Advertisment

ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ମନୂଷ୍ୟକୃତ ତ୍ରୁଟି, ଆସିଲା ରିପୋର୍ଟ

ଯାନ୍ତ୍ରୀକ ତ୍ରୁଟି ନୁହେଁ, ମନୂଷ୍ୟକୃତ ତ୍ରୁଟି ଯୋଗୁ ୩ ବର୍ଷ ପୂର୍ବେ ଦେଶର ପ୍ରଥମ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ।

ଅଦ୍ୟତନ ହୋଇଛି
general-bipin-rawat

general-bipin-rawat

Advertisment

ଯାନ୍ତ୍ରୀକ ତ୍ରୁଟି ନୁହେଁ, ମନୂଷ୍ୟକୃତ ତ୍ରୁଟି ଯୋଗୁ ୩ ବର୍ଷ ପୂର୍ବେ ଦେଶର ପ୍ରଥମ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ।

Advertisment

୨୦୨୧ ମସିହା ଡିସେମ୍ବର ୮ ତାରିଖରେ ଜେନେରାଲ୍ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁରଠାରେ କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ ।

୧୩ତମ ଡିଫେନ୍ସ ପ୍ଲାନ୍‌ ପିରିୟଡ ମଧ୍ୟରେ ଘଟିଥିବା ବିମାନ ଦୁର୍ଘଟଣା ସମ୍ପର୍କରେ ଗତକାଲି ସଂସଦରେ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ସମୁଦାୟ ୩୪ଟି ଦୁର୍ଘଟଣା ତଥା ତାହାର କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଉକ୍ତ ରିପୋର୍ଟରେ CDS ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ହେବାର କାରଣ ଉଲ୍ଲେଖ ଥିବା ବେଳେ ତାହା ମନୂଷ୍ୟକୃତ ବୋଲି ଉଲ୍ଲେଖ ଅଛି।

Advertisment

ରିପୋର୍ଟରେ କୁହାଯାଇଛି ଯେ, ଏହି ଅନୁସନ୍ଧାନ କମିଟିଗୁଡିକର ରିପୋର୍ଟ ଦୁର୍ଘଟଣାର ପୁନରାବୃତ୍ତି ରୋକିବା ଉଦ୍ଦେଶ୍ୟରେ କରାଯାଇଥାଏ। ବାୟୁସେନା ପକ୍ଷରୁ ଏହାର ତଦନ୍ତ କରାଯାଇଥିବା ବେଳେ ବାୟୁସେନା ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ପ୍ରତିକାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ବାଧ୍ୟତାମୂଳକ ଅଟେ।

ମାତ୍ର ଦୁର୍ଘଟଣା ପରେ ପରେ ହୋଇଥିବା ତଦନ୍ତ ରିପୋର୍ଟରେ ସିଡିଏସ୍‌ଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଥିଲା। ସେତେବେଳେ ପ୍ରକାଶିତ ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।

ରିପୋର୍ଟରେ କୁହାଯାଇଥିଲା ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ ଓ ହେଲିକପ୍ଟଟରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା। ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ଅଭିଯୋଗକୁ ସେତେବେଳେ ଖଣ୍ଡନ କରାଯାଇଥିଲା।

Delhi CDS Bipin Rawat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe