦିନ ହେଲେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। କିଛି ଦିନ ତଳେ ଦିଲ୍ଲୀର ଏକ୍ୟୁଆର ୪୦୦ ଉପରେ ରହିଥିବା ବେଳେ ତାହା ସାଧାରଣ ବାୟୁ ଗୁଣବତ୍ତା ଠାରୁ ୪୦୦ ଗୁଣ ଅଧିକ ରହିଥିଲା । ଏବେ ପୁଣି ଥରେ ପ୍ରଦୂଷଣ ଗ୍ରାଫ ଉପରମୁହାଁ ହୋଇଥିବା ବେଳେ ତାହା ସରକାରଙ୍କ ଚିନ୍ତା ବଢ଼ାଇଛି।

Delhi Delhi Pollution