Advertisment

ବିବାହ ପାଇଁ ଟିଭି ଆଙ୍କର୍‌ଙ୍କୁ ଅପହରଣ, ଧରାପଡିଲେ ଯୁବତୀ

ଟିଭି ଆଙ୍କର୍‌ଙ୍କୁ ଅପହରଣ ଅଭିଯୋଗରେ ପୁଲିସ ମହିଳା ବ୍ୟବସାୟୀ ତ୍ରିଶା ଓ ୪ ଜଣଙ୍କୁ ଗିରଫ କରିଛି।

author-image
Madhupriya Mistry
hyderabad-woman arrest

hyderabad-woman arrest

ଟିଭି ଆଙ୍କରଙ୍କ ପ୍ରେମରେ ପାଗଳ ଯୁବତୀ। ତାଙ୍କୁ ବିବାହ କରିବା ପାଇଁ କରିଥିଲେ ଇଚ୍ଛା। ଏଥିପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ଟିଭି ଆଙ୍କର୍‌ ଜଣକ ଯୁବତୀଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ। ବାସ୍ ଏତିକିରେ ରାଗିଯାଇଥିଲେ ଯୁବତୀ ଜଣକ। ଶେଷରେ ଆପଣାଇଥିଲେ ଅପହରଣର ରାସ୍ତା। ବିବାହ କରିବା ପାଇଁ ଟିଭି ଆଙ୍କର୍‌ଙ୍କୁ ଉଠାଇ ନେଇ ଥିଲେ,ହେଲେ ଶେଷରେ ସେ ଏବେ ଧରା ପଡିଛନ୍ତି। ତାଙ୍କୁ ପୁଲିସ ଗିରଫ କରିଛି। ହାଇଦ୍ରାବାଦରେ ଘଟିଛି ଏଭଳି କିଛି ଅଜବ ଘଟଣା।

Advertisment

ବିଜ୍‌ନେସ୍‌ଓ୍ୱୁମେନ୍‌ ଭୋଗୀ ରେଡ୍ଡୀ ତ୍ରିଶା। ସେ ଡିଜିଟାଲ୍‌ ମାର୍କେଟିଂ ବ୍ୟବସାୟ କରୁଥିବା ୫ଟି ଷ୍ଟାର୍ଟଅପ୍‌ କମ୍ପାନିର ପରିଚାଳନା ନିର୍ଦେଶିକା ଅଛନ୍ତି। ୩୧ ବର୍ଷୀୟା ତ୍ରିଶା ମାଟ୍ରିମୋନି ସାଇ‌ଟ୍‌ରେ ଟିଭି ଆଙ୍କର୍‌ ପ୍ରଣବ ସିସ୍ତଲାଙ୍କ ଫଟୋ ଦେଖିଥିଲେ। ପ୍ରାୟ ୨ ବର୍ଷ ତଳୁ ତାଙ୍କ ସହିତ ସେ ଚାଟିଂ କରି ଆସୁଥିଲେ। କିନ୍ତୁ, ପରେ ତ୍ରିଶା ଜାଣିପାରିଲେ ଯେ, ମାଟ୍ରିମୋନି ସାଇଟ୍‌ରେ ଅସଲ ଆକାଉଣ୍ଟ୍‌ ହୋଲ୍ଡର ନିଜ ଫଟୋ ନ ଦେଇ ପ୍ରୋଫାଇଲ୍‌ ପିକ୍‌ଚର୍‌ ଭାବେ ଟିଭି ଆଙ୍କର୍‌ ସିସ୍ତଲାଙ୍କ ଫଟୋ ବ୍ୟବହାର କରିଛନ୍ତି।

ତା’ପରେ ତ୍ରିଶା ପ୍ରୋଫାଇଲ୍‌ ସର୍ଚ କରି ସିସ୍ତଲାଙ୍କ ଫୋନ୍‌ ନମ୍ବର ପାଇଥିଲେ। ତାଙ୍କ ସହିତ ସେ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଯୋଗଯୋଗ କରିଥିଲେ। କ‌ୌଣସି ଅଜ୍ଞାତ ବ୍ୟକ୍ତି ମାଟ୍ରିମୋନି ସାଇଟ୍‌ରେ ଜାଲ୍‌ ଆକାଉଣ୍ଟ ଖୋଲି ତାଙ୍କ ଫଟୋ ଲଗାଇ ଦେଇଥିବା ଟିଭି ଆଙ୍କର ସିସ୍ତଲା କହିଥିଲେ। ଏ ସଂକ୍ରାନ୍ତରେ ସେ ସାଇବର୍‌ କ୍ରାଇମ୍‌ ଥାନାରେ ଅଭିଯୋଗ ମଧ୍ୟ କରିଥିବା ଜଣାଇଥିଲେ। ତେବେ ଏହା ପରେ ମଧ୍ୟ ତ୍ରିଶା ଟିଭି ଆଙ୍କରଙ୍କ ପାଖକୁ ମେସେଜ ପଠାଇବା ଜାରି ରଖିଥିଲେ। ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ସିସ୍ତଲା ତ୍ରିଶାଙ୍କ ବିବହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ତାଙ୍କ ଫୋନ୍‌ ନମ୍ବର ବ୍ଲକ କରିଦେଇଥିଲେ।

Advertisment

ସିସ୍ତଲାଙ୍କୁ ବାହା ହେବାକୁ ମନସ୍ଥ କରି ତ୍ରିଶା ତାଙ୍କୁ ଅପହରଣ କରିନେବାକୁ ଯୋଜନା କଲେ। ଏଭଳି କରିବା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ ବୋଲି ସେ ଭାବିଥିଲେ। ସିସ୍ତଲାଙ୍କୁ ଅପହରଣ କରିନେବାକୁ ସେ ୪ଜଣ ଲୋକ ମୁତୟନ କରିବା ସହିତ ଗତିବିଧି ଲକ୍ଷ୍ୟ କରିବା ଲାଗି ସିସ୍ତଲାଙ୍କ କାର୍‌ରେ ଗୋଟାଏ ଟ୍ରାକିଙ୍ଗ୍‌ ଡିଭାଇସ୍‌ ଲଗାଇଥିଲେ।

ପୁଲିସ କହିଛି, ଫେବ୍ରୁଆରି ୧୧ ତାରିଖ ଦିନ ୪ଜଣ ସିସ୍ତଲାଙ୍କୁ ଅପହରଣ କରି ତ୍ରିଶାଙ୍କ ଅଫିସ୍‌କୁ ନେଇ ନିର୍ଧୁମ୍‌ ଛେଚିଲେ। ଜୀବନ ବିକଳରେ ସିସ୍ତଲା ତ୍ରିଶାଙ୍କ ଫୋନ୍‌ ରିସିଭ୍‌ କରିବେ ବୋଲି ରାଜି ହେବାରୁ ତାଙ୍କୁ ଛାଡ଼ି ଥିଲେ। ପରେ ସିସ୍ତଲା ଉପ୍ପଲ୍‌ ଥାନାରେ ଏନେଇ ଅଭିଯୋଗ ଦାଖଲ କରିଥିଲେ। ପରେ ପୁଲିସ ତ୍ରିଶାଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ପୁଲିସ ଗତକାଲି ତ୍ରିଶା ଓ ଭଡ଼ାରେ ଆଣିଥିବା ୪ଜଣଙ୍କୁ ଗିରଫ କରିଛି।

Hyderabad TV Anchors Woman Arrested Businesswoman Kidnaping Anchor