Advertisment

ଦୁଃସ୍ୱପ୍ନ ଦେଖିଲା, ଦେହ ଖରାପ ହେଲା, ଚୋରି ମୂର୍ତ୍ତି ଫେରାଇଦେଲା

ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଘଟିଛି ଏକ ଅଲୌକିକ ଘଟଣା। ଜଣେ ଚୋର ଗୋଟିଏ ମନ୍ଦିରରୁ ମୂର୍ତ୍ତି ଚୋରି କରିବା ପରେ ଆଠ ଦିନ ଧରି ଶୋଇପାରି ନଥିଲା, ନାନାଦି ଦୁଃସ୍ୱପ୍ନ ଦେଖିଥିଲା, ତା’ ପରିବାରରେ ପ୍ରାୟ ସମସ୍ତଙ୍କର ଦେଖ ଖରାପ ହେଲା। ଭୟରେ ସେ ଯେଉଁ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିଲା ସେଇଠି ନେଇ ଫେରାଇଦେଲା।

Radha Krishna Idol

Radha Krishna Idol

Advertisment

ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଘଟିଛି ଏକ ଅଲୌକିକ ଘଟଣା। ଜଣେ ଚୋର ଗୋଟିଏ ମନ୍ଦିରରୁ ମୂର୍ତ୍ତି ଚୋରି କରିବା ପରେ ଆଠ ଦିନ ଧରି ଶୋଇପାରି ନଥିଲା, ନାନାଦି ଦୁଃସ୍ୱପ୍ନ ଦେଖିଥିଲା, ତା’ ପରିବାରରେ ପ୍ରାୟ ସମସ୍ତଙ୍କର ଦେଖ ଖରାପ ହେଲା। ଭୟରେ ସେ ଯେଉଁ ମନ୍ଦିରରୁ ମୂର୍ତ୍ତି ଚୋରି କରିଥିଲା ସେଇଠି ନେଇ ଫେରାଇଦେଲା।

Advertisment

ପ୍ରୟାଗରାଜ ଜିଲ୍ଲା ନବାବଗଞ୍ଜ ଥାନା ଅଞ୍ଚଳରେ ଗଙ୍ଗା ଆରପାରିରେ ରହିଛି ଗୋଘାଟ ଆଶ୍ରମ। ଏଇ ଆଶ୍ରମ ନିକଟରେ ରହିଛି ରାଧାକୃଷ୍ଣ ମନ୍ଦିର। ଆଶ୍ରମର ମହନ୍ତ ହିଁ ଏହି ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି। ମନ୍ଦିରର ରାଧାକୃଷ୍ଣଙ୍କ ମୂର୍ତ୍ତି ଅଷ୍ଟଧାତୁରେ ତିଆରି ହୋଇଛି।

ନବାବଗଞ୍ଜ ଥାନାର ଇନିସପେକ୍ଟର ଅନୀଲ କୁମାର ମିଶ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗୋଘାଟ ଆଶ୍ରମ ମନ୍ଦିରର ଅଷ୍ଟଧାତୁ ରାଧାକୃଷ୍ଣ ମୂର୍ତ୍ତି ସେପ୍ଟେମ୍ବର ୨୩ ତାରିଖ ରାତିରେ ଚୋରି ହୋଇଥିବା ନେଇ ମନ୍ଦିରର ପୂଜକ ମହନ୍ତ ସ୍ୱାମୀ ଜୟରାମ ଦାସ ମହାରାଜ ଏତଲା ଦେଇଥିଲେ। ତାଙ୍କ ଏତଲା ଭିତ୍ତିରେ ଭାରତୀୟ ନ୍ୟାୟ ସଂହିତାର ଉପଯୁକ୍ତ ଧାରାରେ ଥାନାରେ ଏକ ମାମଲା ରୁଜୁ ହୋଇ ଚୋରକୁ ଖୋଜା ଚାଲିଥିଲା।

