Advertisment

ରେଳ ବଜେଟ: ୨୦୨୩ ଶେଷ ସୁଦ୍ଧା ଚାଲିବ ହାଇଡ୍ରୋଜେନ ଟ୍ରେନ୍‌

୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଦେଶରେ ହାଇଡ୍ରୋଜେନ ଟ୍ରେନ୍‌ ଚାଲିବ। ଭାରତରେ ହିଁ ଏହି ଅତ୍ୟାଧୁନିକ ଟ୍ରେନର ନିର୍ମାଣ କରାଯିବ।

Budget

Budget

Advertisment

ଭାରତୀୟ ରେଳବାଇକୁ ବୁଷ୍ଟ ଦେବାକୁ ଆଜି ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ରେଳବାଇ ପାଇଁ ରେକର୍ଡ ୨.୪୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଯାଏ ଏତେ ପରିମାଣର ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା। ସେହିପରି ୨୦୧୩ ତୁଳନାରେ ଏହା ୯ ଗୁଣ ଅଧିକ। କେନ୍ଦ୍ର ସରକାର ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ପିଏମ ଗତି ଶକ୍ତି ଓ ନ୍ୟାଶନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱାରାନ୍ୱିତ କରୁଛି। ୨୦୨୩ ଆର୍ଥିକ ବର୍ଷରେ ରେଳବାଇ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭% ଅଧିକ।

ବଜେଟରେ ବ୍ୟୟବରାଦ ହେବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଦେଶରେ ହାଇଡ୍ରୋଜେନ ଟ୍ରେନ୍‌ ଚାଲିବ। ଭାରତରେ ହିଁ ଏହି ଅତ୍ୟାଧୁନିକ ଟ୍ରେନର ନିର୍ମାଣ କରାଯିବ। ପ୍ରାଥମିକ ଅବସ୍ଥାରେ ଏହି ଟ୍ରେନ ହେରିଟେଜ ସର୍କିଟ ଯଥା ହରିଆଣାର କାଲକା ଓ ଶିମଲା ମଧ୍ୟରେ ଚାଲିବ। ଏହାପରେ ଏହାକୁ ବିଭିନ୍ନ ସ୍ଥାନକୁ ସଂପ୍ରସାରଣ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ରେଳବାଇ ୨.୪୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହା ଏକ ବଡ଼ ପରିବର୍ତ୍ତନ ଓ ଏହା ସମସ୍ତ ଯାତ୍ରୀଙ୍କ ଆଶାକୁ ପୂରଣ କରିବ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୧୨୭୫ଟି ଷ୍ଟେସନର ନବୀକରଣ କରାଯାଉଛି। ବନ୍ଦେ ଭାରତ ଟ୍ରେନର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ। ଆଇସିଏଫ ଚେନ୍ନାଇ ବ୍ୟତୀତ ଏଣିକି ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ହରିଆଣାର ସୋନିପତ ଓ ମହାରାଷ୍ଟ୍ରର ଲାଠୁରରେ ତିଆରି କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଟ୍ରେନ ସବୁ ସ୍ଥାନକୁ ସଂଯୋଗ କରୁ ବୋଲି ଲକ୍ଷ୍ୟ ରଖିଛନ୍ତି। ଉତ୍ପାଦନ ସଂପ୍ରସାରଣ ହେବାର ଥିବାରୁ ଏହା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ମଧ୍ୟ ପୂରଣ କରିବ। ହରିଆଣା ଓ ମହାରାଷ୍ଟ୍ର ବ୍ୟତୀତ ଉତ୍ତର ପ୍ରଦେଶର ରାଏବରେଲୀରେ ମଧ୍ୟ ବନ୍ଦେ ଭାରତ ଟ୍ରେନ ତିଆରି ହେବ।”

ବୁଲେଟ ଟ୍ରେନ ମଧ୍ୟ ଖୁବଶୀଘ୍ର ଟ୍ରାକ୍‌ରେ ଦୌଡ଼ିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଯେ ବୁଲେଟ ଟ୍ରେନର କାମ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ଉଦ୍ଧବ ଠାକରେ ଏଥିପାଇଁ ଅନୁମତି ଦେଉ ନଥିଲେ। କିନ୍ତୁ ଏବେ ସେଠାରେ ବୁଲେଟ ଟ୍ରେନ ପାଇଁ ସବୁ ପ୍ରକାରର ଅନୁମତି ମିଳିଛି। ତେଣୁ ଖୁବଶୀଘ୍ର ସବୁ କିଛି ଶେଷ ହେବ ବୋଲି ସେ କହିଛନ୍ତି।

Budget2023 Union Budget 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe