Advertisment

‘ମୁଁ CJI କହୁଛି, ୫୦୦ ଟଙ୍କା ପଠାଅ’ ; ସାଇବର ଠକଙ୍କ ନୂଆ ସ୍କାମ୍‌

ମୁଁ CJI କହୁଛି, କନ୍ନଟ ପ୍ଲେସ୍‌ରେ ଫସି ଯାଇଛି। ୫୦୦ ଟଙ୍କା ପଠାଅ, କୋର୍ଟରେ ପହଞ୍ଚିବା ପରେ ତୁମକୁ ଟଙ୍କା ଫେରାଇ ଦେବି।’ ଏପରି ଏକ ମେସେଜ ପାଇ ଜଣେ ବ୍ୟକ୍ତି ହଠାତ୍‌ ନିଜକୁ ବିଶ୍ୱାସ କରିପାରିଲେନି।

ଅଦ୍ୟତନ ହୋଇଛି
chief-justice of supreme court

chief-justice of supreme court

Advertisment

ମୁଁ CJI କହୁଛି, କନ୍ନଟ ପ୍ଲେସ୍‌ରେ ଫସି ଯାଇଛି। ୫୦୦ ଟଙ୍କା ପଠାଅ, କୋର୍ଟରେ ପହଞ୍ଚିବା ପରେ ତୁମକୁ ଟଙ୍କା ଫେରାଇ ଦେବି।’ ଏପରି ଏକ ମେସେଜ ପାଇ ଜଣେ ବ୍ୟକ୍ତି ହଠାତ୍‌ ନିଜକୁ ବିଶ୍ୱାସ କରିପାରିଲେନି। ମାତ୍ର ପରେ ଖୋଳତାଡ଼ କରୁ କରୁ ଏହା ସାଇବର ଠକଙ୍କ କାରସାଦି ବୋଲି ଜାଣିବାକୁ ପାଇଲେ।

Advertisment

ଏନେଇ ସୂଚନା ଦେଇ ଜଣେ ୟୁଜର୍ସ ପୋଷ୍ଟ କରିଛନ୍ତି, ମୋ’ ପାଖକୁ ଗତକାଲି ଏକ ମେସେଜ ଆସିଥିଲା। ଉକ୍ତ ମେସେଜରେ ଲେଖାଥିଲା, ହେଲୋ, ମୁଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହୁଛି । ଆମ କଲିଜିୟମର ତତ୍କାଳ ବୈଠକ ବସୁଛି ଓ ମୁଁ କନ୍ନଟ ପ୍ଲେସ୍‌ରେ ଫସି ଯାଇଛି। ଆପଣ ମୋତେ କ୍ୟାବ୍‌ ପାଇଁ ୫ଶହ ଟଙ୍କା ପଠାଇ ପାରିବେ। କୋର୍ଟରେ ପହଞ୍ଚିବା ପରେ ମୁଁ ଆପଣଙ୍କୁ ଟଙ୍କା ଫେରାଇ ଦେବି । ମେସେଜ ଆସିଥିବା ନମ୍ବରରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦଚୂଡ଼ଙ୍କ ଫଟୋ ଲାଗିଥିଲା।

ଏହା ସାମନାକୁ ଆସିବା ପରେ ସୁପ୍ରିମ କୋର୍ଟ ପକ୍ଷରୁ ସାଇବର ସେଲ୍‌ରେ ଅଭିଯୋଗ ହୋଇଛି। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସାଇବର ସେଲ୍‌ ଅଧିକାରୀ କହିଛନ୍ତି ।

Advertisment

ସାଇକର ଠକେଇର ନୂଆ ନୂଆ ମାମଲା ପ୍ରତିଦିନ ସାମନାକୁ ଆସୁଛି। ସାଇବର ଠକ ନୂଆ ନୂଆ ଫାନ୍ଦ କରି ଲୋକଙ୍କୁ ଫସାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ସେଥିମଧ୍ୟରୁ ବହୁ ଜାଗାରେ ସେମାନେ ସଫଳ ହେଉଥିବା ବେଳେ ଆଉ କେତେ ଜାଗାରେ ସେମାନଙ୍କ କାରସାଦି ସାମନାକୁ ଆସି ଯାଉଛି।

କେନ୍ଦ୍ର ସରକାରଙ୍କ ତରଫରୁ ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ ଉତ୍ତରପ୍ରଦେଶରେ ଗତବର୍ଷ ସବୁଠୁ ଅଧିକ ୨ ଲକ୍ଷରୁ ଅଧିକ ଲୋକ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଉତ୍ତରପ୍ରଦେଶରୁ ୭୨୧.୧ କୋଟି ଠକି ନେଇଛନ୍ତି। ଏହାପରେ ମହାରାଷ୍ଟ୍ର ଓ ଗୁଜରାଟରୁ ଅଧିକ ଠକେଇ ହୋଇଛି।

ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ସାଇବର ଠକେଇକୁ ରୋକିବାକୁ ଚେଷ୍ଟା କରାଯାଉଛି। ସମଗ୍ର ଦେଶରେ ଗତବର୍ଷ ପ୍ରାୟ ସାଇବର ଠକେଇ ସମ୍ପର୍କୀତ ୧୧.୨୮ ମାମଲା ସାମନାକୁ ଆସିଛି ।

Delhi Supreme Court Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe