Advertisment

ପ୍ରତିଦିନ ମୋତେ ଅପମାନିତ କରାଯାଉଛି..., ଚୌକି ଛାଡ଼ି ପଳାଇଲେ ଉପରାଷ୍ଟ୍ରପତି

ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ ଫୋଗାଟ୍‌ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଅନୁମତି ଦେଇନଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Jagdeep Dhankar

Jagdeep Dhankar

ରାଗିଗଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗୃହ ଚାଲିଥିବା ବେଳେ କଲେ କକ୍ଷ ତ୍ୟାଗ। ଚେୟାରରୁ ଉଠି ଚାଲିଗଲେ। ଆଜି ରାଜ୍ୟସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତାଙ୍କ ହୋହଲ୍ଲା ଓ ସ୍ଲୋଗାନ ଯୋଗୁ ସେ ରାଗି ଯାଇଛନ୍ତି।

Advertisment

ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ ଫୋଗାଟ୍‌ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଅନୁମତି ଦେଇନଥିଲେ।

ଏହାପରେ ଟିଏମସି ସାଂସଦ ଡେରେକ ଓବ୍ରାଇନ୍ ଜୋରରେ ପାଟି କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ତାଙ୍କୁ ଚୁପ୍‌ ରହିବାକୁ ରାଜ୍ୟସଭା ଅଧ୍ୟକ୍ଷ ଚେତାବନୀ ଦେଇଥିଲେ। କିନ୍ତୁ ଡେରେକ ଏହାକୁ ଖାତିର କରି ନଥିଲେ ଓ ଜୋରରେ ପାଟି କରି ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗି ଯାଇଛନ୍ତି।

Advertisment

ଜଗଦୀପ ଧନଖଡ଼ କହିଛନ୍ତି, 'ଭିନେଶ ଫୋଗାଟ୍‌ଙ୍କ ପାଇଁ କେବଳ ଆପଣ ନୁହନ୍ତି ପୂରା ଦେଶ ଦୁଃଖିତ। ଆମେ ତାଙ୍କୁ ସବୁକିଛି ଦେବୁ ଯାହା ପଦକ ବିଜେତା ପାଇବା ଉଚିତ୍। ଆମେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବୁ। କିନ୍ତୁ ଆପଣମାନେ ଏହାର ଫାଇଦା ଉଠାଇ ଏହାକୁ ରାଜନୀତିକରଣ ନକରିବାକୁ ଅନୁରୋଧ।' ଏହାପରେ ବିରୋଧୀ କଂଗ୍ରେସ, ଟିଏମ୍‌ସି ଏବଂ ଅନ୍ୟମାନେ ଗୃହ ତ୍ୟାଗ କରିଥିଲେ।

ଏହାକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଗି ଯାଇ କହିଥିଲେ, ଆଜି ଏଠାରେ ଯାହା ଘଟିଛି ତାହା ଠିକ୍‌ ନୁହେଁ। ଏଠାରେ ମୋତେ ନୁହେଁ, ବରଂ ଚେୟାରମ୍ୟାନ ପଦକୁ ବିରୋଧୀ ଦଳର ନେତା ଅସମ୍ମାନ କରୁଛନ୍ତି। ସେମାନେ ମୋତେ ପ୍ରତିଦିନ ଅପମାନିତ କରୁଛନ୍ତି। ଏଭଳି ପରିସ୍ଥିତିରେ, ମୁଁ ଏହି ଚେୟାରରେ ବସିପାରୁ ନାହିଁ କହି ସେ ଚେୟାର ଛାଡ଼ି ଉଠି ପଳାଇଥିଲେ। ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ବିରୋଧୀଙ୍କ ଏହି ଆଚରଣକୁ ନିନ୍ଦନୀୟ ବୋଲି କହିଛନ୍ତି।

Jagdeep Dhankar Rajyasabha Vinesh Phogat Row In Parliament