Advertisment

Blast in Delhi: ଲାଲକିଲ୍ଲା ବିସ୍ଫୋରଣ: ପୁଲୱାମା ଯାଏ ଲମ୍ବିଛି କାର୍‌ର ଚେର୍‌

ସୋମବାର ସନ୍ଧ୍ୟା ୬.୫୨ରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ପାଖରେ ଥିବା ଟ୍ରାଫିକରେ କାର ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ୧୦/୧୧ ବିସ୍ଫୋରଣ ସାରା ଦେଶର ନିଦ ହଜାଇ ଦେଇଥିବା ବେଳେ ଏହାର ପୁଲୱାମା ଲିଙ୍କ ସାମ୍ନାକୁ ଆସିଛି।

amir

ଆମୀର

Advertisment

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ(Blast in Delhi) ସହ ପୁଲୱାମା ଲିଙ୍କ। କାର ବିସ୍ଫୋରଣ ପଛରେ ପୁଲୱାମା ବ୍ୟକ୍ତି। ଯେଉଁ ହୁଣ୍ଡାଇ ଆଇ ୨୦ କାରକୁ ବିସ୍ଫୋରଣ କରି ପୂରା ଦେଶର ଆତଙ୍କ ଖେଳା ଯାଇଛି, ତା’କୁ ଏକାଧିକ ଲୋକ ବିଭିନ୍ନ ସମୟରେ କିଣିଥିଲେ ବୋଲି ତଥ୍ୟ ସାମ୍ନାକୁ ଆସିଛି।

Advertisment

ସୋମବାର ସନ୍ଧ୍ୟା ୬.୫୨ରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ପାଖରେ ଥିବା ଟ୍ରାଫିକରେ କାର ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ୧୦/୧୧ ବିସ୍ଫୋରଣ ସାରା ଦେଶର ନିଦ ହଜାଇ ଦେଇଥିବା ବେଳେ ଏହାର ପୁଲୱାମା ଲିଙ୍କ ସାମ୍ନାକୁ ଆସିଛି। 

ବିସ୍ଫୋରଣରେ ବ୍ୟବହାର ହୋଇଥିବା ହୁଣ୍ଡାଇ ଆଇ ୨୦ କାରକୁ ପ୍ରଥମେ ୨୦୧୪ରେ ମହମ୍ମଦ ସଲମାନ ନାମକ ବ୍ୟକ୍ତି କିଣିଥିଲେ। ଗୁରୁଗ୍ରାମର ଏହି ବ୍ୟକ୍ତିଙ୍କୁ ସୋମବାର ହିଁ ପୁଲିସ୍‌ ଗିରଫ କରିଛି। ଗିରଫ ପରେ ସଲମାନ ନିଜର କାରକୁ ବିକ୍ରି କରି ଦେଇଥିଲେ ବୋଲି ପୁଲିସ୍‌କୁ କହିଛନ୍ତି। ସେ ନଦୀମ ନାମକ ବ୍ୟକ୍ତିଙ୍କୁ କାର ବିକ୍ରି କରିଥିଲେ। ନଦୀମ ଏହାକୁ ଫରିଦାବାଦର ସେକ୍ଟର ୩୭ରେ ଥିବାର କାର ଡିଲର ରୟାଲ କାର ଜୋନକୁ ବିକିଥିଲେ।

Advertisment

ସେଠାରୁ ଆମୀର ନାମକ ବ୍ୟକ୍ତି ଏହାକୁ କିଣିଥିଲେ। ଆମୀର କାରକୁ ପରବର୍ତ୍ତୀ ସମୟରେ ତାରିକ ନାମକ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ଆମୀର ଓ ତାରିକଙ୍କ ଘର ପୁଲୱାମାରେ। କୁହାଯାଉଛି ଯେ ତାରିକ ମଧ୍ୟ ଫରିଦାବାଦ ଟେରର ମଡ୍ୟୁଲର ଅଂଶବିଶେଷ। ତାରିକଙ୍କ ଠାରୁ ଅକ୍ଟୋବର ୨୯ରେ ମହମ୍ମଦ ଉମର ନାମକ ବ୍ୟକ୍ତି ଏହାକୁ ଶେଷଥର ପାଇଁ କିଣିଥିଲା। ଉମରର ଘର ପୁଲୱାମାରେ। ତେଣୁ ଏହା ପଛରେ ଗୋଟିଏ ବିରାଟ ଷଡ଼ଯନ୍ତ୍ର ଥିବା ଆଶଙ୍କା କରାଯାଉଛି। 

ଘଟଣା ପରେ ପୁଲିସ୍‌ ପ୍ରଥମେ ସଲମାନ ପରେ ତାରିକ ଓ ଆମୀରକୁ ଗିରଫ କରିଛି। ଏବେ ସେମାନଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି। ଶେଷଥର ପାଇଁ ଗାଡ଼ିକୁ ଉମର କିଣିଥିବା ବେଳେ ସେ ହିଁ ସୋମବାର ସନ୍ଧ୍ୟାରେ କାର ବିସ୍ଫୋରଣ କରିଛି। ସିସିଟିଭି ଫୁଟେଜରୁ ତା’ ଫଟୋ ସାମ୍ନାକୁ ଆସିଛି।

ଫାରିଦାବାଦରୁ ୨୯୦୦ କେଜି ବିସ୍ଫୋରଣ ଓ ମୁଜାମ୍ମିଲ ନାମକ ଡାକ୍ତର ଗିରଫ ହେବା ପରେ ଉମର ଡରି ଯାଇଥିଲେ। ଏହି କାରଣରୁ ସେ ରେଡଫୋର୍ଟ ନିକଟରେ ଆତ୍ମଘାତୀ ହମଲା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେପ୍ଟେମ୍ବର ୨୦ରେ ଫରିଦାବାଦର ଗୋଟିଏ ଭୁଲ ସ୍ଥାନରେ ଗାଡ଼ିଟି ପାର୍କିଂ ହୋଇଥିବାରୁ ଚାଲାଣ ମଧ୍ୟ କଟିଥିଲା। ଏକାଧିକ ଲୋକ କାରକୁ କିଣିଥିଲେ ହେଁ ଏହା ଏବେ ବି ସଲମାନଙ୍କ ନାଁରେ ପଞ୍ଜିକରଣ ହୋଇରହିଛି। ସେହିପରି ବିସ୍ଫୋରଣରେ ଉମର ପ୍ରାଣ ହରାଇଛି କି ତା’ର ଯାଞ୍ଚ ମଧ୍ୟ କରାଯାଉଛି। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe