Advertisment

୧୩ କୋଟିର ଘଣ୍ଟା ଆଣିଲେ ଦମ୍ପତି, ବାନ୍ଧିଲା ପୁଲିସ

ଦୁବାଇରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ଦୁଇଟି ଦାମୀ ଘଣ୍ଟା ଚୋରା ଚାଲାଣ କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଶୁକ୍ରବାର ଅହମ୍ମଦାବାଦ ବିମାନବନ୍ଦରରୁ ପୁଲିସ ଗିରଫ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Luxary Watches Smuggling

Luxary Watches Smuggling

ଘଣ୍ଟା ପିନ୍ଧିବା ପ୍ରାୟ ସମସ୍ତଙ୍କ ସଉକ। କିଏ କେଉଁ ପ୍ରକାରର ଘଣ୍ଟା ପିନ୍ଧନ୍ତି। ଦାମୀ ଘଣ୍ଟା ପିନ୍ଧିବାକୁ ଅନେକ ପସନ୍ଦ କରନ୍ତି। ହେଲେ ଦାମୀ ଘଣ୍ଟା ଆଣିବା ଏବେ ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ମହଙ୍ଗା ପଡିଛି। ୧୩ କୋଟିର ଘଣ୍ଟା ଆଣି ଫଶିଛନ୍ତି ଦମ୍ପତି। ତାଙ୍କୁ ପୁଲିସ ଗିରଫ କରିଛି।

Advertisment

ଦୁବାଇରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ଦୁଇଟି ଦାମୀ ଘଣ୍ଟା ଚୋରା ଚାଲାଣ କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଅହମ୍ମଦାବାଦ ବିମାନବନ୍ଦରରୁ ଶୁକ୍ରବାର ପୁଲିସ ଗିରଫ କରିଥିଲ। ଏମାନଙ୍କ ପାଖରୁ Audemars Piguet Royal Oak ଏବଂ Richard Mille ଘଣ୍ଟା ଜବତ ହୋଇଛି। ଏହି ଘଣ୍ଟାକୁ ପ୍ରାୟତଃ ବିଲିୟନେୟାର କିମ୍ବା ସେଲିବ୍ରିଟିଙ୍କ ହାତରେ ଦେଖାଯାଏ।

ଦୁବାଇରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୃଥକ ଭାବରେ ପହଞ୍ଚିଥିବା ଦମ୍ପତିଙ୍କ ଠାରୁ ଏହି ଦୁଇଟି ଘଣ୍ଟା ଜବତ କରାଯାଇଥିଲା। ଅଧିକାରୀଙ୍କ କହିବା ଅନୁସାରେ ଦୁବାଇରୁ ଫେରିବା ପରେ ଜଣେ ମହିଳାଙ୍କ ହାତରେ ଦାମୀ ଘଣ୍ଟା ଦେଖିବାକୁ ମିଳିଥିଲା। ପଚରାଉଚରା କରିବା ପରେ ସେ କହିଥିଲେ ଯେ, ତାଙ୍କୁ ତାଙ୍କ ସ୍ୱାମୀ ଏହି ଘଣ୍ଟା ଗିଫ୍ଟ କରିଛନ୍ତି। ସ୍ୱାମୀ କେଉଁଠି ଅଛନ୍ତି ପଚାରିବାରୁ ସେ କହିଥିଲେ ଅନ୍ୟ ଏକ ଫ୍ଲାଇଟ୍‌ରେ ଆସୁଛନ୍ତି। ଏହାପରେ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କ ସ୍ୱାମୀ ଧରାପଡିଥିଲେ।

Advertisment

ଅଧିକାରୀ କହିବା ମୁତାବକ, ସ୍ୱାମୀ ଏବଂ ସ୍ତ୍ରୀ ପ୍ରଥମେ ଦାବି କରିଥିଲେ ଯେ ଏହି ଘଣ୍ଟାଟି ସେମାନଙ୍କର ଏବଂ ଏହାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା। ଯେତେବେଳେ ତାଙ୍କୁ ଏକ ଏହାର ବିଲ୍ ଦେଖାଇବାକୁ କୁହାଗଲା ସେତେବେଳେ ତାଙ୍କ ପାଖରେ ଏହାର କୌଣସି ବିଲ୍‌ ନଥିବା କହିଥିଲେ।

ପରେ ଉଭୟଙ୍କ ଜିନିଷପତ୍ର ଯାଞ୍ଚ ପରେ ୱାଚ୍ କେସ୍ ମିଳିଥିଲା। ପଚରାଉଚରା ପରେ ଦମ୍ପତି ଦାମୀ ଘଣ୍ଟାଗୁଡିକୁ ଚୋରା ଚାଲାଣ କରିଥିବା ସ୍ୱୀକାର କରିଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ପୁଲିସ ଅଟକ ରଖି ଏହି ମାମଲାରେ ଆଉ କେଉଁ ଗ୍ୟାଙ୍ଗର ହାତ ଅଛି ସେ ନେଇ ତଦନ୍ତ ଜାରି ରଖିଛି। ଉଭୟ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି। ଅହମ୍ମଦାବାଦକୁ ଘଣ୍ଟା ଆଣିବା ପାଇଁ ଏମାନଙ୍କୁ ଦୁବାଇ ଯିବାକୁ କୁହାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି।

Gujarat Luxury Watches Smuggling Husbend And Wife Arrested