Advertisment

ଟମାଟୋ ଭାଙ୍ଗିଲା ଘର; ସ୍ୱାମୀଙ୍କୁ ଛାଡ଼ି ପଳାଇଲେ ମହିଳା

ଟମାଟୋ ଭାଙ୍ଗିଲା ଘର। ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ାର କାରଣ ବି ପାଲଟିଲା ଟମାଟୋ । ଏପରିକି ଟମାଟୋ ପାଇଁ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ପଳାଇଥିବା ବେଳେ ଖୋଜିଖୋଜି ସ୍ୱାମୀ ନୟାନ୍ତ ।

author-image
Niharika Rout
Couple

Couple

ଟମାଟୋ ଭାଙ୍ଗିଲା ଘର। ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ାର କାରଣ ବି ପାଲଟିଲା ଟମାଟୋ । ଏପରିକି ଟମାଟୋ ପାଇଁ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ପଳାଇଥିବା ବେଳେ ଖୋଜିଖୋଜି ସ୍ୱାମୀ ନୟାନ୍ତ ହୋଇ ପଡ଼ିଲେ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ସାହଡୋଲ ଜିଲ୍ଲାରେ ଘଟିଛି। ।

Advertisment

ସାହଡୋଲ ଜିଲ୍ଲାର ସଞ୍ଜୀବ ବର୍ମନ ନାମକ ବ୍ୟକ୍ତିଙ୍କର ଏକ ଟିଫିନ ଷ୍ଟଲ ଥିବା ବେଳେ ସେଥିରେ ସେ ପରିବାର ଗୁଜରାଣ ମେଣ୍ଟାନ୍ତି। କିଛି ଦିନ ପୂର୍ବେ ସଞ୍ଜୀବ କିଛି ରୋଷେଇ କରୁଥିବା ବେଳେ ପତ୍ନୀଙ୍କ ବିନା ଅନୁମତିରେ ୨ଟି ଟମାଟୋ ବ୍ୟବହାର କରିଥିଲେ। ଏହା ଦେଖି ରାଗି ପାଚି ଲାଲ ପଡ଼ିଗଲେ ତାଙ୍କ ପତ୍ନୀ।

ଏହାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିବା ବେଳେ ଶେଷରେ ନିଜ ପିଲାକୁ ନେଇ ଘର ଛାଡ଼ି ପଳାଇଲେ ମହିଳା। ବହୁ ଖୋଜାଖୋଜି ପରେ ମଧ୍ୟ ସଞ୍ଜୀବ ପତ୍ନୀଙ୍କୁ ନ ପାଇବାରୁ ଏନେଇ ସେ ଥାନାର ଦ୍ୱାରସ୍ଥ ହୋଇ ଏକ ନିଖୋଜ ମାମଲା ରୁଜୁ କରିଥିଲ।

Advertisment

ପୁଲିସ୍‌ ଘଟଣାର ଖୋଳତାଡ଼ କରି ତାଙ୍କ ପତ୍ନୀଙ୍କ ସନ୍ଧାନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଥିବା କହିଛି। ଏଥିସହ ଖୁବ୍‌ ଶୀଘ୍ର ମହିଳାଜଣକ ନିଜ ସ୍ୱାମୀଙ୍କ ପାଖକୁ ଫେରି ଆସିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଟମାଟୋର ଆକାଶ ଛୁଆଁ ଦର ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ଟମାଟୋର ଦର ଶହେ ଟଙ୍କା ଉପରେ ରହୁଥିବା ବେଳେ ବହୁ ଲୋକେ ତାହାକୁ କିଣିବାକୁ ମନକୁ ଚାପି ଦେଉଛନ୍ତି। ଆଉ ଯିଏ କିଣୁଛନ୍ତି ସେମାନେ ବି ତାହାର ବ୍ୟବହାର ନେଇ ଟେନସନ୍‌ରେ ରହୁଛନ୍ତି।

Price Hike Police Family Dispute Tomato