Advertisment

ଭାରତ-ନେପାଳ ସୀମାରେ ଲୁଚିଛି ଅମ୍ରିତପାଲ ସିଂହ ! ପଞ୍ଚମ ଦିନରେ ତଲାସି

ଅମ୍ରିତପାଲ ସିଂହ ଭାରତ-ନେପାଳ ସୀମାରେ ଲୁଚିଥିବା ଗୋଇନ୍ଦା ବିଭାଗ ଖବର ପାଇବା ପରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

author-image
Tapas Behera
ଅଦ୍ୟତନ ହୋଇଛି
undefined

Amritpal Singh

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ୱାରିସ୍‌ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହ  ଫେରାର ହେବାର ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଅମ୍ରିତପାଲ ଭାରତ-ନେପାଳ ସୀମାରେ ଲୁଚିଥିବା ଗୋଇନ୍ଦା ବିଭାଗ ଖବର ପାଇବା ପରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଆଜି ପଞ୍ଚମ ଦିନରେ ମଧ୍ୟ ଅମ୍ରିତପାଲଙ୍କୁ ଖୋଜା ଚାଲିଛି। ଉତ୍ତରାଖଣ୍ଡ ପୁଲିସ ନେପାଳ ସୀମାରେ ଉଦ୍ଦାମ ସିଂହନଗରରେ ଗୁରୁଦ୍ୱାର, ହୋଟେଲରେ କମ୍ବି ଅପରେଶନ ଜାରି ରଖିଛି। ଫେରାରର ୪ ଦିନ ପରେ ସୁଦ୍ଧା ପୁଲିସ ହାତ ଖାଲି ଥିବା ବେଳେ ଅମୃତପାଲ ଏବଂ ତାଙ୍କ ସହଯୋଗୀଙ୍କୁ ତଲାସି ଜାରି ରହିଛି। ଗତ ରବିବାର ଅମୃତପାଲଙ୍କ ୪ ସହଯୋଗୀଙ୍କୁ ଗିରଫ କରାଯାଇ ଦିବୃଗଡ଼ ଜେଲରେ ରଖାଯାଇଛି।

Advertisment

ଅମ୍ରିତପାଲଙ୍କୁ ଗିରଫ କରିବା ଲାଗି ଶନିବାର ଠାରୁ ପୁଲିସ ଚଢଉ ଆରମ୍ଭ ହୋଇଛି। ଏଥିପାଇଁ ପଞ୍ଜାବରେ ଇଣ୍ଟରନେଟ୍‌, ଏସ୍‌ଏମ୍ଏସ୍ ଓ ଡୋଙ୍ଗଲ ସେବାକୁ ସୋମବାର ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇ ଥିଲା। ଲୋକଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇ ଥିଲା। କାରଣ ଅମୃତପାଲଙ୍କୁ ଗିରଫ ପାଇଁ ପୁଲିସ ଚଢଉ ଜାରି ରଖିଥିବାରୁ ତାଙ୍କ ସମର୍ଥକମାନେ ଏକଜୁଟ୍ ହୋଇ ହିଂସାକାଣ୍ଡ ଘଟାଇବାର ଆଶଙ୍କା ପ୍ରକାଶ କରାଯାଇଛି। ହିଂସା ଏଡାଇବା ଲାଗି ଅମୃତପାଲଙ୍କ ପୈତୃକ ଗ୍ରାମ ଜାଲୁ ଖେଦାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅମୃତପାଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ପୁଲିସ ରବିବାର ଆଉ କେତେକ ମାମଲା ରୁଜୁ କରିଛି। ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ଅମୃତପାଲଙ୍କ ଆଉ କେତେକ ସମର୍ଥକଙ୍କୁ ମଧ୍ୟ ପୁଲିସ ରବିବାର ଗିରଫ କରିଛି।
ଅନ୍ୟପଟେ ଜଳନ୍ଧର ପୁଲିସ ଆୟୁକ୍ତ କୁଲଦୀପ ସିଂହ ଚହଲ କହିଛନ୍ତି ଯେ ଅମୃତପାଲଙ୍କୁ ପଳାତକ ଘୋଷଣା କରାଯାଇଛି। ତାଙ୍କୁ ଯଥାଶୀଘ୍ର ଗିରଫ କରାଯିବ। ଶନିବାର ହୋଇଥିବା ଚଢଉ ବେଳେ ଅମ୍ରିତପାଲଙ୍କ ୬ଜଣ ସହଯୋଗୀଙ୍କ ସହିତ ତାଙ୍କ ସଂଗଠନର ୭୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ୪ଜଣ ସମର୍ଥକଙ୍କୁ ପୁଲିସ ରବିବାର ଆସାମ ନେଇ ଆସିଛି। ସେମାନଙ୍କୁ ଦିବ୍ରୁଗଡ କେନ୍ଦ୍ରୀୟ ଜେଲ୍‌ରେ ରଖାଯାଇଛି। ଶନିବାର ଚଢ଼ଉ ସମୟରେ ପୁଲିସ ୮ଟି ରାଇଫଲ୍‌, ଗୋଟିଏ ରିଭଲଭର ଓ ୩୭୩ଟି କାଟ୍ରିଜ୍ ଜବତ କରିଥିଲା। ଗତମାସରେ ଅମୃତପାଲ୍‌ ଓ ତା’ର ଅନେକ ସମର୍ଥକ ଅଜନାଲ୍‌ ଥାନା ଉପରେ ଆକ୍ରମଣ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି। ନିଜ ସହଯୋଗୀଙ୍କୁ ପୁଲିସ କବଳରୁ ମୁକ୍ତ କରିବା ଲାଗି ଅମୃତପାଲ୍‌ ନିଜ ସମର୍ଥକଙ୍କ ସହ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଥାନା ଉପରେ ଆକ୍ରମଣ କରିଥିଲେ। ଖଲିସ୍ତାନ ସମର୍ଥକଙ୍କ ଏହି ଆକ୍ରମଣ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ପଞ୍ଜାବରେ ପୁନର୍ବାର ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକିବାର ଆଭାସ ମିଳିଥିଲା। ଆଉ ମଧ୍ୟ ପୁଲିସ ଅମୃତପାଲଙ୍କ ସମର୍ଥକଙ୍କୁ ବିନା ପ୍ରତିରୋଧରେ ମୁକ୍ତ କରିଦେବାକୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରାଯାଇଥିଲା।

India