ସାମାନ୍ୟ କଥା କଟାକଟି ନେଲା ସାଂଘାତିକ ରୂପ । ଚାଲିଗଲା ଜଣେ ବୟସ୍କ ବ୍ୟକ୍ତିଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦରେ ଅଲୱାଲରେ ଘଟିଛି। ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
ଜଣେ ବୟସ୍କ ବ୍ୟକ୍ତି ଅଲୱାଲର ଏକ ବ୍ୟସ୍ତବହୁଳ ରାସ୍ତା ଅତିକ୍ରମ କରୁଥିବା ବେଳେ ଏହି ଘଟଣା ଘଟିଛି। ବ୍ୟକ୍ତିଜଣକ ରାସ୍ତା ପାର୍ ହେଉଥିବା ବେଳେ ଜଣେ ବାଇକ୍ ଚାଳକ ଦ୍ରୁତ ଗତିରେ ଆସି ତାଙ୍କ ସମ୍ମୁଖରେ ଅତିକ୍ରମ ଗଲେ। ବାଇକ୍ ଚାଳକଜଣକଙ୍କୁ ଧୀର ଗତିରେ ଯିବାକୁ ବୃଦ୍ଧ ବ୍ୟକ୍ତିଜଣକ କହିଥିଲେ।
ଏହାଶୁଣି ବାଇକ୍ ଚାଳକଜଣକ ଉତ୍ତ୍ୟକ୍ତ ହୋଇ ଗାଡ଼ି ରଖି ବୃଦ୍ଧଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ବୃଦ୍ଧଙ୍କ ସହ ବଚସା କରିଥିଲେ। ଏହାପରେ ବୃଦ୍ଧଙ୍କୁ ତଳେ ପକାଇ ପ୍ରବଳ ପିଟିଥିଲେ। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ।
Also Read
ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ ଅଭିଯୋଗକ୍ରମେ ଏନେଇ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ବାଇକ୍ ଚାଳକଙ୍କୁ ଗିରଫ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଦିଲ୍ଲୀ ବିଧାନସଭା ନିର୍ବାଚନ: ୨୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ
ହାଇପ୍ରୋଫାଇଲ ନୂଆଦିଲ୍ଲୀ ଆସନରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ। ପାଟପଡଗଞ୍ଜରୁ ଆମ ଆଦମୀ ପାର୍ଟିର ଅବଧ ଓଝାଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ପିସିସି ସଭାପତି ଅନୀଲ ଚୌଧୁରୀ।
National
ଜେଏନୟୁରେ 'ଦି ସାବରମତି ରିପୋର୍ଟ' ସ୍କ୍ରିନିଂ ବେଳେ ହଙ୍ଗାମା
ପୋଷ୍ଟର ଚିରିବା ସହ ପଥର ମାଡ଼ କଲେ ଗୋଟିଏ ଛାତ୍ରଗୋଷ୍ଠୀ। ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କଲା ଏବିଭିପି।
Sports
ଚେସ୍ ଜଗତରେ ଇତିହାସ; ସର୍ବକନିଷ୍ଠ ବିଶ୍ୱ ଚାମ୍ପିୟନ ହେଲେ ଡି ଗୁକେଶ
ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଚେସରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ଡି ଗୁକେଶ। ୧୮ ବର୍ଷ ବୟସରେ ବିଶ୍ୱ ଚେସ୍ ଚାମ୍ପିୟନସିପ୍ ଟାଇଟଲ ହାସଲ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠ।
National
ଧାର୍ମିକ ପୂଜାସ୍ଥଳୀରେ ସର୍ଭେ ଉପରେ ରୋକ ଲଗାଇଲେ ସୁପ୍ରମକୋର୍ଟ
ପୂଜାସ୍ଥଳୀ ଆଇନ ୧୯୯୧ ପ୍ରସଙ୍ଗରେ ମତାମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ।
National
'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ବିଲକୁ କ୍ୟାବିନେଟ ମଞ୍ଜୁରୀ
ଏହି ବିଲ୍ ସଂସଦରେ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହୋଇପାରେ। ସଂସଦରେ ପାରିତ ହେଲେ ୨୦୨୯ରେ ସାରା ଦେଶରେ ଏକା ସାଙ୍ଗରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ।