Advertisment

ଚଳନ୍ତା ବୁଲେଟରେ ହେଲା ବିସ୍ଫୋରଣ, ୧୦ ଗୁରୁତର

ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଚଳନ୍ତା ବୁଲେଟରେ ହେଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
Fire Accident

Fire Accident

ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଚଳନ୍ତା ବୁଲେଟରେ ହେଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣ ଗୁରୁତର ହୋଇଛନ୍ତି। ହାଇଦ୍ରାବାଦ ଭବାନୀନଗର ପୁଲିସ୍‌ ଷ୍ଟେଶନ ଅଞ୍ଚଳରେ ଏହି ଏକ ବଡ଼ ଅଘଟଣ ଘଟିଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ଯାଉଥିବା ଏକ ବାଇକ୍‌ର ତେଲ ଟାଙ୍କିରେ ହଠାତ୍‌ ନିଆଁ ଲାଗିଥିଲା। ତା’ ପରେ ଜୋର ଶବ୍ଦରେ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ସାଂଘାତିକ ଥିଲା ଯେ ବୁଲେଟ ଚାଳକଙ୍କ ସମେତ ଉକ୍ତ ସମୟରେ ରାସ୍ତାରେ ଯାଉଥିବା ପ୍ରାୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ସଙ୍ଗେସଙ୍ଗେ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Telengana