Advertisment

କିନ୍ତୁ ଅକ୍ଟୋବର ପହିଲା ମଙ୍ଗଳବାର ସ୍ଥାନୀୟ ଲୋକେ ମହନ୍ତ ତଥା ଥାନାକୁ ଖବର ଦେଲେ ଯେ ଜଣେ ଲୋକ ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ଗୋଟିଏ ଅଖା ବସ୍ତା ଧରି ଆଶ୍ରମ ନିକଟରେ ବୁଲୁଥିଲା ଓ କେହି କିଛି ପଚାରିବା ଆଗରୁ ସେ ବସ୍ତାଟିକୁ ମନ୍ଦିର ପାଖାପାଖି ପକେଇଦେଇ ପଳାଇଲା। ଲୋକେ ପ୍ରଥମେ ଅଖାରେ ବୋମା କି ଅନ୍ୟ କ’ଣ ଥିବ ଭାବି ଡରରେ ବସ୍ତା ଖୋଲିଲେ ନାହିଁ। ଏ ସଂପର୍କରେ ଥାନା ଓ ଆଶ୍ରମର ମହନ୍ତଙ୍କୁ ଖବର ଦିଆଗଲା। ପରେ ସାହସ ସଂଚୟ କରି କିଛି ଲୋକ ବସ୍ତା ଖୋଲିବାରୁ ସେଥିରୁ ଅଷ୍ଟଧାତୁ ନିର୍ମିତ ରାଧାକୃଷ୍ଣଙ୍କ ମୂର୍ତ୍ତି ମିଳିଲା। ତା’ ସହିତ ଏକ ଚିଠି ମଧ୍ୟ ଥିଲା। ମୂର୍ତ୍ତିକୁ ମହନ୍ତ ଚିହ୍ନିଲେ ଓ ଜଳାଭିଷେକ କରି ପୂଜା ଓ ପ୍ରତିଷ୍ଠା କଲେ।

ବସ୍ତାରେ ଥିବା ଚିଠିରେ ଲେଖାଥିଲା, ମହାରାଜଜୀ ପ୍ରଣାମ। ମୁଁ ଅଜ୍ଞତା ବଶତଃ ବଡ଼ ଭୁଲ କରିଛି। କିଛି ଧନ ଲୋଭରେ ମୂର୍ତ୍ତି ଚୋରି କରିଥିଲି। ମୂର୍ତ୍ତି ଘରକୁ ନେଇ ତାହାକୁ ବିକ୍ରି କରିବା ପାଇଁ ମୂର୍ତ୍ତିରେ କିଛି ଏପଟି ସେପଟି କରିଛି। ମାତ୍ର, ମୂର୍ତ୍ତି ଚୋରି କରିବା ଦିନଠାରୁ ମତେ ଆଉ ରାତିରେ ନିଦ ହେଉନାହିଁ। ନାନାଦି ଦୁଃସ୍ୱପ୍ନ ଦେଖୁଛି। ଖାଇବା ରୁଚୁ ନାହିଁ। ଶାନ୍ତିରେ ରହିପାରୁ ନାହିଁ। ମୋ ସ୍ତ୍ରୀ ଓ ପୁଅ ବେମାର ପଡ଼ିଛନ୍ତି। ତେଣୁ ମୁଁ ମୂର୍ତ୍ତି ଫେରାଇ ଦେଉଛି। ମତେ କ୍ଷମା କରିଦେବେ। ଭଗବାନଙ୍କୁ ବି ମୁଁ କ୍ଷମା ମାଗୁଛି। ମୂର୍ତ୍ତିକୁ ମନ୍ଦିରରେ ରଖି ପୂର୍ବପରି ପୂଜା କରିବେ।

ଚୋରର ନାମ ଜଣା ପଡ଼ିନାହିଁ।

Sadhu And Thief Uttar Pradesh Theft In Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe