Advertisment

ପ୍ରଲୋଭନ ଦେଖାଇ ଘରକୁ ଡାକିଲେ, ଛାତ ଉପରକୁ ନେଇ ଛୁରୀ ଭୁଷିଦେଲେ

୮ ଜଣ ମିଶି ରାମୁଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ।

ଅଦ୍ୟତନ ହୋଇଛି
BJP Worker Death

BJP Worker Death

Advertisment

ପ୍ରଲୋଭନ ଦେଖାଇ ଘରକୁ ଡାକିଲେ। ଛାତ ଉପରକୁ ନେଇ ଛୁରୀ ଭୁଷିଦେଲେ। ହାଇଦ୍ରାବାର ୟୁସୁଫଗୁଡାରେ ଜଣେ ବିଜେପି ନେତାଙ୍କୁ ଏଭଳି କିଛି ଢ଼ଙ୍ଗରେ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି।

Advertisment

ହାଇଦ୍ରାବାଦ କୁକୁଟାପଲ୍ଲିର ସିଙ୍ଗାପାଟନମ୍‌ ବାସିନ୍ଦା ପି ରାମୁ। ତାଙ୍କ ବୟସ ୩୬ ବର୍ଷ। ଗତ ତେଲଙ୍ଗାନା ବିଧାନସଭା ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ। ବୁଧବାର ଜଣେ ମହିଳାଙ୍କ ସହ କଥା ହେବା ପରେ ୟୁସୁଫଗୁଡାରେ ଥିବା ମହିଳାଙ୍କ ଘରକୁ ଯାଇଥିଲେ ରାମୁ। ଏହାପରେ ମହିଳା ଜଣଙ୍କ ତାଙ୍କୁ ପ୍ରଲୋଭିତ କରି ଛାତ ଉପରକୁ ନେଇ ଯାଇଥିଲା। ସେଠାରେ ୮ ଜଣ ମିଶି ରାମୁଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କ ପେଟକୁ ଛୁରୀରେ ଭୁଷି ଥିଲେ। କେବଳ ସେତିକି ନୁହେଁ ତାଙ୍କୁ ନିର୍ଧୁମ ମାଡ଼ ମଧ୍ୟ ମାରିଥିଲେ। ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।

ପୁଲିସ କହିବା ମୁତାବକ, ଏହି ହତ୍ୟା ଘଟଣା ପଛରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମଣିକାନ୍ତ। ତଳ ଦିନରେ ସେ ରାମୁଙ୍କର ଜଣେ ଭଲ ବନ୍ଧୁ ଥିଲେ। କିନ୍ତୁ ନିକଟ ଅତୀତରେ ତାଙ୍କର ତିକ୍ତ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲା । ହତ୍ୟା ଉଦ୍ୟମ କରିଥିବା ନେଇ ରାମୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ମଣିକାନ୍ତଙ୍କୁ ଗିରଫ କରିଥିଲା। ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ଏହି ବିବାଦ ଯୋଗୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

Advertisment

ଅଭିଯୁକ୍ତଙ୍କ ସହ ଆର୍ଥିକ ବିବାଦ ହେତୁ ରାମୁଙ୍କ ପରିବାର ଲକୋ ବର୍ଷେ ତଳେ ମଣିକାନ୍ତିଙ୍କ ବିରୋଧରେ ହତ୍ୟା ଉଦ୍ୟମ ନେଇ ଅଭିଯୋଗ କରିଥିଲେ। ଗତ ଏକ ବର୍ଷ ଧରି ରାମୁ ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ ମତଭେଦ ଲାଗି ରହିଥିଲା। ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବିଷୟରେ ଜାଣିବା ପରେ ରାମୁ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ରାମୁଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।

ସିସିଟିଭି ଫୁଟେଜ ଅନୁଯାୟୀ ରାମୁ ଜଣେ ମହିଳାଙ୍କ ସହ କଥା ହେବା ପରେ ରାତିରେ ୟୁସୁଫଗୁଡା ଯାଇଥିଲେ। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ହତ୍ୟା ପଛର କ'ଣ କାରଣ ରହିଛି ସେ ନେଇ ପଚରାଉଚରା ଜାରି ରଖିଛି।

Stabbed To Death Hyderabad BJP Worker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe