Advertisment

ପତ୍ନୀର ମୁଣ୍ଡ ସହ କାଟି ଦେଲା ୨ ହାତ, ବାକି ଶରୀରରେ ଲଗାଇ ଦେଲା ନିଆଁ

ଯେଉଁ ମଥାରେ ସିନ୍ଦୂର ଦେଇଥିଲା, ସେ ମୁଣ୍ଡକୁ କାଟିବା ସହ ୨ ହାତକୁ ବି ଶରୀରରୁ ଅଲଗା କରିଦେଲା ସ୍ୱାମୀ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ଯିଏ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ ହେବ ବୋଲି ହାତ ଧରିଥିଲା ସିଏ ହିଁ ନିର୍ଦ୍ଦୟ ପାଲଟିଗଲା। ଯେଉଁ ମୁଣ୍ଡରେ ସିନ୍ଦୂର ଦେଇଥିଲା, ସେହି ମୁଣ୍ଡକୁ କାଟିବା ସହ ୨ ହାତକୁ ବି ଶରୀରରୁ ଅଲଗା କରିଦେଲା। ଏତିକିରେ ରାଗ ଶାନ୍ତି ନ ହେବାରୁ ଅବଶିଷ୍ଟ ଶରୀରରେ ଲଗାଇ ଦେଲା ନିଆଁ । ଏପରି ଏକ ଲୋମଟାଙ୍କୁରା ଘଟଣା ହରିୟାଣାର ମନେସର ଅଞ୍ଚଳରେ ଘଟିଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ସାରିଥିବା ବେଳେ ସେ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି।

Advertisment

ଗତ ୨୧ ତାରିଖରେ ମାନେସର ଅଞ୍ଚଳର କୁକଡୋଲା ଗାଁରୁ ପୁଲିସ୍‌ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା। ଉକ୍ତ ମୃତଦେହର ମୁଣ୍ଡ ନ ଥିବା ବେଳେ ହାତ ୨ଟି ବି ନ ଥିଲା। ଏହାପରେ ଗତ ୨୩ ତାରିଖରେ ପୁଲିସ୍‌ ସେଠାରୁ କିଛି ଦୂରରେ ୨ଟି କଟା ହାତ ଓ ୨ ଏପ୍ରିଲରେ ଅନ୍ୟ ସ୍ଥାନରୁ ମୃତ ମହିଳାଙ୍କ ମୁଣ୍ଡ ଜବତ କରିଥିଲା।

ପୁଲିସ୍‌ ମୃତ ମହିଳାଙ୍କୁ ଚିହ୍ନଟ କରି ସାରି ତାଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କୁ ଗିରଫ କରିଛି। ଜିତେନ୍ଦ୍ର ଗାନ୍ଧୀନଗର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମାନେସରରେ ଭଡ଼ା ଘରେ ରହୁଥିଲେ। ପୁଲିସ୍‌ ଏବେ ଜିତେନ୍ଦ୍ରକୁ ପଚରାଉଚରା କରୁଥିବା ବେଳେ ଖୁବ୍‌ଶୀଘ୍ର ପୂରା ଘଟଣା ଉପରୁ ପରଦା ହଟିବ ବୋଲି ସୂଚନା ଦେଇଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ମହିଳାଙ୍କ ମୃତଦେହ କୁକଡୋଲା ଗାଁର ଏକ ଘରୁ ଜବତ ହୋଇଥିଲା। ଉକ୍ତ ଜାଗାକୁ ଉମେଦ ସିଂ ନାମକ ବ୍ୟକ୍ତି ଲିଜ୍‌ରେ ନେଇଥିବା ବେଳେ ସେଠାରେ ଏକ ଘର କରିଥିଲେ। ଘରୁ ଧୂଆଁ ବାହାରୁଥିବା ସୂଚନା ପାଇ ଉମେଦ ସିଂ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

Marriage Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe