Advertisment

ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ

ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।

Husbend and Wife Suicide

Husbend and Wife Suicide

Advertisment

ସାତ ଜନମ ପାଇଁ ହୋମ ନିଆଁକୁ ସାକ୍ଷୀ ରଖି ବିବାହ କରିଥାନ୍ତି ସ୍ୱାମୀ-ସ୍ତ୍ରୀ। ସୁଖ ଦୁଃଖରେ ସବୁ ସ୍ଥିତିରେ ଏକାଠି ରହିବାକୁ ନେଇଥାନ୍ତି ଶପଥ। ଏକାଠି ମରିବାକୁ ଏକାଠି ବଞ୍ଚିବାକୁ କଥା ଦେଇଥାନ୍ତି। ସ୍ୱାମୀର ମୃତ୍ୟୁ ଖବର ଶୁଣି ତାକୁ ବିଶ୍ୱାସ କରିପାରିନଥିବା ପତ୍ନୀ ଏବେ ନିଜେ ଜୀବନ ହାରିଛନ୍ତି। ଏପିରକି ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି।

Advertisment

ଉତ୍ତରପ୍ରଦେଶର ଗାଜିଆବାଦରେ ଜୀବନ ହାରିଲେ ସ୍ୱାମୀ। ଖବର ଶୁଣି ଦିଲ୍ଲୀରେ ଝୁଲି ପଡିଲେ ସ୍ତ୍ରୀ। ଉଭୟ ଡକାଡକି ହୋଇ ଚାଲିଯାଇଛନ୍ତି। ମୃତ ସ୍ୱାମୀ ବିଜୟ ପ୍ରତାପ ଚୌହ୍ୱାନଙ୍କ ବୟର ୩୨। ସେହିପରି ପତ୍ନୀ ଶିବାନୀଙ୍କୁ ୨୮ ବର୍ଷ ବୟସ। ସେମାନେ ଗାଜିଆବାଦ୍‌ର ଲୋନି ସୀମାରେ ରହୁଥିଲେ।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ଘର ଛାଡି ଦିଲ୍ଲୀରେ ଥିବା ନିଜ ବାପ ଘରକୁ ପଳାଇଥିଲେ ଶିବାନୀ। ଏପଟେ ଝଗଡା ପରେ ଦୁଃଖରେ ଭାଙ୍ଗିପଡି ଚରମ ନିଷ୍ପତ୍ତି ନେଇଥିଲେ ସ୍ୱାମୀ ବିଜୟ।

Advertisment

ବିଜୟ ଶିବାନୀ ଯିବା ପରେ ତାଙ୍କୁ ଏକ ଫୋନ୍ କରିଥିଲେ ବୋଲି ଜଣାପଡ଼ିଛି, ଯେଉଁଥିରେ ସେ ତାଙ୍କୁ ଆଉ କେବେ ଦେଖିପାରିବେ ନାହିଁ ବୋଲି କହିଥିଲେ। ଏହାପରେ ଗାଜିଆବାଦ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ।

ବିଜରଙ୍କ ମୃତ୍ୟୁ ଖବର ଶୁଣିବା ପରେ ଶିବାନୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ସ୍ୱାମୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ। ଶିବାନୀ ତାଙ୍କ ବାପ ଘରଠାରୁ ପ୍ରାୟ ୮ କିଲୋମିଟର ଦୂର ଉତ୍ତର-ପୂର୍ବ ଦିଲ୍ଲୀର ଲୋନି ଗୋଲଆଉଟ୍ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ବିଜୟ ଏବଂ ଶିବାନୀଙ୍କର ଏକ ବର୍ଷର ଝିଅ ଅଛି। ଏସିପି ଲୋନି ସୀମାର ଭାସ୍କର ବର୍ମା କହିଛନ୍ତି ଯେ ପୁଲିସ ବିଜୟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି, ଅଧିକ ତଦନ୍ତ ଜାରି ରହିଛି।

Husbend And Wife Suicide Ghaziabad Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe