Advertisment

ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼

ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
UP bypoll

UP bypoll

ଆଜି ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଏଥିସହ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ହେଉଛି। ତେବେ ଏହି ଭୋଟିଂ ଭିତରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ହଙ୍ଗାମା। ଅନେକ ସ୍ଥାନରେ ନକଲି ଭୋଟର ଆସି ଭୋଟ୍‌ ଦେଉଥିବା ଅଭିଯୋଗ ଆସିଛି।

Advertisment

ଉତ୍ତରପ୍ରଦେଶର ମୀରପୁର ଆସନରେ ଉପ-ନିର୍ବାଚନ ବେଳେ ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ପୁଲିସ ଭୋଟରଙ୍କୁ ଘଉଡାଇ ଦେଉଥିବା କିଛି ଲୋକ କହିଛନ୍ତି। ଭୋଟର୍‌ଙ୍କୁ ଭୋଟ୍ ଦେବାକୁ ଦେଉନାହିଁ ପୁଲିସ। ମତଦାନ କେନ୍ଦ୍ରରୁ ତାଙ୍କୁ ଫେରାଇ ଦିଆଯାଉଛି। ଭୋଟରଙ୍କୁ ହଇରାଣ କରିବା ସହ ସେମାନଙ୍କ ଆଇକାର୍ଡ ଚିରି ଦେଉଥିବା ଅଭିଯୋଗ ଆଣିଛନ୍ତି ସାଧାରଣ ଲୋକେ।

ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କୁ ପୁଲିସ ଗାଳିଗୁଲଜ କରୁଥିବା ମଧ୍ୟ କୁହାଯାଉଛି। ଏଥିପାଇଁ ଭୋଟରଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ରାଗି ଯାଇ ଲୋକେ ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି। ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମଗ୍ର ଅଞ୍ଚଳରେ ଫ୍ଲାଗମାର୍ଚ କରିଛି। କିଛି ସମୟ ଭୋଟର ଓ ପୁଲିସଙ୍କ ଭିତରେ ହଙ୍ଗାମା ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଏହି ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଇଛି।

Advertisment

ସେହିପରି ମୁଜଫରନଗର ମେରପୁର ଓ କୁନ୍ଦରକଗ ବିଧାନସଭା ଆସନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ମଧ୍ୟ ଉପ-ନିର୍ବାଚନ ବେଳେ ଉତ୍ତେଜନା ଦେଖାଦେଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରହେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭୋଟରଙ୍କୁ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ ନିଶ୍ଚିତ ଭୋଟ୍‌ ଦିଅନ୍ତି କିନ୍ତୁ ଶତପ୍ରତିଶତ ସତର୍କ ରହିବା ଆବଶ୍ୟକ।

ସେପଟେ ଭୋଟରଙ୍କୁ ଭୋଟ ଦେବାକୁ ଦିଆଯାଉ ନଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ଆମ୍ବେଦକରନଗରର ବିଜେପି ପ୍ରାର୍ଥୀ ଧର୍ମରାଜ ନିଷାଦ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭୋଟରଙ୍କୁ ଅଟକାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି, 'ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ କାମ ହେଉଛି ଅଭିଯୋଗ ଆଣିବା। ମୁଁ ସମଗ୍ର ଅଞ୍ଚଳରେ ବୁଲୁଛି, କିନ୍ତୁ ଭୋଟରଙ୍କୁ ଅଟକାଯାଉଥିବା ଭଳି କାମ କୌଣସି ସ୍ଥାନରେ ଦେଖି ନାହିଁ।

କହିରଖୁ ଯେ, ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେଉଛି। ସକାଳ ୯ଟା ସୁଦ୍ଧା ୯.୬୭ ପ୍ରତିଶତ ମତଦାନ ହୋଇଥିଲା। ଏହି ଉପ-ନିର୍ବାଚନରେ ​​ସମୁଦାୟ ୯୦ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। 

Stone Pelting Uttar Pradesh ByPoll Assembly ByPoll