Advertisment

ଅଲ୍ଲୁ ଅର୍ଜୁନ ଗିରଫ ହେବା ଘଟଣା: ମୃତ ମହିଳାଙ୍କ ସ୍ୱାମୀ କହିଲେ ମାମଲା ଉଠାଇ ନେବେ!

ଆଜି ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ପୁଲିସ ଗିରଫ କରିବା ପରେ ଚିକ୍କଡପଲ୍ଲୀ ଥାନାକୁ ନେଇଥିଲା। ସେଠାରୁ ତାଙ୍କୁ ଡାକ୍ତରଖାନା ନେଇ ସ୍ୱାସ୍ଥ୍ୟ ଯାଞ୍ଚ କଲା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Allu Arjun

Allu Arjun

Advertisment

ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯିବା ପରେ ତେଲଙ୍ଗାନା ହାଇକୋର୍ଟରୁ ପାଇଛନ୍ତି ଅନ୍ତରୀଣ ଜାମିନ। ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ତେବେ ଏସବୁ ଖବର ଭିତରେ ଅଲ୍ଲୁ ଅର୍ଜୁନଙ୍କ ‘ଲୋକ ସଂପର୍କ ଟିମ୍’ ଦାବି କରିଛି ଯେ ମୃତ ମହିଳାଙ୍କ ସ୍ୱାମୀ ମାମଲା ପ୍ରତ୍ୟାହାର କରି ନେବା ପାଇଁ ରାଜି ଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

Advertisment

ମୃତ ୩୯ ବର୍ଷୀୟା ମହିଳା ରେବତୀଙ୍କ ସ୍ୱାମୀ ଭାସ୍କର କାଳେ କହିଛନ୍ତି, ମୁଁ ମାମଲା ଉଠାଇ ନେବାକୁ ପ୍ରସ୍ତୁତ ଅଛି। ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିବା କଥା ମୁଁ ଜାଣି ନଥିଲି। ଏହି ଦଳାଚକଟା ସହିତ ତାଙ୍କର କିଛି ଭୂମିକା ନାହିଁ, ଯେଉଁଥିରେ ମୋ ପତ୍ନୀଙ୍କ ମୃତ୍ୟୁ ଘଟିଛି।

ଆଜି ସକାଳେ ଅଲ୍ଲୁ ଅର୍ଜୁନଙ୍କୁ ପୁଲିସ ଗିରଫ କରିବା ପରେ ଚିକ୍କଡପଲ୍ଲୀ ଥାନାକୁ ନେଇଥିଲା। ସେଠାରୁ ତାଙ୍କୁ ଡାକ୍ତରଖାନା ନେଇ ସ୍ୱାସ୍ଥ୍ୟ ଯାଞ୍ଚ କଲା ପରେ ନାମପଲ୍ଲୀ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଜରୁରୀ ଶୁଣାଣି କରିବାକୁ ଅଲ୍ଲୁ ଅର୍ଜୁନଙ୍କ ପକ୍ଷରୁ ତେଲଙ୍ଗାନା କୋର୍ଟରେ ଏକ ଆବେଦନ କରାଯାଇଛି।

Advertisment

ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା-୨’ ସ୍କ୍ରିନିଂ ଅବସରରେ ସାମିଲ ହୋଇଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ମାତ୍ରାଧିକ ଭିଡ଼ ଯୋଗୁ ଠେଲାପେଲା ହୋଇଥିଲା ଓ ଦଳଚକଟା ହୋଇଥିଲା। ଏହି ସମୟରେ ତଳେ ପଡ଼ି ଅଣନିଃଶ୍ୱାସୀ ହୋଇଯାଇଥିଲେ ୩୯ ବର୍ଷୀୟା ମହିଳା ରେବତୀ। ସେ ଓ ତାଙ୍କର ୮ ବର୍ଷର ପୁଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରେବତୀଙ୍କର ମୃତ୍ୟୁ ହୋଇଯାଇଥିଲା।

ରେବତୀଙ୍କ ସ୍ୱାମୀ ଭାସ୍କର ଏହି ଘଟଣା ନେଇ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ପୁଲିସ ଭାରତୀୟ ନ୍ୟାୟ ସଂହିତା(BNS)ର ବିଭିନ୍ନ ଧାରା ଲଗାଇ ମାମଲା ରୁଜୁ କରିଥିଲା।

ଡିସେମ୍ବର ୧୧ ତାରିଖରେ ଅଲ୍ଲୁ ଅର୍ଜୁନ ତେଲଙ୍ଗାନା ହାଇକୋର୍ଟ ଯାଇଥିଲେ। ତାଙ୍କ ବିରୋଧରେ ଦିଆଯାଇଥିବା ଏଫଆଇଆରକୁ ବାତିଲ କରିବା ପାଇଁ ସେ ଆବେଦନ କରିଥିଲେ।

Allu Arjun Puspa 2
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe