Advertisment

ସଂସାରରେ ଦେଖାଦେଲା ଝଡ଼; ଝୁଲି ପଡ଼ିଲେ ସ୍ୱାମୀ, ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ

ଉଭୟ ପରିବାରର ସହମତି ବିନା ଦୁହେଁ ସାଙ୍ଗରୁ ପାଲଟିଗଲେ ପତିପତ୍ନୀ। ମାତ୍ର ନୂଆ ସଂସାର ଗଢ଼ୁ ଗଢ଼ୁ ଦେଖାଦେଲା ଅଦିନିଆ ଝଡ଼ ।

Couple Dead

Couple Dead

Advertisment

ସ୍କୁଲ ସମୟରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ନେଲା ବିବାହର ରୂପ । ଉଭୟ ପରିବାରର ସହମତି ବିନା ଦୁହେଁ ସାଙ୍ଗରୁ ପାଲଟିଗଲେ ପତିପତ୍ନୀ। ମାତ୍ର ନୂଆ ସଂସାର ଗଢ଼ୁ ଗଢ଼ୁ ଦେଖାଦେଲା ଅଦିନିଆ ଝଡ଼ । ଶାରୀରିକ ଅସୁସ୍ଥତା ହେତୁ ପତ୍ନୀ ବାପଘରକୁ ଚାଲି ଆସିବାରୁ ପତି ବି ଚାକିରି ଛାଡ଼ିଦେଲେ। ଏହାପରେ ମାନସିକ ଅବସାଦରେ ରହୁଥିବା ସ୍ୱାମୀ ଦଉଡ଼ି ଦେଇ ଆତ୍ମହତ୍ୟା କରିଦେଲେ। ପତିଙ୍କ ମୃତ୍ୟୁର ଖବର ପାଇ ପତ୍ନୀ ବି ଛାତରୁ ଡେଇଁ ଜୀବନ ହାରିଲେ।

Advertisment

ଏପରି ଏକ ଅସ୍ୱାଭାବିକ ଘଟଣା ଉତ୍ତରପ୍ରଦେଶର ବାରଣାସୀରେ ଘଟିଛି। ମୃତ ଦମ୍ପତି ହେଲେ ବିହାର ପଟଣାର ୨୮ ବର୍ଷୀୟ ହରିଶ ବଗେଇ ଓ ତାଙ୍କ ପତ୍ନୀ ସଞ୍ଚିତା ଶ୍ରୀବାସ୍ତବ । ସଞ୍ଚିତାଙ୍କ ଘର ଉତ୍ତରପ୍ରଦେଶର ଗୋରଖପୁରରେ ବୋଲି ଜଣାଯାଇଛି।

ଉଭୟ ଏକ ସ୍କୁଲରେ ପଢ଼ୁଥିବା ବେଳେ ସେବେଠୁ ପରସ୍ପର ପ୍ରେମରେ ପଡ଼ିଥିଲେ। ମାତ୍ର ଏହାକୁ ଉଭୟ ପରିବାର ସମର୍ଥନ କରୁ ନ ଥିଲେ । କିନ୍ତୁ ପିଲାମାନଙ୍କ ଜିଦ୍‌ ଆଗରେ ସେମାନେ ରାଜି ହେଲେ ଓ ଶେଷରେ ଉଭୟଙ୍କ ବିବାହ ବେଶ ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା। ହରିଶ ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ସଞ୍ଚିତା ବି ତାଙ୍କ ନିକଟକୁ ଚାଲି ଯାଇଥିଲେ।

Advertisment

ମାତ୍ର ସେଠାରେ ସଞ୍ଚିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କ ବାପା ଝିଅକୁ ନେଇ ଯାଇଥିଲେ। ଏହାପରେ ହରିଶ ବି ଚାକିରି ଛାଡ଼ି ପତ୍ନୀଙ୍କ ନିକଟକୁ ଚାଲି ଯାଇଥିଲେ।

ଦୁଇ ଦିନ ପୂର୍ବରୁ ହରିଣ ଗୋରଖପୁରରୁ ନିଜ ଘର ପଟଣା ଯାଉଥିବା କହି ବାହାରିଥିଲେ। ମାତ୍ର ସେ ବାରଣାସୀ ଯାଇ ଏକ ଷ୍ଟେ ରୁମ୍‌ରେ ରହିଥିଲେ। ହରିଶଙ୍କ ପରିବାର ଲୋକେ ପୁଅ ସମ୍ପର୍କରେ କୌଣସି ସୂଚନା ନ ପାଇ ଖୋଜାଖୋଜା କରି ଉକ୍ତ ଷ୍ଟେ ରୁମ୍‌ରେ ପହଞ୍ଚିଥିଲେ। ସେଠାରେ କବାଟ ଭାଙ୍ଗି ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ।

ସ୍ୱାମୀଙ୍କ ମୃତ୍ୟ ଖବର ପାଇବା ପରେ ସଞ୍ଚିତା ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ। ଏହାପରେ ସେ ବି ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି।

Suicide Uttar Pradesh Newly Married Couple Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe