Advertisment

ଏବେ ବି ଟନେଲ ତଳେ ୪୦ ଶ୍ରମିକ; ଖାଦ୍ୟ, ଅମ୍ଳଜାନ ଯୋଗାଯାଉଛି

ଘଟଣାକୁ ୨୪ ଘଣ୍ଟା ବିତି ସାରିଥିଲେ ବି ଶ୍ରମିକମାନେ ଉଦ୍ଧାର ହୋଇପାରି ନାହାନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Tunnel Collapses In Uttarakashi

Tunnel Collapses In Uttarakashi

ଏବେ ବି ଉତ୍ତରକାଶୀରେ ଭୁଶୁଡିଥିବା ଟନେଲ ତଳେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ଘଟଣାକୁ ୨୪ ଘଣ୍ଟା ବିତି ସାରିଥିଲେ ବି ଶ୍ରମିକମାନେ ଉଦ୍ଧାର ହୋଇପାରି ନାହାନ୍ତି। ପାଇପ୍ ଯୋଗେ ଅମ୍ଳଜାନ ଏବଂ ଖାଦ୍ୟ-ପାନୀୟ ପଠାଯାଉଛି। ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି।

Advertisment

ଉତ୍ତରାଖଣ୍ଡର ସର୍କଲ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି ଯେ, ସମସ୍ତ ୪୦ କର୍ମଚାରୀ ସୁରକ୍ଷିତ ଅଛନ୍ତି। ପାଇପ୍ ମାଧ୍ୟମରେ ସେମାନଙ୍କୁ ଅମ୍ଳଜାନ ସହ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ଫସିଥିବା ଶ୍ରମିକମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ। 

ସେ ଆହୁରି କହିଛନ୍ତି, ଶ୍ରମିକମାନଙ୍କ ଉଦ୍ଧାର ପାଇଁ ବର୍ତ୍ତମାନ ସୁଦ୍ଧା ୨୦ ମିଟର ସ୍ଲାବକୁ ହଟାଇ ଦିଆଯାଇଛି। ଏବେ ବି ୩୫ ମିଟର ପର୍ଯ୍ୟନ୍ତ ସ୍ଲାବ୍ ପଡିରହିଛି। ଖନନକାରୀ ଟିମ୍ ଏବଂ ଅନ୍ୟାନ୍ୟ ଭାରୀ ଯନ୍ତ୍ର ବ୍ୟବହାର କରି ସ୍ଲାବ୍ ସଫା କରାଯାଉଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (SDRF) ଏବଂ ପୁଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି। 

Advertisment

ଗତକାଲି ଭୋଅର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା।

ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଛି।

Uttarakashi Tunnel Collapses Tunnel Collapses Tunnel Collapses In Uttarakhand