Advertisment

ବାଇକ୍‌ ଧୀରେ ଚଳାଇବାକୁ କହିଲେ ବୃଦ୍ଧ, ପିଟି ପିଟି ମାରିଦେଲେ ଯୁବକ

ସାମାନ୍ୟ କଥା କଟାକଟି ନେଲା ସାଂଘାତିକ ରୂପ । ଚାଲିଗଲା ଜଣେ ବୟସ୍କ ବ୍ୟକ୍ତିଙ୍କ ଜୀବନ।

ଅଦ୍ୟତନ ହୋଇଛି
CCTV Footage

CCTV Footage

Advertisment

ସାମାନ୍ୟ କଥା କଟାକଟି ନେଲା ସାଂଘାତିକ ରୂପ । ଚାଲିଗଲା ଜଣେ ବୟସ୍କ ବ୍ୟକ୍ତିଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦରେ ଅଲୱାଲରେ ଘଟିଛି। ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି।

Advertisment

ଜଣେ ବୟସ୍କ ବ୍ୟକ୍ତି ଅଲୱାଲର ଏକ ବ୍ୟସ୍ତବହୁଳ ରାସ୍ତା ଅତିକ୍ରମ କରୁଥିବା ବେଳେ ଏହି ଘଟଣା ଘଟିଛି। ବ୍ୟକ୍ତିଜଣକ ରାସ୍ତା ପାର୍‌ ହେଉଥିବା ବେଳେ ଜଣେ ବାଇକ୍‌ ଚାଳକ ଦ୍ରୁତ ଗତିରେ ଆସି ତାଙ୍କ ସମ୍ମୁଖରେ ଅତିକ୍ରମ ଗଲେ। ବାଇକ୍‌ ଚାଳକଜଣକଙ୍କୁ ଧୀର ଗତିରେ ଯିବାକୁ ବୃଦ୍ଧ ବ୍ୟକ୍ତିଜଣକ କହିଥିଲେ।

ଏହାଶୁଣି ବାଇକ୍‌ ଚାଳକଜଣକ ଉତ୍ତ୍ୟକ୍ତ ହୋଇ ଗାଡ଼ି ରଖି ବୃଦ୍ଧଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ବୃଦ୍ଧଙ୍କ ସହ ବଚସା କରିଥିଲେ। ଏହାପରେ ବୃଦ୍ଧଙ୍କୁ ତଳେ ପକାଇ ପ୍ରବଳ ପିଟିଥିଲେ। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ।

Advertisment

ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ ଅଭିଯୋଗକ୍ରମେ ଏନେଇ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ବାଇକ୍‌ ଚାଳକଙ୍କୁ ଗିରଫ କରିଛି।

Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe