ପତିପତ୍ନୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ ଡ୍ୟୁଟିରେ ଜଣେ ନିୟୋଜିତ ହେବେ। ଅନ୍ୟ ଜଣଙ୍କୁ ଏଥିରୁ ମିଳିବ ମୁକ୍ତି। ତେବେ କାହାକୁ ମୁକ୍ତି ମିଳିବ ଓ କିଏ କରିବ ଡ୍ୟୁଟି ସେ ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଏ ପ୍ରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ ।
ଉଭୟ ପତିପତ୍ନୀ ସରକାରୀ ଚାକିରିଆ ହୋଇଥିଲେ ପ୍ରାୟତଃ ଉଭୟଙ୍କର ନିର୍ବାଚନ ଡ୍ୟୁଟି ପଡ଼ିଥାଏ। ଏଥିଯୋଗୁ ସେମାନଙ୍କୁ ବହୁ ପାରିବାରିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ତେବେ ଏପରି ସମସ୍ୟାରୁ ଦମ୍ପତିଙ୍କୁ ମୁକ୍ତି ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ ।
Also Read
ତେବେ ଏ ନେଇ ଦମ୍ପତିଙ୍କୁ ପ୍ରଥମେ ନିଜ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରାର୍ଥନା ପତ୍ର ଲେଖି ଅବଗତ କରିବାକୁ ପଡ଼ିବ । ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏହା ଉପରେ ଶେଷ ନିଷ୍ପତ୍ତି ନେଇ ଜଣଙ୍କୁ ଡ୍ୟୁଟିରେ ନିୟୋଜିତ କରିବେ।
ଚଳିତ ଥର ୧୯ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ । ୪ ଜୁନ୍ରେ ମତଗଣନା ଆରମ୍ଭ ହେବ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଅସଂଗଠିତ କ୍ଷେତ୍ର ପାଇଁ ସୁରକ୍ଷିତ ଅବସର ଅଟଳ ପେନସନ ଯୋଜନା
ଅସଂଗଠିତ କ୍ଷେତ୍ରରେ ଗରିବ ଏବଂ ଅବହେଳିତ ଶ୍ରମିକଙ୍କ ପାଇଁ ଲକ୍ଷ୍ୟ ରଖାଯାଇଥିବା, ଏହି ଯୋଜନା ଭାରତରେ ସବୁଠାରୁ ଅନ୍ତର୍ଭୁକ୍ତ ଏବଂ ସୁଗମ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।

National
ବିଶ୍ୱରେ ଚହଳ ପକାଇଛି ଭାରତର ପ୍ରତିରକ୍ଷା ପ୍ରଯୁକ୍ତି!
ରାଡାର ମାଧ୍ୟମରେ ଆକାଶରେ ଶତ୍ରୁ ପକ୍ଷର ଡ୍ରୋନ ଠାବ, ଏଆଇ ଟେକ୍ନୋଲଜି ମାଧ୍ୟମରେ ଜଳ, ସ୍ଥଳ, ଆକାଶରୁ ଲକ୍ଷ୍ୟଭେଦ ପରି ବିଭିନ୍ନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକା ସାରା ବିଶ୍ୱରେ ପ୍ରଶଂସାଭାଜକ ହୋଇପାରିଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ସ୍ୱଦେଶୀ ଜ୍ଞାନ କୌଶଳ ଏବେ ସାରା ବିଶ୍ୱରେ ଚହଳ ପକାଇଛି।

National
ଅପରେସନ ସିନ୍ଦୂର ପରେ ତୁର୍କୀକୁ ଆଉ ଏକ ଝଟକା ଦେଲା ଭାରତ
ତୁର୍କୀକୁ ଭାରତ ଭୂକମ୍ପ ବେଳେ ସହାୟତା କରିଥିଲେ ହେଁ ଅଙ୍କାରା ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଖୋଲା ସମର୍ଥନ ଦେଇଥିଲା।

National
ସିନ୍ଧୁ ଚୁକ୍ତି, ଆତଙ୍କବାଦ, ଅସ୍ତ୍ରବିରତି ଓ ଟ୍ରମ୍ପଙ୍କ ଶୂନ ଟାରିଫ ଦାବି: ମୁହଁ ଖୋଲିଲେ ଜୟଶଙ୍କର
ପାକିସ୍ତାନ ସହ କଶ୍ମୀର ପ୍ରସଙ୍ଗରେ ଅଲୋଚନା କରିବାକୁ ଭାରତ ରାଜି। କିନ୍ତୁ ଏହି ଆଲୋଚନା କେବଳ ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ଅଞ୍ଚଳ ଫେରାଇବା ସମ୍ପର୍କରେ ହେବ ବୋଲି ଜୟଶଙ୍କର କହିଛନ୍ତି।

National
ପାକିସ୍ତାନକୁ ସମର୍ଥନ କରି ଘାଟାରେ ପଡ଼ିଲେ ତୁର୍କୀ ଓ ଅଜରବୈଜାନ
ସରକାରଙ୍କ କଥା ଛାଡ଼ନ୍ତୁ, ଦେଶବାସୀ ନିଜ ଆଡ଼ୁ କହିସାରିଲେଣି ଯେ ତୁର୍କୀ ଗୋଟିଏ ବେଇମାନ ଦେଶ।