Advertisment

ରୁଷ ପାଇଁ ଯୁଦ୍ଧ କରୁଥିବା ବେଳେ ଭାରତୀୟଙ୍କ ମୃତ୍ୟୁ

ରୁଷରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମହମ୍ମଦ ଅସଫାନ ପ୍ରାଣ ହରାଇଥିବା ଖବରକୁ ନିଶ୍ଚିତ କରାଯାଇଛି। ତେବେ ତାଙ୍କର ମୃତ୍ୟୁର କାରଣ କିମ୍ବା ରୁଷରେ ସେ କ’ଣ କରୁଥିଲେ, ସେକଥା ଦୂତାବାସ କହି ନାହିଁ।

Russia

Russia

Advertisment

ବଳପୂର୍ବକ ରୁଷ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ୩୦ ବର୍ଷୀୟ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଉକ୍ତ ଭାରତୀୟଙ୍କ ଘର ହାଇଦ୍ରାବାଦରେ। ଚାକିରି କରାଇ ଦେବା ନାଁରେ ତାଙ୍କୁ ରୁଷ ପଠା ଯାଇଥିଲା। ସେଠାରେ ରୁଷ ସେନାରେ ତାଙ୍କୁ ଭର୍ତ୍ତି କରାଯିବା ସହ ଯୁଦ୍ଧ କରିବାକୁ ବାଧ୍ୟ କରାଯାଇଥିଲା। ଯୁଦ୍ଧ ବେଳେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ରୁଷରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମହମ୍ମଦ ଅସଫାନ ପ୍ରାଣ ହରାଇଥିବା ଖବରକୁ ନିଶ୍ଚିତ କରାଯାଇଛି। ତେବେ ତାଙ୍କର ମୃତ୍ୟୁର କାରଣ କିମ୍ବା ରୁଷରେ ସେ କ’ଣ କରୁଥିଲେ, ସେକଥା ଦୂତାବାସ କହି ନାହିଁ। କିନ୍ତୁ ସେ ରୁଷ ପାଇଁ ଯୁଦ୍ଧ କରୁଥିବା ଜଣାପଡ଼ିଛି।

ଦୂତାବାସ ପକ୍ଷରୁ କୁହାଯାଇଛି ଯେ “ଭାରତୀୟ ନାଗରିକ ମହମ୍ମଦ ଅସଫାନଙ୍କ ଦୁଃଖଦ ମୃତ୍ୟୁ ଖବର ଆମେ ପାଇଛୁ। ଆମେ ତାଙ୍କ ପରିବାର ସଦସ୍ୟ ଓ ରୁଷ ଅଧିକାରୀଙ୍କ ଯୋଗାଯୋଗରେ ରହିଛୁ। ଦୂତାବାସ ପକ୍ଷରୁ ତାଙ୍କ ମରଶରୀରକୁ ଭାରତ ପଠାଇବା ପାଇଁ ଉଦ୍ୟମ ଚାଲିଛି।

Advertisment

ମହମ୍ମଦ ଅସଫାନ ଭାରତରେ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ଏବେ ସେମାନେ ମହମ୍ମଦଙ୍କୁ ହରାଇ ଏକା ହୋଇ ଯାଇଛନ୍ତି। ତାଙ୍କ ମରଶରୀର ଭାରତ ଫେରାଇ ଆଣିବାକୁ ସେମାନେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ସହାୟତା ଲୋଡ଼ିଛନ୍ତି। ଓୱେସୀ ମଧ୍ୟ ଭାରତୀୟ ଦୂତାବାସ ସହ ଏ ସମ୍ପର୍କରେ କଥାବାର୍ତ୍ତା ହୋଇଛନ୍ତି।

ଚାକିରି ଦେଉଥିବା ଏଜେଣ୍ଟଙ୍କ ଠକାମୀରେ ପଡ଼ିଥିବା କିଛି ଭାରତୀୟଙ୍କ ମଧ୍ୟରେ ଅସଫନ ରହିଥିଲେ। ଭାରତୀୟଙ୍କୁ ରୁଷ ସେନାରେ କେବଳ ସହାୟତା ଚାକିରି ମିଳିବ ବୋଲି କହି ଏଜେଣ୍ଟ ସମସ୍ତଙ୍କୁ ମସ୍କୋର ପଠାଇଥିଲେ। ହେଲେ ସେଠାରେ ସେମାନଙ୍କୁ ବଳପୂର୍ବକ ୟୁକ୍ରେନ ସହ ଯୁଦ୍ଧ କରିବାକୁ କୁହାଯାଇଥିଲା।

ଏହି ଖବର ସାମ୍ନାକୁ ଆସିବା ପରେ ଭାରତ ସରକାର ସମସ୍ତ ଭାରତୀୟଙ୍କୁ ଯୁଦ୍ଧ ଠାରୁ ଦୂରେଇ ରହିବାକୁ କହିଥିଲେ। ଏଥିସହ ରୁଷ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ। ହେଲେ ଏସବୁ ଭିତରେ ଅସଫାନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।

ଏହାପୂର୍ବରୁ ଗୁଜରାଟର ଜଣେ ୨୩ ବର୍ଷୀୟ ଯୁବକ ମଧ୍ୟ ରୁଷ ସେନା ପାଇଁ କାମ କରିବା ବେଳେ ପ୍ରାଣ ହରାଇଥିଲେ। ସୁରତରେ ରହୁଥିବା ହାମିଲ ମଙ୍ଗୁକିୟା ଅନଲାଇନ ବିଜ୍ଞାପନ ମାଧ୍ୟମରେ ରୁଷରେ ଚାକିରି ପାଇଁ ଆବେଦନ କରିଥିଲେ।

ଏହାପରେ ଚେନ୍ନାଇରୁ ସେ ମସ୍କୋ ଯାଇଥିଲେ। ତାଙ୍କୁ ରୁଷ ଆର୍ମିରେ ସହାୟତା ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ଫେବୃଆରୀ ୨୧ରେ ଡୋନେସ୍କରେ ହୋଇଥିବା ଏୟାରଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ଘଟିଥିଲା।

India Russia-Ukraine War Russia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe