Advertisment

ହୁଡ୍ଡା କହିଲେ- ମୁଁ ଟାୟାର୍ଡ ନୁହେଁ କି ରିଟାୟାର୍ଡ ନୁହେଁ

‘ମୁଁ ବି ଏବେ ଜଣେ ଯୁବକ । ମୁଁ ଟାୟାର୍ଡ ନୁହେଁ କି ରିଟାୟାର୍ଡ ନୁହେଁ। ’ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଲାଗିଥିବା ବେଳେ ଏପରି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା

ଅଦ୍ୟତନ ହୋଇଛି
bhupinder-hooda

bhupinder-hooda

Advertisment

‘ମୁଁ ବି ଏବେ ଜଣେ ଯୁବକ । ମୁଁ ଟାୟାର୍ଡ ନୁହେଁ କି ରିଟାୟାର୍ଡ ନୁହେଁ। ’ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଲାଗିଥିବା ବେଳେ ଏପରି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା। ଏପରି କହି ସେ ନିଜକୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ସାମିଲ କରାଇଛନ୍ତି।

Advertisment

 ହୁଡ୍ଡା କହିଛନ୍ତି, ହରିୟାଣା ଲୋକ ମନ ସ୍ଥିର କରି ସାରିଲେଣି। ଏଥର କଂଗ୍ରେସର ଭୋଟ ଗ୍ରାଫ୍‌ ଉପରମୁହାଁ ଥିବା ବେଳେ ‘ଅବକି ବାର କଂଗ୍ରେସ ସରକାର’ ବୋଲି ଲୋକେ ନାରା ଦେଉଥିବା କହିଛନ୍ତି ହୁଡ୍ଡା।

କଂଗ୍ରେସ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ପଚରାଯିବାରୁ ହୁଡ୍ଡା କହିଲେ, ଏ ସମ୍ପର୍କରେ ଏବେ କିଛି ଟିପ୍ପଣୀ କରିବା ଖୁବ୍‌ କଷ୍ଟକର । କାରଣ ବିଧାୟକଙ୍କ ମତ ହିସାବରେ ଫଇସଲା ହେବ । କିନ୍ତୁ କଂଗ୍ରେସ ପ୍ରଦର୍ଶନ ରାଜ୍ୟରେ ଖୁବ୍‌ ଉତ୍ସାହଜନକ ଥିବା ସେ କହିଛନ୍ତି। ୨୦୧୪ ମସିହା ପର୍ଯ୍ୟନ୍ତ ଆମ ସରକାର ଖୁବ୍‌ ଭଲ କାମ କରିଥିଲା। କିନ୍ତୁ ବିଗତ ୧୦ ବର୍ଷରେ ସରକାର ବଦଳିବା ପରେ ରାଜ୍ୟ ବହୁ କ୍ଷେତ୍ରରେ ପଛୁଆ ହୋଇ ଯାଇଥିଲା।

Advertisment

ବିଜେପି ସରକାରକୁ ଟାର୍ଗେଟ କରି ସେ କହିଛନ୍ତି, ଚାଷୀଙ୍କ ଆମଦାନୀକୁ ଦୁଇ ଗୁଣ କରିବା କଥା କହୁଥିବା ନେତା ଏହାକୁ ପ୍ରମାଣିତ କରି ପାରି ନାହାନ୍ତି। ପୂର୍ବରୁ ଖାଦ୍ୟ ଉପରେ କୀଟନାଶକ ଉପରେ କୌଣସି ଟାକ୍ସ ବସୁ ନ ଥିଲା। ଡିଜେଲ ଉପରେ ଭାଟ ଖୁବ୍‌ କମ୍‌ ଥିଲା। ଆମକୁ ସେବା କରିବାର ସୁଯୋଗ ମିଳିଲେ ଆମେ ପ୍ରଥମେରାଜ୍ୟରୁ ଗରୀବି ହଟାଇବାକୁ କାମ କରିବୁ ।

ହୁଡ୍ଡା ଏଥର ଗଡ଼ି ସାମ୍ପଲି କିଲୋହି ସିଟ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସେ ୨୨ ହଜାର ଭୋଟରେ ଆଗୁଆ ଅଛନ୍ତି।

Election Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe